‘କୁଜିବର ପତ୍ର’ରୁ ଓଡ଼ିଆ ସାମ୍ବାଦିକତାର ଯାତ୍ରା: ଜାଣନ୍ତୁ ଇତିହାସ

‘କୁଜିବର ପତ୍ର’ରୁ ଆରମ୍ଭ ହୋଇଥିଲା ଓଡ଼ିଆ ସାମ୍ବାଦିକତାର ଯାତ୍ରା। କଟକ ଚୌଦ୍ବାର ନିକଟ କୁବିଜର ମଠର ମହନ୍ତ ସାଧୁସୁନ୍ଦର ଦାସ ୧୭୬୯ରେ ‘କୁଜିବର ପତ୍ର’ ନାମରେ ଏକ ହାତଲେଖା ପତ୍ରିକା ଆରମ୍ଭ କରିଥିଲେ। ସେତେବେଳେ ସାଧାରଣ ଲୋକଙ୍କୁ ସାମ୍ପ୍ରତିକ ସାମାଜିକ ଅବସ୍ଥା ଏବଂ ଓଡ଼ିଆ ଭାଷା ସମ୍ପର୍କରେ ଅବଗତ କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ। ସମୟ ସହିତ ତାଳଦେଇ ସାମ୍ବାଦିକତା ଧାରା ଏବେ ଡିଜିଟାଲରେ ପହଞ୍ଚତ୍ଛି ସତ, ମାତ୍ର କୁଜିବର ପତ୍ର ତା’ର ସ୍ବର୍ଣ୍ଣିମ ଇତିହାସ ବହନ କରି ଚାଲିଛି। ତେବେ କୁଜିବର ପତ୍ର ପରେ ପ୍ରଥମ ଛାପା ପତ୍ରିକା ଭାବେ ୧୮୪୯ରେ ‘ଜ୍ଞାନାରୁଣ’ ପତ୍ରିକା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ୧୮୫୬ରେ ‘ପ୍ରବୋଧ ଚନ୍ଦ୍ରିକା’ ଏବଂ ୧୮୬୧ରେ ‘ଅରୁଣୋଦୟ’ ନାମରେ ଆଉଏକ ପତ୍ରିକା ପ୍ରକାଶିତ ହୋଇଥିଲା। ହେଲେ ମାତ୍ର ୩ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ଉକ୍ତ ୩ଟି ପତ୍ରିକା ପ୍ରକାଶନ ବନ୍ଦ ହୋଇଯାଇଥିଲା। ତା’ପରେ ୧୮୭୩ରେ ‘ଉତ୍କଳ ଦର୍ପଣ’ ନାମରେ ମାସିକ ପତ୍ରିକା ବାଲେଶ୍ବରରୁ ପ୍ରକାଶିତ ହୋଇଥିଲା। ଓଡ଼ିଆ ଭାଷାରେ ଏହା ହେଉଛି ପ୍ରଥମ ସାହିତ୍ୟ ମାଗାଜିନ୍‌। ଏହାପରେ ୧୮୭୮ରେ ‘ଉତ୍କଳ ମଧୁପ’, ୧୮୮୫ରେ ‘ପ୍ରଦୀପ’ ପତ୍ରିକା ଖୁବ୍‌ କମ୍‌ ଦିନ ପାଇଁ ପ୍ରକାଶ ପାଇଥିଲା। ତେବେ ୧୮୯୭ରେ ପ୍ରକାଶିତ ‘ଉତ୍କଳ ସାହିତ୍ୟ ପତ୍ରିକା’ ଓଡ଼ିଆ ସାହିତ୍ୟରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ପ୍ରକାଶ ପାଇଥିବା ଏକାଧିକ ପତ୍ରିକା ୧୯୦୬ରେ ‘ମୁକୁର’, ୧୯୧୫ରେ ‘ସତ୍ୟବାଦୀ’, ୧୯୨୦ରେ ‘ଆହାକାର’, ୧୯୩୪ରେ ‘ନବଭାରତ’ ଆଦି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ସହ ସାମ୍ବାଦିକତା କ୍ଷେତ୍ରକୁ ରୁଦ୍ଧିମନ୍ତ କରିବାରେ ବେଶ୍‌ ସହାୟକ ହୋଇଥିଲା।
ପ୍ରଥମ ଓଡ଼ିଆ ଖବର କାଗଜ
୧୮୬୬ ଅଗଷ୍ଟ ୪ ଓଡ଼ିଆ ସାମ୍ବାଦିକତା ପାଇଁ ଗୌରବର ଦିନ ଭାବେ ଉଭା ହୋଇଥିଲା। ଏହିଦିନ ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜ ଭାବେ ‘ଉତ୍କଳ ଦୀପିକା’ ଆତ୍ମପ୍ରକାଶ କରିଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ। ପ୍ରଥମେ ଏହା ସାପ୍ତାହିକ ଏବଂ ପରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା, ଯାହା ଓଡ଼ିଆ ସାମ୍ବାଦିକତା ଓ ଖବରକାଗଜ ପ୍ରକାଶନର ନୂଆ ଯୁଗ ଆରମ୍ଭ କରିଥିଲା। ତେଣୁ ପ୍ରତିବର୍ଷ ଅଗଷ୍ଟ ୪କୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି।

ସତ୍ୟ, ନିରପେକ୍ଷ, ସମାଜ କଲ୍ୟାଣ ପାଇଁ ସାମ୍ବାଦିକ କଲମ ଚାଳନା କରନ୍ତୁ
ପୂର୍ବରୁ ଓଡ଼ିଆ ସାମ୍ବାଦିକତା ସମାଜର ଦର୍ପଣ ସାଜିବା ସହିତ ଶିକ୍ଷା, ସଂସ୍କାର ଓ ଜାଗରଣର ବାହକ ଥିଲା। ମାତ୍ର ଏବେ ସୋସିଆଲ ମିଡିଆ ଯୁଗରେ ଅନେକ ସମୟରେ ଖବର ଶସ୍ତା ମନୋରଞ୍ଜନ ଓ ନାଟକୀୟତାରେ ସୀମିତ ହୋଇପଡ଼ୁଛି। ଗଣମାଧ୍ୟମ ଅନେକ ସମୟରେ ଦର୍ଶକ ଓ ପାଠକଙ୍କ ସଂଖ୍ୟା ଏବଂ ବ୍ୟବସାୟ ଚାପରେ ଭାଷାର ଶାଳୀନତା ତଥା ନୈତିକତା ହରାଉଛି। ରାଜନୈତିକ ଖବରକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ଓଡ଼ିଶାର ଗାଁ, କ୍ଷେତ, ସ୍କୁଲ ଆଦି ସମସ୍ୟାଗୁଡ଼ିକର ଖବର କେଉଁଠି ହଜିଯାଉଛି। ସେହିପରି ଓଡ଼ିଆ ସାମ୍ବାଦିକତା ଏବେ ସଙ୍କଟ ମୁଖରେ। କିନ୍ତୁ ଏହା ହେଉଛି ଏକ ନୂଆ ଆରମ୍ଭର ସମୟ। ସାମ୍ବାଦିକଙ୍କ କଲମରେ ସମାଜକୁ ଆଲୋକିତ କରିବାର ଶକ୍ତି ଅଛି। ତେଣୁ ସତ୍ୟ, ନିରପେକ୍ଷ ଓ ସାମାଜିକ କଲ୍ୟାଣ ପାଇଁ ଏହାକୁ ଚାଳନା କରିବା ଦରକାର।
– ସୁରଜ କୁମାର ବେହେରା, ସାମ୍ବାଦିକତା ଛାତ୍ର, ମାଲକାନଗିରି

ଓଡ଼ିଆ ସାମ୍ବାଦିକତା ବିଶ୍ୱ ମଞ୍ଚରେ ଓଡ଼ିଆ ଭାଷାକୁ ପ୍ରତିନିଧିତ୍ୱ କରାଉଛି
ଓଡ଼ିଆ ସାମ୍ବାଦିକତା ଦିବସ ଆମକୁ ଗର୍ବିତ କରିବା ସହ ସାମ୍ବାଦିକତା ପ୍ରତି ଦାୟିତ୍ୱବୋଧ ବୃଦ୍ଧି କରାଏ। ଓଡ଼ିଆ ସାମ୍ବାଦିକତାର ଇତିହାସ ବହୁତ ପ୍ରାଚୀନ ଏବଂ ଗୌରବମୟ। ଓଡ଼ିଆ ସାମ୍ବାଦିକତା ବର୍ତ୍ତମାନ ବିଶ୍ୱ ମଞ୍ଚରେ ଓଡ଼ିଆ ଭାଷାକୁ ପ୍ରତିନିଧିତ୍ୱ କରାଉଛି। ଆଧୁନିକ ଯୁଗରେ ଯେଉଁଠି ତଥ୍ୟ ଓ ଖବର ଅଗଣିତ ଭାବରେ ଚାଲୁଛି, ସେଠାରେ ଠିକ୍‌, ନିରପେକ୍ଷ ଓ ସତ୍ୟ ଖବର ପ୍ରଦାନ କରିବା ଜଣେ ସାମ୍ବାଦିକର ଦାୟିତ୍ୱ ହୋଇଯାଇଛି। ଏବେ ଓଡ଼ିଆ ସାମ୍ବାଦିକତାର ମୂଲ୍ୟ ବୁଝିବା ଏବଂ ସେଥିରେ ସହଭାଗୀ ହେବା ପାଇଁ ନୂଆ ପିଢ଼ିଙ୍କୁ ପ୍ରେରିତ କରାଯିବା ଆବଶ୍ୟକ।
– ମେଘା ରାଣୀ ଦେବତା, ସାମ୍ବାଦିକତା ଛାତ୍ରୀ, ଭୁବନେଶ୍ୱର

ସାମ୍ବାଦିକତାରେ କ୍ୟାରିୟର ପାଇଁ ଭଲ ସୁଯୋଗ ରହିଛି
୧୮୬୬ ଅଗଷ୍ଟ ୪ରେ ‘ଉତ୍କଳ ଦୀପିକା’ର ପ୍ରକାଶନ ଓଡ଼ିଆ ଅସ୍ମିତାର ଏକ ନୂଆ ଅଧ୍ୟାୟ ରଚିଥିଲା। ଏହା ଓଡ଼ିଆ ଭାଷା ଓ ଜାତି ଚେତନାକୁ ଉଜ୍ଜୀବିତ କରିଛି। ସାମ୍ବାଦିକତା କେବଳ ଖବର ନୁହେଁ, ଓଡ଼ିଆ ଅସ୍ମିତାକୁ ସମୃଦ୍ଧ କରି ଜନସ୍ବରକୁ ଶକ୍ତି ଦେବାର ଦାୟିତ୍ୱ। ପୂର୍ବରୁ ଓଡ଼ିଆ ସାମ୍ବାଦିକତାରେ ଏତେ ସୁଯୋଗ ନ ଥିଲା। ମାତ୍ର ଏବେ ଖବରକାଗଜଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍‌, ଓ୍ବେବ୍‌ ମିଡିଆ ରହିଛି। ସେହିପରି ଏ କ୍ଷେତ୍ରରେ ଚାକିରିର ମଧ୍ୟ ଭଲ ସୁଯୋଗ ରହିଛି। କେବଳ ତାହାର ସଦୁପଯୋଗ କରିବାର କୌଶଳ ଆବଶ୍ୟକ।
– ଆଲିୟା ବଗର୍ତ୍ତି, ସାମ୍ବାଦିକତା ଛାତ୍ରୀ, କୋରାପୁଟ

ସୋସିଆଲ ମିଡିଆ ପାଇଁ ସାମ୍ବାଦିକଙ୍କ ବିଶ୍ୱସନୀୟତା ପ୍ରତି ପ୍ରଶ୍ନ ଉଠୁଛି
ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହେଉ ବା ଭାରତର ସ୍ବାଧୀନତା ପାଇଁ ଲୋକଙ୍କୁ ଜାଗ୍ରତ କରିବା ଆଦି ସବୁ କ୍ଷେତ୍ରରେ ଓଡ଼ିଶାର ସାମ୍ବାଦିକଙ୍କ ପ୍ରମୁଖ ଭୂମିକା ରହିଛି। ଭାରତର ମହାନ ସ୍ବାଧୀନତା ସଂଗ୍ରାମୀ ନିଜ ଲେଖନୀ ମାଧ୍ୟମରେ ଲୋକଙ୍କ ମନରେ ସ୍ବାଭିମାନ ଚିନ୍ତାଧାରା ପାଇଁ ଆନ୍ଦୋଳନ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନେଉଥିଲେ। ସମୟକ୍ରମେ ତାହା ପେସା ଅର୍ଥାତ୍‌ ସାମ୍ବାଦିକତାରେ ପରିଣତ ହେଲା। ମାତ୍ର ଏବେ ସୋସିଆଲ ମିଡିଆ ପାଇଁ ସାଧାରଣ ଲୋକଟିଏ ନିଜକୁ ଜଣେ ଜଣେ ସାମ୍ବାଦିକ ଭଳି ମନେ କରୁଛନ୍ତି। ଏହାଦ୍ୱାରା ଧୀରେ ଧୀରେ ସାମ୍ବାଦିକଙ୍କ ବିଶ୍ୱାସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।
– ଭୁବନେଶ୍ୱରୀ ତ୍ରିପାଠୀ, ସାମ୍ବାଦିକତା ଛାତ୍ରୀ, ଭୁବନେଶ୍ୱର

ଓଡ଼ିଆ ସାମ୍ବାଦିକତାର ଭବିଷ୍ୟତ ଉଜ୍ଜ୍ୱଳମୟ
ଦିନକୁ ଦିନ ଖବରକାଗଜର ପାଠକ ସଂଖ୍ୟା ବଢିବା ସହ ସାମ୍ବାଦିକତା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି। ଓଡ଼ିଆ ସାମ୍ବାଦିକତାର ପରିସୀମା ବଢ଼ୁଥିବାରୁ ଏହାର ଭବିଷ୍ୟତ ଉଜ୍ଜ୍ୱଳମୟ ରହିଛି। ସାମ୍ବାଦିକତା ଏକ ପେସା ନୁହେଁ, ଏହା ଏକ ନିଶା। ଏହା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଏ ଏବଂ ସମାଜରେ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଥାଏ। କମ୍‌ ଶବ୍ଦରେ ଅଧିକ କଥା କୁହାଯିବା ସାମ୍ବାଦିକଙ୍କ ଲକ୍ଷ୍ୟ ହେବା ଜରୁରୀ।
– ଦୀପ୍ତିମୟୀ ନାୟକ, ସାମ୍ବାଦିକତା ଛାତ୍ରୀ, ଭୁବନେଶ୍ୱର

ରାଜ୍ୟ ସରକାର ସ୍ବତନ୍ତ୍ର ପରିଚୟ ଦିଅନ୍ତୁ
ସାମ୍ବାଦିକତା କରିବା ବହୁତ ସହଜ, ମାତ୍ର ଠିକ୍‌ ଦାୟିତ୍ୱ ତୁଲାଇବା ଚ୍ୟାଲେଞ୍ଜପୂର୍ଣ୍ଣ। ସାମ୍ବାଦିକତା କରି ନିଜ ଭବିଷ୍ୟତ ଗଢ଼ିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ସ୍ବତନ୍ତ୍ର ରୁଚି ରହୁଛି। ଓଡ଼ିଶାର ଗଁାଠାରୁ ସହର ସବୁଠି ସାମ୍ବାଦିକମାନେ ବେଶ୍‌ ସକ୍ରିୟ ରହୁଛନ୍ତି। ହେଲେ ସମାଜ ପାଇଁ କାମ କରୁଥିବା ସାମ୍ବାଦିକଙ୍କୁ ସ୍ବତନ୍ତ୍ର ସମ୍ମାନ ମିଳିବା ଦରକାର। ଓଡ଼ିଆ ସାମ୍ବାଦିକତାକୁ ସ୍ବତନ୍ତ୍ର ପରିଚୟ ମିଳିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଏହି କ୍ଷେତ୍ର ପ୍ରତି ଗୁରୁତ୍ୱ ଦେଇ ନୂଆ ଯୋଜନା କରିବା ଦରକାର।
– ସରୋଜ କୁମାର ବାରିକ, ସାମ୍ବାଦିକତା ଛାତ୍ର, ଯାଜପୁର
– ପ୍ରସ୍ତୁତି: ବନ୍ଦନା ସେଠୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri