ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଦେବଗଡ଼, ୨୦।୧୦(ଡି.ଏନ୍‌.ଏ.): ଦେବଗଡ ପୌର ପରିଷଦରେ ପୂର୍ବରୁ କାମ କରୁଥିବା ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏକ ପୁରୁଣା ବିଲ କରାଇଦେବାକୁ କଲିତ କୁମାର କରଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏଥିସହ ରାସାୟନିକ ବୋଳା ୮ ହଜାର ଟଙ୍କା ଜବତ କରାଯାଇଛି।

ବିଜୟାନନ୍ଦ ଏବେ ତିଲେଇବଣି ବ୍ଲକରେ କାର୍ଯ୍ୟରତ ଅଛନ୍ତି। ଦେବଗଡ ଓ ଝାରସୁଗୁଡ଼ାର ମିଳିତ ୬ ଜଣିଆ ଭିଜିଲାନ୍ସ ଟିମ ଏହି ଚଢାଉ କରିଥିଲେ। ଯନ୍ତ୍ରୀ ବିଜୟାନନ୍ଦଙ୍କୁ ଦେବଗଡ ଭିଜିଲାନ୍ସ ଅଫିସରେ ରଖି ଅଧିକ ତଦନ୍ତ କରାଯାଉଛି।