ସ୍ତ୍ରୀଙ୍କ ନାଇଟ୍‌ ପିନ୍ଧି ଚର୍ଚ୍ଚାରେ କମେଡି କିଙ୍ଗ୍‌

ଛୋଟ ପରଦାରେ ଦ କପିଲ ଶର୍ମା ଶୋ’ ବେଶ୍‌ ଚର୍ଚ୍ଚିତ। ଲକ୍‌ଡାଉନ୍‌ ପରେ ପୁଣି ଆରମ୍ଭ ହୋଇଥିବା ଏହି ଶୋ’ ଲୋକଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହୋଇଛି। ଶୋ’ର ମୁଖ୍ୟ ଚରିତ୍ର କପିଲ ଶର୍ମାଙ୍କ କମେଡି କେବଳ ଦେଶରେ ନୂହେଁ, ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି। ନିକଟରେ ଅଭିନେତ୍ରୀ ହ୍ୟୁମା କ୍ୟୁରେଶୀ ତାଙ୍କ ଭାଇ ସାକିବ ସଲିମଙ୍କ ସହ ଏହି ଶୋ’ରେ ଅଂଶଗ୍ରହଣ କରିଥିଲେ। ଭାଇ-ଭଉଣୀ ଏଠାରେ ବେଶ୍‌ ମସ୍ତି କରିଥିଲେ। କପିଲ ସାକିବଙ୍କୁ ମଜାକିଆ ଅନ୍ଦାଜ୍‌ରେ ପଚାରିଥିଲେ କେବେ ହୁମାଙ୍କ ଡ୍ରେସ୍‌ ପିନ୍ଧିଛନ୍ତି, ଏହାର ଜବାବରେ ସେ କହିଥିଲେ ପିଲାଦିନେ ହୁମାଙ୍କ ଫ୍ରକ୍‌ ପିନ୍ଧୁଥିଲେ। ଏହା ଶୁଣି ଶୋ’ରେ ଉପସ୍ଥିତ ଦର୍ଶକ ହସିବାକୁ ଲାଗିଥିଲେ। ହୁମା କାଳବିଳମ୍ବ ନ କରି କପିଲଙ୍କୁ ପଚାରିଥିଲେ କି ତୁମେ ସ୍ତ୍ରୀ ଗିନ୍ନିଙ୍କ ଡ୍ରେସ୍‌ କେବେ ପିନ୍ଧିଛ, କପିଲ ହସି ହସି କହିଥିଲେ ମୁଁ ଗିନ୍ନିଙ୍କ ନାଇଟ୍‌ ପିନ୍ଧିଛି। ବାସ୍‌ କପିଲଙ୍କ ମୁହଁରୁ ଏକଥା ଶୁଣି ସମସ୍ତେ ହସି ହସି ଗଡିଥିଲେ।

Share