ଫସଲ ଉଜାଡ଼ିଲା କାଳବୈଶାଖୀ: ଝଡ଼ି ପଡ଼ିଛି ଅମଳକ୍ଷମ ଧାନ, ଚାଷୀ ଚିନ୍ତିତ

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଳ୍ପଦିନ ପରେ ରବିଧାନ ଅମଳ ଆରମ୍ଭ ହେବ। କିନ୍ତୁ ଏବେ କାଳବୈଶାଖୀ ଜିଲାର ଚାଷୀଙ୍କ ପାଇଁ କାଳ ସାଜିଛି। ଏହାର ପ୍ରଭାବରେ ଶନିବାର ବିଳମ୍ବିତ ରାତିରେ ଭଟଲି ବ୍ଲକ ହଳଦୀପାଲି ଗ୍ରାମ ସମେତ ବିଭିନ୍ନ ଅଞ୍ଚଳରେ କୁଆପଥର ମାଡ଼ ହୋଇଛି। ଏଥିଯୋଗୁ ଧାନ ଫସଲ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଅମଳକ୍ଷମ ଅବସ୍ଥାକୁ ଆସିଥିବା ଧାନ ଝଡ଼ି ପଡ଼ିଛି। ସମ୍ପୃକ୍ତ ଅଞ୍ଚଳରେ ପରିବା ଫସଲ ମଧ୍ୟ ପ୍ରଭାବିତ ହୋଇଛି। ଏହାକୁ ନେଇ ଚାଷୀ ଚିନ୍ତିତ ହୋଇପଡ଼ିଛି। ଅନ୍ୟପଟେ ଚିରାଚରିତ ଢଙ୍ଗରେ ରାଜସ୍ବ ନିରୀକ୍ଷକମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି। ତେବେ ଇନପୁଟ୍‌ ସବ୍‌ସିଡ଼ି (କ୍ଷତିପୂରଣ ସହାୟତା) ଦାବି କଲେ ଧାନ ବିକିପାରିବେ ନାହିଁ ବୋଲି କିଛି କର୍ମଚାରୀ କହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ଏଥର ଅନୁକୂଳ ପାଗ ଯୋଗୁ ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଧାନ ଫସଲ ଭଲ ହୋଇଛି। ଆଉ ପ୍ରାୟ ଗୋଟିଏ ସପ୍ତାହ ପରେ ଅମଳ ପ୍ରକ୍ରିୟା ଜୋର୍‌ ଧରିବ। ଧାନ ଅମଳ ଯେତିକି ପାଖେଇ ଆସୁଛି ସମସ୍ୟା ସେତିକି ବଢ଼ି ଚାଲିଛି। ଧାନ ଅମଳକ୍ଷମ ଅବସ୍ଥାକୁ ଆସିଥିବାବେଳେ କିଛିଦିନ ତଳେ ଜିଲାର ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା, ଧାଙ୍ଗେର, କୁରୁଆଁ ଆଦି ଅଞ୍ଚଳର ଧାନ ଫସଲେ ଧାନକେଣ୍ଡାରୁ ଅଗାଡ଼ି ବାହାରୁଥିବା ଦେଖିବାକୁ ମିଳିଥିଲା। ସେହିପରି କଲାପାଣି, ଗାଇସୀମା ଅଞ୍ଚଳରେ ଫସଲରେ ଚକଡ଼ା(ମାଟିଆ ଗୁଣ୍ଡି) ରୋଗପୋକ ଉପଦ୍ରବ ଆରମ୍ଭ ହୋଇଥିଲା। ତାହା ନିୟନ୍ତ୍ରଣ ନ ହେଉଣୁ ଏବେ କାଳବୈଶାଖୀ ଚାଷୀଙ୍କ ଦୁଃଖ ବଢ଼ାଇ ଦେଇଛି। ଶନିବାର ରାତିରେ କାଳବୈଶାଖି ପ୍ରଭାବରେ କରାମାଡ଼ ହେବା ଯୋଗୁ ଭଟଲି ବ୍ଲକ ଚଢ଼େଇଗାଁ ପଞ୍ଚାୟତ ଅନ୍ତର୍ଗତ ହଳଦୀପାଲି ସମେତ ବିଭିନ୍ନ ଗ୍ରାମର ଧାନ ଓ ପରିବା ଫସଲ ଉଜୁଡ଼ି ଯାଇଛି। ହଳଦୀପାଲି ଗ୍ରାମ ଅଣଜଳସେଚିତ ହୋଇଥିବା ଯୋଗୁ ଚାଷୀମାନେ ଉଠାଜଳସେଚନ ପ୍ରକଳ୍ପ ତଥା ଗଭୀର ନଳକୂପ ମାଧ୍ୟମରେ ଚାଷକାର୍ଯ୍ୟ କରିଥିଲେ। ଫସଲ ମଧ୍ୟ ଭଲ ହୋଇଥିଲା। କିନ୍ତୁ କରାମାଡ଼ ଯୋଗୁ ଅମଳକ୍ଷମ ଅବସ୍ଥାକୁ ଆସିଥିବା ଧାନକେଣ୍ଡାରୁ ଧାନସବୁ ଝଡ଼ି ଯାଇଛି। ଏହାକୁ ନେଇ ଅଞ୍ଚଳର ଚାଷୀମାନେ ଭାଙ୍ଗି ପଡ଼ିଛନ୍ତି। ଗ୍ରାମର ସୁରଜିତ ପ୍ରଧାନ କହିଛନ୍ତି, ଏଥର ଧାନ ଫସଲ ଭଲ ହୋଇଥିଲା। କିନ୍ତୁ କରାମାଡ଼ ଯୋଗୁ ତାଙ୍କର ୧୦ଏକର ଧାନ ଫସଲ ଉଜୁଡ଼ି ଯାଇଛି। ଜିଲା ପ୍ରଶାସନ ଠିକ୍‌ ଭାବେ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ସେହିପରି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଭଟଲି ବ୍ଲକର ଚାଷୀମାନେ କିଛିଦିନ ତଳେ ଭୂତଳ ଜଳସ୍ତର କମିଯାଉଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଲୋ ଭୋଲଟେଜ୍‌, ବାରମ୍ବାର ବିଦ୍ୟୁତ୍‌ କାଟ୍‌ ଯୋଗୁ ଗଭୀର ନଳକୂପ ମାଧ୍ୟମରେ ଚାଷକାର୍ଯ୍ୟ କରିବା ବାଧାପ୍ରାପ୍ତ ହେଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଏଭଳି ସ୍ଥିତିରେ ଶନିବାର ରାତିରେ ହୋଇଥିବା କରାମାଡ଼ ହଳଦୀପାଲି ସମେତ ବିଭିନ୍ନ ଗ୍ରାମର ଚାଷୀଙ୍କ ମନୋବଳ ଭାଙ୍ଗି ଦେଇଛି। ଧାନ ଓ ପରିବା ଫସଲ ନଷ୍ଟ ହୋଇଛି। ଆମ୍ବ ଝଡ଼ି ପଡ଼ିଛି। କ୍ଷତିଗ୍ରସ୍ତ ଧାନ ଫସଲ ପାଇଁ ଇନ୍‌ପୁଟ୍‌ ସବ୍‌ସିଡ଼ି ଏବଂ ବୀମା କ୍ଷତିପୂରଣ ବ୍ୟବସ୍ଥା ରହିଛି। ମାତ୍ର ସରକାର ଏପର୍ଯ୍ୟନ୍ତ ପରିବା କ୍ଷୟକ୍ଷତି ଉପରେ ସେଭଳି କ୍ଷତିପୂରଣ ସହାୟତା ବ୍ୟବସ୍ଥା କରିନାହାନ୍ତି। ୩୩ ପ୍ରତିଶତରୁ ଅଧିକ ଫସଲକ୍ଷତି ହେଲେ ଅଣଜଳସେଚିତ ଅଞ୍ଚଳରେ ହେକ୍ଟର ପ୍ରତି ୮୫୦୦ ଟଙ୍କା ଏବଂ ଜଳସେଚିତ ଅଞ୍ଚଳରେ ହେକ୍ଟର ପ୍ରତି ୧୭ହଜାର ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ରହିଛି। ମାତ୍ର ଚାଷୀମାନଙ୍କୁ ତାହା ମଧ୍ୟ ମିଳୁନାହିଁ। ସେହିପରି ଫସଲ ନଷ୍ଟ ହେବାର ୭୨ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଚାଷୀ ବୀମା କମ୍ପାନୀଙ୍କୁ ଲିଖିତ ଆବେଦନ କରିବା ବିଧି ବ୍ୟବସ୍ଥା ରହିଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଅସହଯୋଗ ମନୋବୃତ୍ତି ଯୋଗୁ ଚାଷୀମାନେ ବୀମା କ୍ଷତିପୂରଣ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଶନିବାର ରାତିରେ କରାମାଡ଼ରେ ପ୍ରଭାବିତ ଫସଲର ଠିକ୍‌ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଭୟ ଇନ୍‌ପୁଟ୍‌ ସବ୍‌ସିଡ଼ି ଏବଂ ବୀମା କ୍ଷତିପୂରଣ ପ୍ରଦାନ ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ମହାପାତ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri