ଭାସିଗଲା କଂଗ୍ରା-ଦୁଖୁଗୁଡା କଲଭର୍ଟ

ତେନ୍ତୁଳିଖୁଣ୍ଟି, ୧୭।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଲଗାଣ ବର୍ଷା ରେ ବ୍ୟାପକ କ୍ଷୟ କ୍ଷତି ଘଟିଛି। କେଉଁଠି ରାସ୍ତା ଧୋଇ ହୋଇ ଯାଇଛି ତ କେଉଁଠି ଗରିବଙ୍କ ବାସ ଗୃହ ଭୁଶୁଡିଛି। କ୍ଷୟକ୍ଷତିର ଆକଳନ ରାଜସ୍ବ ବିଭାଗ ସର୍କଲ ବାରି ତଦନ୍ତ ଜାରି ରଖିଛି। ଏହା ମଧ୍ୟରେ ମଙ୍ଗଳବାର କଂଙ୍ଗ୍ରା ଓ ଦୁଖୁଗୁଡାକୁ ସଂଯୋଗ କରୁଥିବା କର୍ଲଭଟ୍ଟ ଭାସି ଯାଇଛି। ଦୁଖୁଗୁଡ଼ାବାସୀଙ୍କୁ ଅଧିକ ରାସ୍ତା ଅତିକ୍ରମ କରି ପଞ୍ଚାୟତକୁ ଯିବାକୁ ପଡ଼ିବ। ଏହି କଲଭର୍ଟ ୨୦୧୮ରେ ନିର୍ମିତ ହୋଇଥିଲା। ପାତ୍ରପୁଟ ସମିତି ସଭ୍ୟ ତଥା ଜିଲା କଂଗ୍ରେସ ଆଦିବାସୀ ସେଲ ସଭାପତି ଏଠାରେ କଲଭର୍ଟ ନିର୍ମାଣ କରିବାକୁ ଦାବି କରିଛନ୍ତି।
ବର୍ଷାରେ ଭୁଶୁଡ଼ିଲା ଘର
ଡାବୁଗାଁ,(ଡି.ଏନ୍‌.ଏ.)
ଲଘୁଚାପ ଜନିତ ବର୍ଷା ପ୍ରଭାବରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଭେଲୁଆଗୁଡା ଗ୍ରାମର ପର୍ଶୁରାମ ହରିଜନଙ୍କ ଘର ରବିବାର ରାତିରେ ଭୁଶୁଡି ପଡିଛି॥ ଡ୍ରେନ ସୁବିଧା ନଥିବାରୁ ଘର ଚାରିପଟେ ବର୍ଷା ପାଣି ଜମି ରହିଛି। ପୂର୍ବରୁ ପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟରେରେ ପକ୍କା ଘର ପାଇଁ ବାରମ୍ବାର ଦରଖାସ୍ତ ଦେଇଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିନାହିଁ ବୋଲି ପର୍ଶୁରାମ କହିଛନ୍ତି। ସୋମବାର ସା ସୁଦ୍ଧା ତହସିଲ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚତ୍ ନାହାନ୍ତି। ପର୍ଶୁରାମଙ୍କୁ ଶୀଘ୍ର ସହାୟତା ଦେବାକୁ ଦାବି ହୋଇଛି।
ଭାଙ୍ଗିଲା ମେଣ୍ଟ୍ରି ପଞ୍ଚାୟତ ଅଫିସ ପାଇଖାନା ଗୃହ
ନନ୍ଦାହାଣ୍ଡି,(ଡି.ଏନ୍‌.ଏ.)
୨୦୨୦ -୨୧ ଆର୍ଥିକ ବର୍ଷରେ ଏକ ଲକ୍ଷ ଟଙ୍କା ବ୍ୟୟରେ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ତିଆରି ହୋଇଥିବା ପାଇଖାନା ଗୃହ ରବିବାର ଭୁଶୁଡି ପଡିଛି। ବର୍ଷା ପାଣି ଜମି ଯିବାରୁ କାନ୍ଥ ଦବି ଯାଇ ପାଇଖାନା ଘର ଭାଙ୍ଗି ଯାଇଛି ବୋଲି ମେଣ୍ଟ୍ରୀ ପିଇଓ କହିଛନ୍ତି। ଏଠାରେ ନିମ୍ନମାନର କାମ ହୋଇଥିଲା। ଠିକାଦାର, ଇଂଜିନିୟର ଏବଂ ଉପରିସ୍ଥ ଅଧିକାରୀ ଏଥିପାଇଁ ଦାୟୀ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନିମ୍ନମାନର କାମ ନେଇ ବାରମ୍ବାର ଅଭିଯୋଗ ପରେ ବି ଅଧିକାରୀମାନେ ଗୁରୁତ୍ୱ ଦେଉନଥିବାରୁ ସରକାରଙ୍କ ଯୋଜନା ବିଫଳ ହେଉଛି ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଏ ନେଇ ନନ୍ଦାହାଣ୍ଡି ଭାରାପ୍ରାପ୍ତ ବିଡିଓଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଜାଣି ନ ଥିବା ସେ କହିଛନ୍ତି। ଏହାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର
ଉମରକୋଟ(ସ୍ବ.ପ୍ର.)
ଲଗାଣ ବର୍ଷାରେ ଉମରକୋଟ ପୌର ପରିଷଦ ୬ ନଂ ୱାର୍ଡ ର ରାଜାମୁଣ୍ଡା ଗ୍ରାମରେ ଏକ ଘର ଭୁଶୁଡି ପଡିଛି। ଘର ଭୁଶୁଡ଼ି ପଡ଼ିବାରୁ ଦୈତାରୀ ଗଣ୍ଡଙ୍କ ପରିବାର ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରିଛନ୍ତି। ପ୍ରକାଶଯେ, ୧୪ ତାରିଖ ରାତିରେ ପ୍ରବଳ ବର୍ଷା ଯୋଗୁ ଦୈତାରି ଗଣ୍ଡ ଓ ଭଗତ୍ ସମରଥଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା। ତେବେ ଦୈତାରି ଗଣ୍ଡ ଙ୍କ ଘର ଭାଙ୍ଗିଯିବା ଫଳରେ ତାଙ୍କ ପରିବାର ମାଟି ଭିତରେ ଚାପି ହୋଇଯାଇଥିଲେ। ଘର ଭାଙ୍ଗିବା ଶବ୍ଦ ଶୁଣି ଗାଁ ଲୋକେ ସେଠାରେ ପହଞ୍ଚତ୍ ଦୈତାରି ଓ ତାଙ୍କ ପରିବାରକୁ ଉଦ୍ଧାର କରିଥିଲେ। ସକାଳେ ଭାଜପା ଯୁବ ନେତା ସୁଦେବ ନନ୍ଦୀ ଘଟଣା ସ୍ଥଳରେ ପହଞ୍ଚି ରାଜସ୍ବ ବିଭାଗ କର୍ମଚାରୀଙ୍କ ସହ ଯୋଗା ଯୋଗ କରି ପଲିଥିନ ବ୍ୟବସ୍ଥା କରିଥିଲେ।
ଭାଙ୍ଗିଗଲା ଘର, ସହାୟତା ଦାବି
ଦୁର୍ଗୀ,(ଡି.ଏନ୍‌.ଏ.)
ଲଘୁଚାପ ଜନିତ ବର୍ଷା ଯୋଗୁ ଦୁର୍ଗୀ ପଞ୍ଚାୟତର ଭିବିନ୍ନ ଗ୍ରାମରେ ମାଟି ଘର ରହୁ ଥିବା ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି। ୩ ଦିନ ହେବ ଅବିରତ ବର୍ଷା ଯୋଗୁ ବଙ୍ଗଲା କୋଲନି ରାମାରାଓ ପ୍ରାସ୍କାଙ୍କ ଘର କାନ୍ତ ଭୁଶୁଡ଼ି ପଡ଼ିଛି। ଘରେ କେହି ନ ଥିବାରୁ ଏକ ବଡ଼ ବିପଦ ଟଳି ଯାଇଛି। ସେହି ପରି ହଜାରୀଡାଙ୍ଗର ପବିତ୍ର କୁମୁରୁକାଙ୍କ ଘର ମଧ୍ୟ ଭୁଶୁଡି ପଡିଛି। ସହାୟତା ଦେବାକୁ ସ୍ଥାନୀୟ ଲୋକେ ରାଜସ୍ବ ନିରୀକ୍ଷକଙ୍କୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri