ଫସଲ ଉଜାଡ଼ିଲା କାଳବୈଶାଖୀ: ଝଡ଼ି ପଡ଼ିଛି ଅମଳକ୍ଷମ ଧାନ, ଚାଷୀ ଚିନ୍ତିତ

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଳ୍ପଦିନ ପରେ ରବିଧାନ ଅମଳ ଆରମ୍ଭ ହେବ। କିନ୍ତୁ ଏବେ କାଳବୈଶାଖୀ ଜିଲାର ଚାଷୀଙ୍କ ପାଇଁ କାଳ ସାଜିଛି। ଏହାର ପ୍ରଭାବରେ ଶନିବାର ବିଳମ୍ବିତ ରାତିରେ ଭଟଲି ବ୍ଲକ ହଳଦୀପାଲି ଗ୍ରାମ ସମେତ ବିଭିନ୍ନ ଅଞ୍ଚଳରେ କୁଆପଥର ମାଡ଼ ହୋଇଛି। ଏଥିଯୋଗୁ ଧାନ ଫସଲ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଅମଳକ୍ଷମ ଅବସ୍ଥାକୁ ଆସିଥିବା ଧାନ ଝଡ଼ି ପଡ଼ିଛି। ସମ୍ପୃକ୍ତ ଅଞ୍ଚଳରେ ପରିବା ଫସଲ ମଧ୍ୟ ପ୍ରଭାବିତ ହୋଇଛି। ଏହାକୁ ନେଇ ଚାଷୀ ଚିନ୍ତିତ ହୋଇପଡ଼ିଛି। ଅନ୍ୟପଟେ ଚିରାଚରିତ ଢଙ୍ଗରେ ରାଜସ୍ବ ନିରୀକ୍ଷକମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି। ତେବେ ଇନପୁଟ୍‌ ସବ୍‌ସିଡ଼ି (କ୍ଷତିପୂରଣ ସହାୟତା) ଦାବି କଲେ ଧାନ ବିକିପାରିବେ ନାହିଁ ବୋଲି କିଛି କର୍ମଚାରୀ କହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ଏଥର ଅନୁକୂଳ ପାଗ ଯୋଗୁ ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଧାନ ଫସଲ ଭଲ ହୋଇଛି। ଆଉ ପ୍ରାୟ ଗୋଟିଏ ସପ୍ତାହ ପରେ ଅମଳ ପ୍ରକ୍ରିୟା ଜୋର୍‌ ଧରିବ। ଧାନ ଅମଳ ଯେତିକି ପାଖେଇ ଆସୁଛି ସମସ୍ୟା ସେତିକି ବଢ଼ି ଚାଲିଛି। ଧାନ ଅମଳକ୍ଷମ ଅବସ୍ଥାକୁ ଆସିଥିବାବେଳେ କିଛିଦିନ ତଳେ ଜିଲାର ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା, ଧାଙ୍ଗେର, କୁରୁଆଁ ଆଦି ଅଞ୍ଚଳର ଧାନ ଫସଲେ ଧାନକେଣ୍ଡାରୁ ଅଗାଡ଼ି ବାହାରୁଥିବା ଦେଖିବାକୁ ମିଳିଥିଲା। ସେହିପରି କଲାପାଣି, ଗାଇସୀମା ଅଞ୍ଚଳରେ ଫସଲରେ ଚକଡ଼ା(ମାଟିଆ ଗୁଣ୍ଡି) ରୋଗପୋକ ଉପଦ୍ରବ ଆରମ୍ଭ ହୋଇଥିଲା। ତାହା ନିୟନ୍ତ୍ରଣ ନ ହେଉଣୁ ଏବେ କାଳବୈଶାଖୀ ଚାଷୀଙ୍କ ଦୁଃଖ ବଢ଼ାଇ ଦେଇଛି। ଶନିବାର ରାତିରେ କାଳବୈଶାଖି ପ୍ରଭାବରେ କରାମାଡ଼ ହେବା ଯୋଗୁ ଭଟଲି ବ୍ଲକ ଚଢ଼େଇଗାଁ ପଞ୍ଚାୟତ ଅନ୍ତର୍ଗତ ହଳଦୀପାଲି ସମେତ ବିଭିନ୍ନ ଗ୍ରାମର ଧାନ ଓ ପରିବା ଫସଲ ଉଜୁଡ଼ି ଯାଇଛି। ହଳଦୀପାଲି ଗ୍ରାମ ଅଣଜଳସେଚିତ ହୋଇଥିବା ଯୋଗୁ ଚାଷୀମାନେ ଉଠାଜଳସେଚନ ପ୍ରକଳ୍ପ ତଥା ଗଭୀର ନଳକୂପ ମାଧ୍ୟମରେ ଚାଷକାର୍ଯ୍ୟ କରିଥିଲେ। ଫସଲ ମଧ୍ୟ ଭଲ ହୋଇଥିଲା। କିନ୍ତୁ କରାମାଡ଼ ଯୋଗୁ ଅମଳକ୍ଷମ ଅବସ୍ଥାକୁ ଆସିଥିବା ଧାନକେଣ୍ଡାରୁ ଧାନସବୁ ଝଡ଼ି ଯାଇଛି। ଏହାକୁ ନେଇ ଅଞ୍ଚଳର ଚାଷୀମାନେ ଭାଙ୍ଗି ପଡ଼ିଛନ୍ତି। ଗ୍ରାମର ସୁରଜିତ ପ୍ରଧାନ କହିଛନ୍ତି, ଏଥର ଧାନ ଫସଲ ଭଲ ହୋଇଥିଲା। କିନ୍ତୁ କରାମାଡ଼ ଯୋଗୁ ତାଙ୍କର ୧୦ଏକର ଧାନ ଫସଲ ଉଜୁଡ଼ି ଯାଇଛି। ଜିଲା ପ୍ରଶାସନ ଠିକ୍‌ ଭାବେ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ସେହିପରି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଭଟଲି ବ୍ଲକର ଚାଷୀମାନେ କିଛିଦିନ ତଳେ ଭୂତଳ ଜଳସ୍ତର କମିଯାଉଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଲୋ ଭୋଲଟେଜ୍‌, ବାରମ୍ବାର ବିଦ୍ୟୁତ୍‌ କାଟ୍‌ ଯୋଗୁ ଗଭୀର ନଳକୂପ ମାଧ୍ୟମରେ ଚାଷକାର୍ଯ୍ୟ କରିବା ବାଧାପ୍ରାପ୍ତ ହେଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଏଭଳି ସ୍ଥିତିରେ ଶନିବାର ରାତିରେ ହୋଇଥିବା କରାମାଡ଼ ହଳଦୀପାଲି ସମେତ ବିଭିନ୍ନ ଗ୍ରାମର ଚାଷୀଙ୍କ ମନୋବଳ ଭାଙ୍ଗି ଦେଇଛି। ଧାନ ଓ ପରିବା ଫସଲ ନଷ୍ଟ ହୋଇଛି। ଆମ୍ବ ଝଡ଼ି ପଡ଼ିଛି। କ୍ଷତିଗ୍ରସ୍ତ ଧାନ ଫସଲ ପାଇଁ ଇନ୍‌ପୁଟ୍‌ ସବ୍‌ସିଡ଼ି ଏବଂ ବୀମା କ୍ଷତିପୂରଣ ବ୍ୟବସ୍ଥା ରହିଛି। ମାତ୍ର ସରକାର ଏପର୍ଯ୍ୟନ୍ତ ପରିବା କ୍ଷୟକ୍ଷତି ଉପରେ ସେଭଳି କ୍ଷତିପୂରଣ ସହାୟତା ବ୍ୟବସ୍ଥା କରିନାହାନ୍ତି। ୩୩ ପ୍ରତିଶତରୁ ଅଧିକ ଫସଲକ୍ଷତି ହେଲେ ଅଣଜଳସେଚିତ ଅଞ୍ଚଳରେ ହେକ୍ଟର ପ୍ରତି ୮୫୦୦ ଟଙ୍କା ଏବଂ ଜଳସେଚିତ ଅଞ୍ଚଳରେ ହେକ୍ଟର ପ୍ରତି ୧୭ହଜାର ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ରହିଛି। ମାତ୍ର ଚାଷୀମାନଙ୍କୁ ତାହା ମଧ୍ୟ ମିଳୁନାହିଁ। ସେହିପରି ଫସଲ ନଷ୍ଟ ହେବାର ୭୨ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଚାଷୀ ବୀମା କମ୍ପାନୀଙ୍କୁ ଲିଖିତ ଆବେଦନ କରିବା ବିଧି ବ୍ୟବସ୍ଥା ରହିଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଅସହଯୋଗ ମନୋବୃତ୍ତି ଯୋଗୁ ଚାଷୀମାନେ ବୀମା କ୍ଷତିପୂରଣ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଶନିବାର ରାତିରେ କରାମାଡ଼ରେ ପ୍ରଭାବିତ ଫସଲର ଠିକ୍‌ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଭୟ ଇନ୍‌ପୁଟ୍‌ ସବ୍‌ସିଡ଼ି ଏବଂ ବୀମା କ୍ଷତିପୂରଣ ପ୍ରଦାନ ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ମହାପାତ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଗୁଡାରିରେ ଅଖଚକ ସବୁ ଜାମ୍

ଗୁଡାରି,୮।୧୦(ପ୍ରମୋଦ କୁମାର ପତି): ଗୁରୁବାର ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ ଡାକରା ପ୍ରଭାବ ଗୁଡାରି ସହରରେ ଦେଖିବାକୁ ମିଳିଛି । ସହରର ସମସ୍ତ ସରକାରୀ ଓ ବେସରକାରୀ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

ବଙ୍ଗରେ ହଲଚଲ! ଉପନିର୍ବାଚନକୁ ନେଇ ମମତାଙ୍କ ବଡ଼ ଅଭିଯୋଗ; କହିଲେ ନିର୍ବାଚନ ହୋଇନି, EVMରେ…

କୋଲକାତା,୮।୧୦: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ମମତା ବାନାର୍ଜୀ ଭାଜପା ଉପରେ ଗୁରୁତର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?