Posted inଜାତୀୟ

ବିବାଦରେ ‘କାନ୍ଦାହାର ହାଇଜାକ୍‌’ ସିରିଜ୍‌

ମୁମ୍ବାଇ/ନୂଆଦିଲ୍ଲୀ,୩ା୯: ୨୦୦୮ରେ ‘ଏ ଓ୍ବେଡ୍‌ନସଡେ’ ଦର୍ଶକ ମହଲରେ ବିଶେଷ ଆଦୃତି ଲାଭ କରିଥିଲା। ଅନୁପମ ଖେର୍‌ ଏଥିରେ ଜଣେ ଅବସରପ୍ରାପ୍ତ ପୋଲିସ କମିଶନର ଭୂମିକାରେ ଅଭିନୟ କରିଥିଲେ। ଆତଙ୍କବାଦୀଙ୍କୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ସେ ଜଣେ ଷ୍ଟୁପିଡ୍‌ କମନ୍‌ ମ୍ୟାନ୍‌ ବା ଅଜ୍ଞାତ ବ୍ୟକ୍ତି (ନାସିରୁଦ୍ଦିନ୍‌ ଶାହା)ଙ୍କ ସହ ମୁହଁାମୁହଁି ହୋଇଥିଲେ। ଶେଷ ଦୃଶ୍ୟରେ ଅନୁପମ ନାସିରୁଦ୍ଦିନ୍‌ଙ୍କୁ ତାଙ୍କ ନାମ ପଚାରିଥିଲେ। ମୁଖ୍ୟ ଭୂମିକାରେ ଥିବା ନାସିରୁଦ୍ଦିନ୍‌ କହିଥିଲେ, ଇନ୍‌ସାନ୍‌ ନାମ୍‌ ମେ ମଜହବ ଢୁଣ୍ଡ୍‌ ଲେତା ହୈ (ଲୋକେ ଧର୍ମରେ ନାମ ଦେଖନ୍ତି)। ‘ଏ ଓ୍ବେଡ୍‌ନସଡେ’ ମୁକ୍ତିଲାଭ କରିବାର ୧୫ ବର୍ଷ ପରେ ଧର୍ମ ଓ ନାମ ଉପରେ ବିବାଦ ସୃଷ୍ଟି ହୋଇଛି ନେଟ୍‌ଫ୍ଲିକ୍ସ ଲିମିଟେଡ୍‌-ସିରିଜ୍‌ ‘ଆଇସି ୮୧୪: ଦି କାନ୍ଦାହାର ହାଇଜାକ୍‌’କୁ ନେଇ। ସଂଯୋଗବଶତଃ କାନ୍ଦାହାର ହାଇଜାକ୍‌ରେ ମଧ୍ୟ ନାସିରୁଦ୍ଦିନ୍‌ ଅଭିନୟ କରିଛନ୍ତି।
ହାଇଜାକ୍‌ ହୋଇଥିବା ଇଣ୍ଡିଆନ୍‌ ଏୟାରଲାଇନ୍ସ ଫ୍ଲାଇଟ୍‌ର କ୍ୟାପ୍‌ଟେନ୍‌ ଦେବୀ ଶରଣ ଏବଂ ଜର୍ନାଲିଷ୍ଟ ଶ୍ରୀଞ୍ଜୋୟ ଚୌଧୁରୀଙ୍କ ପୁସ୍ତକ ଉପରେ ଆଇସି-୮୧୪ ନେଟ୍‌ଫ୍ଲିକ୍ସର ୬ ଏପିସୋଡ୍‌ ବିଶିଷ୍ଟ ସିରିଜ୍‌ ଆଧାରିତ। ଏହି ସିରିଜ୍‌ରେ ଡାଇରେକ୍ଟର ଅନୁଭବ ସିହ୍ନା ବିମାନ ଅପରହରଣର ବାସ୍ତବ ଚିତ୍ର ଦେଖାଇବାକୁ ପ୍ରୟାସ କରିଛନ୍ତି। କାଠମାଣ୍ଡୁ-ଦିଲ୍ଲୀ ବିମାନକୁ ତାଲିବାନ୍‌ ନିୟନ୍ତ୍ରିତ କାନ୍ଦାହାରରେ ଅପହରଣ କରିନେଇଥିବା ୫ ଆତଙ୍କବାଦୀ ଏଥିରେ ପରସ୍ପରକୁ ଚିଫ୍‌, ଡକ୍ଟର, ବର୍ଗର, ଭୋଲା ଓ ଶଙ୍କର ନାମରେ ସମ୍ବୋଧନ କରୁଛନ୍ତି। ତେବେ ପାକିସ୍ତାନୀ ଆତଙ୍କାବାଦୀ ସଙ୍ଗଠନ ହରକତ୍‌-ଉଲ୍‌-ମୁଜାହିଦ୍ଦିନ୍‌ର ହାଇଜାକରମାନେ ମୁସଲମାନ ଥିଲେ, ଅନୁଭବ କୋଡ୍‌ନେମ୍‌ ବ୍ୟବହାର କରି ଏକଥାକୁ ଲୁଚାଇବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି। ପ୍ରଯୋଜକ ଅପହର୍ତ୍ତାମାନଙ୍କ ପ୍ରକୃତ ନାମ କାହିଁକି ପ୍ରଘଟ କଲେନାହିଁ ବୋଲି ଅନେକେ ପ୍ରଶ୍ନ ଉଠାଇଛନ୍ତି। ଆତଙ୍କବାଦୀମାନଙ୍କ ଆପରାଧିକ ଉଦ୍ଦେଶ୍ୟକୁ ଓଟିଟି ସିରିଜ୍‌ରେ ବୈଧ କରିବାକୁ ଉଦ୍ୟମ ହୋଇଥିବା ଭାଜପା ସମାଲୋଚନା କରିଛି। ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟ ଏକ୍ସ’ରେ ଲେଖିଛନ୍ତି, ଆଇସି-୮୧୪ ଅପହରଣକାରୀମାନେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲେ। ଏହି ଘଟଣାର ଅନେକ ବର୍ଷ ପରେ ଲୋକେ ମନେକରିବେ ଅପହର୍ତ୍ତାମାନେ ହିନ୍ଦୁ ଥିଲେ। ଅନ୍ୟପକ୍ଷେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନେଟ୍‌ଫ୍ଲିକ୍ସର ଭାରତ ମୁଖ୍ୟ ମୋନିକା ଶେର୍ଗିଲଙ୍କୁ ନୋଟିସ୍‌ କରାଯାଇଛି। ଏଭଳି ନାମକରଣର ଉଦ୍ଦେଶ୍ୟ ସମ୍ପର୍କରେ ସେପ୍ଟେମ୍ବର ୩ (ମଙ୍ଗଳବାର) ସ୍ପଷ୍ଟୀକରଣ ଦେବାକୁ ମୋନିକାଙ୍କୁ କୁହାଯାଇଛି। ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା କହିଛନ୍ତି, ‘କଶ୍ମୀର ଫାଇଲ୍ସ’ ଭଳି ମୁଭି ଦେଖି ଆମୋଦିତ ହେଉଥିବା ଲୋକେ ଆଇସି୮୧୪ରେ ଏମିତି ତରଳିଯାଇଛନ୍ତି। ସେମାନେ ହଠାତ୍‌ କାହିଁକି ନିର୍ଭୁଲ ତଥ୍ୟ ଚାହୁଁଛନ୍ତି ବୋଲି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଅବ୍‌ଦୁଲ୍ଲା ପ୍ରଶ୍ନ କରିଛନ୍ତି।
ଉକ୍ତ ଓ୍ବେବ୍‌ ସିରିଜ୍‌ରେ ନାସିରୁଦ୍ଦିନ୍‌ଙ୍କ ସହ ବିଜୟ ବର୍ମା, ପଙ୍କଜ କପୁର, ମନୋଜ ପହଓ୍ବା, ଅରବିନ୍ଦ ଗୋସ୍ବାମୀ, ଅନୁପମ ତ୍ରିପାଠୀ, ଦିଆ ମିର୍ଜା, ପତ୍ରଲେଖା, ଅମ୍ରିତା ପୁରୀ, ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟ ଓ କୁମୁଦ ମିଶ୍ରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ବିମାନ ଅପହରଣ ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟକ ବିହାରୀ ବାଜେପେୟୀଙ୍କ ନେତୃତ୍ୱାଧୀନ ସରକାର ୩ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଆଜହର, ଅହମ୍ମଦ ଓମାର ସଇଦ ଓ ମୁସ୍ତାକ୍‌ ଅହମ୍ମଦ ଅଜହରଙ୍କୁ ଭାରତୀୟ ଜେଲରୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେମାନେ ମୁକୁଳିବା ପରେ ଅପହର୍ତ୍ତାମାନେ ପଣବନ୍ଦୀ କରି ରଖିଥିବା ବିମାନ ସହ ଯାତ୍ରୀମାନଙ୍କୁ ମୁକ୍ତ କରିଥିଲେ। ୨୦୦୦ ଜାନୁଆରୀ ୬ରେ ସ୍ବରାଷ୍ଟ୍ରମନ୍ତ୍ରଣାଳୟ ଅପହର୍ତ୍ତାମାନଙ୍କ ନାମ ପ୍ରଘଟ କରିଥିଲା। ସେମାନେ ଥିଲେ ଇବ୍ରାହିମ୍‌ ଅଖ୍‌ତର ସୟିଦ, ସନ୍ନି ଅହମଦ କାଜି, ମିସ୍ତ୍ରୀ ଜହୁର ଇମ୍ରାହିମ୍‌ ଓ ଶକିର।

‘ସେନ୍‌ସରଶିପ୍‌ କେବଳ କ’ଣ ଆମ ପାଇଁ’

କାନ୍ଦାହାର ହାଇଜାକ୍‌ ଉପରେ ପର୍ଯ୍ୟବସିତ ନେଟ୍‌ଫ୍ଲିକ୍ସ ସିରିଜ୍‌କୁ ନେଇ ବିବାଦ ଦେଖାଦେଇଥିବାବେଳେ ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତ୍‌ ସେନ୍‌ସର ବୋର୍ଡର ଆଭିମୁଖ୍ୟକୁ ଏନେଇ ପ୍ରଶ୍ନ ଉଠାଇଛନ୍ତି। ଏକ୍ସ’ରେ କଙ୍ଗନା କହିଛନ୍ତି, କାନ୍ଦାହାର ହାଇଜେକ୍‌ରେ ସତ୍ୟକୁ ଲୁଚାଯାଇଛି। ଏଭଳି ଓ୍ବେବ୍‌ସିରିଜ୍‌କୁ ଅନୁମତି ମିଳୁଛି। କିନ୍ତୁ ତାଙ୍କ ଅଭିନୀତ ‘ଏମର୍ଜେନ୍ସି’ର ରିଲିଜ୍‌ ଡେଟ୍‌କୁ ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ଅଭିନେତ୍ରୀ କହିଥିଲେ, ‘ଏମର୍ଜେନ୍ସି’ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ୍‌ (ସିବିଏଫ୍‌ସି) ପ୍ରମାଣପତ୍ର ପାଇବା ପାଇଁ ସଂଗ୍ରାମ କରୁଛି। ପ୍ରକାଶ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ରେ ଜାରି କରିଥିବା ୨୧ ମାସିଆ ଜରୁରିକାଳୀନ ପରିସ୍ଥିତି ଉପରେ ଆଧାରିତ ‘ଏମର୍ଜେନ୍ସି’ର ମୁକ୍ତିଲାଭକୁ ଏକାଧିକ ଥର ଘୁଞ୍ଚାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri