ଶୁଖିବାକୁ ବସିଛି କାନଝରୀ ଡ୍ୟାମ୍‌

କେନ୍ଦୁଝର, ୨୯।୪ (ସ୍ବ.ପ୍ର.):  କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାନଝରୀ ଜଳସେଚନ ପ୍ରକଳ୍ପ ବିଭିନ୍ନ କାରଣରୁ ଶୁଖିବାକୁ ବସିଛି। ବର୍ଷା ଅଭାବରୁ କାନଝରୀ ନଦୀର ଜଳସ୍ରୋତ ପ୍ରବାହ ବନ୍ଦ ହୋଇ ଯାଇଥିବାରୁ ବନ୍ଧକୁ ଜଳ ପ୍ରବେଶ କରୁନାହିଁ। ଫଳରେ ଡ୍ୟାମର ଜଳଧାରଣ ଅଞ୍ଚଳ ଶୁଷ୍କ ହୋଇ ପଡିଛି। ପ୍ରକାଶ ଯେ, ଏହି ଡ୍ୟାମ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନଜୀବିକାର ସାଧନ ହୋଇଛି। ଏଠାକୁ ବହୁ ସଂଖ୍ୟାରେ ପକ୍ଷୀ ଆସିଥାନ୍ତି। ଜଙ୍ଗଲ ପରିବେଷ୍ଟିତ ଏହି ଡ୍ୟାମକୁ ବନ୍ୟଜନ୍ତୁ ମାନେ ପାଣି ପିଇବାକୁ ଆସିଥାନ୍ତି। ଏହି ଡ୍ୟାମରୁ ଚାଷ ଜମିକୁ ଜଳସେଚନ ହେବା ସହ କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ହୋଇଥାଏ ଏବଂ ମାଛ ଚାଷ ହୋଇଥାଏ। ଏଣୁ ଏହି ସବୁ ଦୃଷ୍ଟିରୁ ଜିଲାରେ ଏହି ବନ୍ଧର ଗୁରୁତ୍ୱ ଅଧିକ ବହନ କରିଥାଏ। ତେବେ ଦୀର୍ଘ ବର୍ଷ ହେଲା ଏହି ବନ୍ଧର ଜଳଧାରଣ ଅଞ୍ଚଳ ବ୍ୟାପକ ମୃତ୍ତିକା କ୍ଷୟ ଯୋଗୁ ମାଟି ପଡି ପୋତି ହୋଇଯାଉଥିବାରୁ ଜଳଧାରଣ କ୍ଷମତା କମିଯାଉଛି। ଏଣୁ ଏହାର ଖନନ ଓ ପୁନରୁଦ୍ଧାର ଆବଶ୍ୟକତା ରହିଛି ବୋଲି ପରିବେଶବିତ ଡକ୍ଟର ବିମ୍ବାଧର ବେହେରା ମତପ୍ରକାଶ କରିଛନ୍ତି। ସେହିପରି ଏହା ଚାରିପାଖରେ ବହୁ ପରିମାଣରେ ବନୀକରଣ କରାଗଲେ ମୃତ୍ତିକାକ୍ଷୟକୁ ରୋକାଯାଇପାରିବ ସହ ଜୈବମଣ୍ଡଳର ସୁରକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି। ଏହାର ବିକାଶ କରାଗଲେ ଚାରିପାଖରେ ଥିବା ୪ ଗ୍ରାମର ଲୋକେ ଉପକୃତ ହୋଇ ପାରିବେ। ଏହି ଦୃଷ୍ଟିରୁ ଏହି ସବୁ ଅଞ୍ଚଳର ବିକାଶ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ ହତ୍ୟା, ଅଭିଯୋଗ ଆଣି ପୁଅ କହିଲେ ମୋ’ ବାପାଙ୍କୁ…

ଆନନ୍ଦପୁର/ବଞ୍ଚୋ,୨୧ା୨(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ଠିକା କାମରେ ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ କିଛି ଅସାମାଜିକ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।…

ଭାରତ-ବ୍ରାଜିଲ ସମ୍ପର୍କରେ ନୂଆ ଅଧ୍ୟାୟ: ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ

ବ୍ରାସିଲିଆ,୨୧।୨: ଭାରତ-ବ୍ରାଜିଲ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଉଭୟ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ରହିଛି…

ଇସଲାମାବାଦ,୨୧ା୨: ଶନିବାର ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୩.୯ ତୀବ୍ରତାର ଏକ ଭୂକମ୍ପ ରେକର୍ଡ କରାଯାଇଛି। ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)…

ଆତଙ୍କବାଦୀ ଟାର୍ଗେଟ୍‌ରେ ରାଜଧାନୀ: ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ସତର୍କତା ଜାରି କରିଛନ୍ତି। ଗୋଇନ୍ଦା ସୂତ୍ରରୁ ଜଣାପଡିଛି ଯେ, ଲସ୍କର-ଏ-ତୋଇବା (LeT) ଆତଙ୍କବାଦୀମାନେ ଲାଲକିଲ୍ଲା…

ପତ୍ନୀଙ୍କୁ ଚାପୁଡ଼ା ମାରିବା ନିଷ୍ଠୁରତା ନୁହେଁ…. କାହିଁକି ଏଭଳି କହିଲେ ହାଇକୋର୍ଟ ଜାଣନ୍ତୁ

ଚଣ୍ଡିଗଡ଼,୨୧।୨: ଗୁଜରାଟ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ବର୍ତ୍ତମାନ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଛି । କେତେକ ଏହାକୁ ଧାର୍ମିକ ବୋଲି କହୁଥିବା ବେଳେ ଅନ୍ୟମାନେ ଏହାକୁ ସମ୍ପୂର୍ଣ୍ଣ…

ତୁମମାନଙ୍କ ଯୋଗୁ ମୋ ବାପା ହଇରାଣ ହେଲେ….ଶଙ୍ଖ ଭବନରୁ ଆସିଲା ପୁଣି ଏକ ରୋଚକ ଘଟଣା

ଭୁବନେଶ୍ୱର, ୨୧।୨(ସୁନିତ୍‌ ମିଶ୍ର):ବିଜେଡି ଭିତରେ ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ନେତାମାନେ ପରସ୍ପର ବିରୋଧରେ ବିଷ ଓକାଳିବାରେ ଲାଗିଛନ୍ତି। ଏବେ ସେହି ଧାରା ତୀବ୍ର ହେବାରେ…

ସୁପ୍ରିମକୋର୍ଟରୁ ଝଟକା ପରେ ଟ୍ରମ୍ପଙ୍କ ପ୍ରତିଶୋଧ! ବିଶ୍ବବ୍ୟାପୀ ୧୦% ଟାରିଫ୍ ଲଗାଇଲେ…

ନୂଆଦିଲ୍ଲୀ,୨୧।୨: ସୁପ୍ରିମକୋର୍ଟରେ ଟ୍ରମ୍ପଙ୍କ ପରାଜୟ ପରେ, ଆମେରିକା ରାଷ୍ଟ୍ରପତି ତାଙ୍କର ବାଣିଜ୍ୟ ନୀତିକୁ ଆହୁରି ତୀକ୍ଷ୍ଣ କରିଛନ୍ତି । ବିଦେଶୀ ସାମଗ୍ରୀ ଉପରେ ଟ୍ରମ୍ପ୍‌ଙ୍କ ୧୦% ନୂଆ…

ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୪୮ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର, ୨୧ା୨ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୪୮ ଘଣ୍ଟାରେ ଏହାର ସ୍ଥିତି ଓ ପ୍ରଭାବ ସ୍ପଷ୍ଟ ହେବ। ଏବେ ରାଜ୍ୟରେ ପାଗ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri