Posted inଜାତୀୟ

ବିବାଦରେ ‘କାନ୍ଦାହାର ହାଇଜାକ୍‌’ ସିରିଜ୍‌

ମୁମ୍ବାଇ/ନୂଆଦିଲ୍ଲୀ,୩ା୯: ୨୦୦୮ରେ ‘ଏ ଓ୍ବେଡ୍‌ନସଡେ’ ଦର୍ଶକ ମହଲରେ ବିଶେଷ ଆଦୃତି ଲାଭ କରିଥିଲା। ଅନୁପମ ଖେର୍‌ ଏଥିରେ ଜଣେ ଅବସରପ୍ରାପ୍ତ ପୋଲିସ କମିଶନର ଭୂମିକାରେ ଅଭିନୟ କରିଥିଲେ। ଆତଙ୍କବାଦୀଙ୍କୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ସେ ଜଣେ ଷ୍ଟୁପିଡ୍‌ କମନ୍‌ ମ୍ୟାନ୍‌ ବା ଅଜ୍ଞାତ ବ୍ୟକ୍ତି (ନାସିରୁଦ୍ଦିନ୍‌ ଶାହା)ଙ୍କ ସହ ମୁହଁାମୁହଁି ହୋଇଥିଲେ। ଶେଷ ଦୃଶ୍ୟରେ ଅନୁପମ ନାସିରୁଦ୍ଦିନ୍‌ଙ୍କୁ ତାଙ୍କ ନାମ ପଚାରିଥିଲେ। ମୁଖ୍ୟ ଭୂମିକାରେ ଥିବା ନାସିରୁଦ୍ଦିନ୍‌ କହିଥିଲେ, ଇନ୍‌ସାନ୍‌ ନାମ୍‌ ମେ ମଜହବ ଢୁଣ୍ଡ୍‌ ଲେତା ହୈ (ଲୋକେ ଧର୍ମରେ ନାମ ଦେଖନ୍ତି)। ‘ଏ ଓ୍ବେଡ୍‌ନସଡେ’ ମୁକ୍ତିଲାଭ କରିବାର ୧୫ ବର୍ଷ ପରେ ଧର୍ମ ଓ ନାମ ଉପରେ ବିବାଦ ସୃଷ୍ଟି ହୋଇଛି ନେଟ୍‌ଫ୍ଲିକ୍ସ ଲିମିଟେଡ୍‌-ସିରିଜ୍‌ ‘ଆଇସି ୮୧୪: ଦି କାନ୍ଦାହାର ହାଇଜାକ୍‌’କୁ ନେଇ। ସଂଯୋଗବଶତଃ କାନ୍ଦାହାର ହାଇଜାକ୍‌ରେ ମଧ୍ୟ ନାସିରୁଦ୍ଦିନ୍‌ ଅଭିନୟ କରିଛନ୍ତି।
ହାଇଜାକ୍‌ ହୋଇଥିବା ଇଣ୍ଡିଆନ୍‌ ଏୟାରଲାଇନ୍ସ ଫ୍ଲାଇଟ୍‌ର କ୍ୟାପ୍‌ଟେନ୍‌ ଦେବୀ ଶରଣ ଏବଂ ଜର୍ନାଲିଷ୍ଟ ଶ୍ରୀଞ୍ଜୋୟ ଚୌଧୁରୀଙ୍କ ପୁସ୍ତକ ଉପରେ ଆଇସି-୮୧୪ ନେଟ୍‌ଫ୍ଲିକ୍ସର ୬ ଏପିସୋଡ୍‌ ବିଶିଷ୍ଟ ସିରିଜ୍‌ ଆଧାରିତ। ଏହି ସିରିଜ୍‌ରେ ଡାଇରେକ୍ଟର ଅନୁଭବ ସିହ୍ନା ବିମାନ ଅପରହରଣର ବାସ୍ତବ ଚିତ୍ର ଦେଖାଇବାକୁ ପ୍ରୟାସ କରିଛନ୍ତି। କାଠମାଣ୍ଡୁ-ଦିଲ୍ଲୀ ବିମାନକୁ ତାଲିବାନ୍‌ ନିୟନ୍ତ୍ରିତ କାନ୍ଦାହାରରେ ଅପହରଣ କରିନେଇଥିବା ୫ ଆତଙ୍କବାଦୀ ଏଥିରେ ପରସ୍ପରକୁ ଚିଫ୍‌, ଡକ୍ଟର, ବର୍ଗର, ଭୋଲା ଓ ଶଙ୍କର ନାମରେ ସମ୍ବୋଧନ କରୁଛନ୍ତି। ତେବେ ପାକିସ୍ତାନୀ ଆତଙ୍କାବାଦୀ ସଙ୍ଗଠନ ହରକତ୍‌-ଉଲ୍‌-ମୁଜାହିଦ୍ଦିନ୍‌ର ହାଇଜାକରମାନେ ମୁସଲମାନ ଥିଲେ, ଅନୁଭବ କୋଡ୍‌ନେମ୍‌ ବ୍ୟବହାର କରି ଏକଥାକୁ ଲୁଚାଇବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି। ପ୍ରଯୋଜକ ଅପହର୍ତ୍ତାମାନଙ୍କ ପ୍ରକୃତ ନାମ କାହିଁକି ପ୍ରଘଟ କଲେନାହିଁ ବୋଲି ଅନେକେ ପ୍ରଶ୍ନ ଉଠାଇଛନ୍ତି। ଆତଙ୍କବାଦୀମାନଙ୍କ ଆପରାଧିକ ଉଦ୍ଦେଶ୍ୟକୁ ଓଟିଟି ସିରିଜ୍‌ରେ ବୈଧ କରିବାକୁ ଉଦ୍ୟମ ହୋଇଥିବା ଭାଜପା ସମାଲୋଚନା କରିଛି। ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟ ଏକ୍ସ’ରେ ଲେଖିଛନ୍ତି, ଆଇସି-୮୧୪ ଅପହରଣକାରୀମାନେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲେ। ଏହି ଘଟଣାର ଅନେକ ବର୍ଷ ପରେ ଲୋକେ ମନେକରିବେ ଅପହର୍ତ୍ତାମାନେ ହିନ୍ଦୁ ଥିଲେ। ଅନ୍ୟପକ୍ଷେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନେଟ୍‌ଫ୍ଲିକ୍ସର ଭାରତ ମୁଖ୍ୟ ମୋନିକା ଶେର୍ଗିଲଙ୍କୁ ନୋଟିସ୍‌ କରାଯାଇଛି। ଏଭଳି ନାମକରଣର ଉଦ୍ଦେଶ୍ୟ ସମ୍ପର୍କରେ ସେପ୍ଟେମ୍ବର ୩ (ମଙ୍ଗଳବାର) ସ୍ପଷ୍ଟୀକରଣ ଦେବାକୁ ମୋନିକାଙ୍କୁ କୁହାଯାଇଛି। ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା କହିଛନ୍ତି, ‘କଶ୍ମୀର ଫାଇଲ୍ସ’ ଭଳି ମୁଭି ଦେଖି ଆମୋଦିତ ହେଉଥିବା ଲୋକେ ଆଇସି୮୧୪ରେ ଏମିତି ତରଳିଯାଇଛନ୍ତି। ସେମାନେ ହଠାତ୍‌ କାହିଁକି ନିର୍ଭୁଲ ତଥ୍ୟ ଚାହୁଁଛନ୍ତି ବୋଲି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଅବ୍‌ଦୁଲ୍ଲା ପ୍ରଶ୍ନ କରିଛନ୍ତି।
ଉକ୍ତ ଓ୍ବେବ୍‌ ସିରିଜ୍‌ରେ ନାସିରୁଦ୍ଦିନ୍‌ଙ୍କ ସହ ବିଜୟ ବର୍ମା, ପଙ୍କଜ କପୁର, ମନୋଜ ପହଓ୍ବା, ଅରବିନ୍ଦ ଗୋସ୍ବାମୀ, ଅନୁପମ ତ୍ରିପାଠୀ, ଦିଆ ମିର୍ଜା, ପତ୍ରଲେଖା, ଅମ୍ରିତା ପୁରୀ, ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟ ଓ କୁମୁଦ ମିଶ୍ରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ବିମାନ ଅପହରଣ ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟକ ବିହାରୀ ବାଜେପେୟୀଙ୍କ ନେତୃତ୍ୱାଧୀନ ସରକାର ୩ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଆଜହର, ଅହମ୍ମଦ ଓମାର ସଇଦ ଓ ମୁସ୍ତାକ୍‌ ଅହମ୍ମଦ ଅଜହରଙ୍କୁ ଭାରତୀୟ ଜେଲରୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେମାନେ ମୁକୁଳିବା ପରେ ଅପହର୍ତ୍ତାମାନେ ପଣବନ୍ଦୀ କରି ରଖିଥିବା ବିମାନ ସହ ଯାତ୍ରୀମାନଙ୍କୁ ମୁକ୍ତ କରିଥିଲେ। ୨୦୦୦ ଜାନୁଆରୀ ୬ରେ ସ୍ବରାଷ୍ଟ୍ରମନ୍ତ୍ରଣାଳୟ ଅପହର୍ତ୍ତାମାନଙ୍କ ନାମ ପ୍ରଘଟ କରିଥିଲା। ସେମାନେ ଥିଲେ ଇବ୍ରାହିମ୍‌ ଅଖ୍‌ତର ସୟିଦ, ସନ୍ନି ଅହମଦ କାଜି, ମିସ୍ତ୍ରୀ ଜହୁର ଇମ୍ରାହିମ୍‌ ଓ ଶକିର।

‘ସେନ୍‌ସରଶିପ୍‌ କେବଳ କ’ଣ ଆମ ପାଇଁ’

କାନ୍ଦାହାର ହାଇଜାକ୍‌ ଉପରେ ପର୍ଯ୍ୟବସିତ ନେଟ୍‌ଫ୍ଲିକ୍ସ ସିରିଜ୍‌କୁ ନେଇ ବିବାଦ ଦେଖାଦେଇଥିବାବେଳେ ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତ୍‌ ସେନ୍‌ସର ବୋର୍ଡର ଆଭିମୁଖ୍ୟକୁ ଏନେଇ ପ୍ରଶ୍ନ ଉଠାଇଛନ୍ତି। ଏକ୍ସ’ରେ କଙ୍ଗନା କହିଛନ୍ତି, କାନ୍ଦାହାର ହାଇଜେକ୍‌ରେ ସତ୍ୟକୁ ଲୁଚାଯାଇଛି। ଏଭଳି ଓ୍ବେବ୍‌ସିରିଜ୍‌କୁ ଅନୁମତି ମିଳୁଛି। କିନ୍ତୁ ତାଙ୍କ ଅଭିନୀତ ‘ଏମର୍ଜେନ୍ସି’ର ରିଲିଜ୍‌ ଡେଟ୍‌କୁ ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ଅଭିନେତ୍ରୀ କହିଥିଲେ, ‘ଏମର୍ଜେନ୍ସି’ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ୍‌ (ସିବିଏଫ୍‌ସି) ପ୍ରମାଣପତ୍ର ପାଇବା ପାଇଁ ସଂଗ୍ରାମ କରୁଛି। ପ୍ରକାଶ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ରେ ଜାରି କରିଥିବା ୨୧ ମାସିଆ ଜରୁରିକାଳୀନ ପରିସ୍ଥିତି ଉପରେ ଆଧାରିତ ‘ଏମର୍ଜେନ୍ସି’ର ମୁକ୍ତିଲାଭକୁ ଏକାଧିକ ଥର ଘୁଞ୍ଚାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri