କପିଲଙ୍କ ଶୋ’ରେ ଯୋଗଦେବାକୁ ସିଧାସିଧା ମନା କରିଦେଇଛନ୍ତି ଏହି ୫ ହେଭିଓ୍ବେଟ୍‌; କୁହନ୍ତି ଏପରି..

ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ଦ କପିଲ ଶର୍ମା ଶୋ’। ମନୋରଞ୍ଜନଜଗତ, ଖେଳଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ଲୋକେ କପିଲଙ୍କ ଶୋ’କୁ ଯାଇଥାନ୍ତି। କେହି ନିଜର କାମର ପ୍ରମୋଶନ କରନ୍ତି ତ କେହି ଜୀବନର ଅଭୁଲା ଦିନକୁ ବାଣ୍ଟିଥାନ୍ତି। ହେଲେ କିଛି ଏଭଳି ସେଲିବ୍ରିଟି ଅଛନ୍ତି, ଯେଉଁମାନେ କପିଲଙ୍କ ଶୋ’ରେ ଯୋଗଦେବାକୁ ରୋକଠୋକ ମନା କରିଦେଇଛନ୍ତି।

ନିକଟରେ କପିଲଙ୍କ ଶୋ’କୁ ମହାଭାରତର କଳାକାରଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନଙ୍କ ମଧ୍ୟରେ ମୁକେଶ ଖନ୍ନା ଅତିଥି ତାଲିକାରେ ଥିଲେ। ହେଲେ ସେ ଶୋ’କୁ ଆସିବାକୁ କରିଥିଲେ ମନା। କେବଳ ଏତିକି ନୁହେଁ ଏହି ଶୋ’କୁ ସବୁଠାରୁ ଖରାପ ବୋଲି କହିବାକୁ ପଛାଇ ନ ଥିଲେ।

ମୁକେଶଙ୍କ ଭଳି ସୁପରଷ୍ଟାର ରଜନୀକାନ୍ତଙ୍କୁ କପିଲ ଏକାଧିକ ଥର ନିମନ୍ତ୍ରଣ କରିଛନ୍ତି। ହେଲେ ଏହାକୁ କେବେ ସ୍ବିକାର କରିନାହାନ୍ତି ଥଲାଇଭା।

ଭାରତର କେକିଳ କୁହାଯାଉଥିବା ଲୋକପ୍ରିୟ ଗାୟିକା ଲତା ମଙ୍ଗେସର ମଧ୍ୟ ଏଭଳି ଜଣେ। ଅନେକ ଥର ଶୋ’ରେ ଯୋଗଦେବାକୁ ତାଙ୍କୁ ନିମନ୍ତ୍ରଣ ମିଳିଛି। ହେଲେ ସେ ବିନମ୍ରତା ସହ ଏହାକୁ ମନା କରିଦେଇଥାନ୍ତି।

ସଚିନ ତେନ୍ଦୁଲକରଙ୍କ ବାୟୋପିକ୍‌ ରିଲିଜ ହେବା ସମୟରେ କପିଲଙ୍କ ଶୋ’କୁ ସେ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ତାହା ହୋଇ ନ ଥିଲା। ବ୍ୟସ୍ତତା ଯୋଗୁ ତାଙ୍କ ସ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କପିଲଙ୍କ ଶୋ’କୁ ଆସିବାକୁ ମନା କରିଦେଇଛନ୍ତି।

Share