Categories: ଜାତୀୟ

କାମ୍‌ରୁଜ୍ଜନ ସରକାରଙ୍କୁ ଫାଶୀଦଣ୍ଡ

କୋଲକାତା,୭।୭: ସିରିୟଲ କିଲର ଭାବେ ଜଣାଶୁଣା ପଶ୍ଚିମବଙ୍ଗର କାମ୍‌ରୁଜ୍ଜନ ସରକାରଙ୍କୁ ସୋମବାର ଫାଶୀ ଦଣ୍ଡାଦେଶ ଶୁଣାଯାଇଛି। ୯ ମହିଳାଙ୍କୁ ହତ୍ୟା କରିବା ଓ ସେମାନଙ୍କ ୨ ସମ୍ପର୍କୀୟଙ୍କୁ ବଳାତ୍କାର କରିବା ଭଳି ସଙ୍ଗିନ ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲା କୋର୍ଟ ପକ୍ଷରୁ ମାମଲାର ଶୁଣାଣି କରାଯାଇ ଅତିରିକ୍ତ ଜିଲା ଜଜ୍‌ ଅଭିଯୁକ୍ତ କାମ୍‌ରୁଜ୍ଜନଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୯ ମେ’ରେ ଜଣେ ୧୬ ବର୍ଷୀୟ ଯୁବତୀଙ୍କୁ ସେ ବଳାତ୍କାର କରିବା ପରେ ଜୁନ୍‌ ୨ରେ ଗିରଫ ହୋଇଥିଲେ। ଦୁଇ ଜିଲାରେ ସେ ପୂର୍ବରୁ ୧୫ ମାମଲାରେ ଅଭିଯୁକ୍ତ ରହିଥିଲେ। ତାଙ୍କ ବିରୋଧରେ ୬ଟି ବଳାତ୍କାର ଉଦ୍ୟମ ମାମଲା ମଧ୍ୟ ରହିଛି। ୧୬ରୁ ୭୫ ବର୍ଷ ବୟସର ୯ ଜଣଙ୍କୁ ସେ ହତ୍ୟା କରିଛନ୍ତି। ୨୦୧୩ରୁ ୨୦୧୯ ମଧ୍ୟରେ ସେ ଅନେକ ଚୋରି, ଡକାୟତି କରିଥିଲେ। କୋର୍ଟ ଏହାକୁ ରେୟାରେଷ୍ଟ ଅଫ୍‌ ରେୟାର ମାମଲା ଭାବେ ଗ୍ରହଣ କରି ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।

Share