ମଝି ନଈରେ କୁମ୍ଭୀର ସହ ଲଢ଼ିଲେ ନାବାଳକ

ପଟ୍ଟାମୁଣ୍ଡାଇ,୩୦।୫(ଡି.ଏନ୍‌.ଏ.): ଗାଧୋଇବାକୁ ଗଲାବେଳେ ଟାଣିନେଲା କୁମ୍ଭୀର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ପଞ୍ଚାୟତ ଅରାଜି ଗାଁରେ।
ସୂଚନାଯୋଗ୍ୟ, ଅରାଜି ଗାଁର ମନୋଜ ସାହୁଙ୍କ ସାନ ପୁଅ କାଣିନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଏକ ବଉଳା କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ତେବେ ସେ କୌଶଳକ୍ରମେ କୁମ୍ଭୀରସହ ଲଢେଇ କରି ନିଜ ଜୀବନ ବଞ୍ଚାଇଥିଲେ ।

ପ୍ରତେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ନଦୀରେ ପ୍ରାୟ ୬ ଜଣ ଗାଧୋଉ ଥିଲେ କିନ୍ତୁ ଜଣେ ନାବାଳକ ନଦୀ ଭିତରକୁ ଯାଇଥିଲେ। ସେତିକିବେଳେ ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ଚିତ୍କାର ଶୁଣିବା ପରେ ପାଖ ପିଲାମାନେ ଉଦ୍ଧାର ପାଇଁ ପ୍ରୟାସ କରଥିଲେ। ଶେଷରେ ନାବାଳକଜଣଙ୍କ ସାହସର ସହିତ କୁମ୍ଭୀର ସହିତ ଏକାକୀ ମୁକାବିଲା କରି ନିଜ ଜୀବନ ରକ୍ଷା କରିିଥିଲେ । ତାଙ୍କୁ ଆହତ ଅବସ୍ଥାରେ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।