ଏଣିକି ନାଇଟ୍‌ ଶିଫ୍ଟ କରିବେ ମହିଳା: ଆସିଲା ନୂଆ ନିୟମ

ଭୁବନେଶ୍ୱର,୪ା୮(ରବିନାରାୟଣ ଜେନା): ଦୀର୍ଘଦିନ ଧରି ଘରୋଇ ପ୍ରତିଷ୍ଠାନରେ ମହିଳାମାନେ ରାତିରେ କାର୍ଯ୍ୟ କରିବା ନେଇ ଥିବା ସରକାରୀ ବାଧ୍ୟବାଧକତାକୁ ଏବେ କୋହଳ କରାଯାଇଛି। ରାଜ୍ୟରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିିରେ ରଖି ଶ୍ରମ ବିଭାଗ ପକ୍ଷରୁ ଓଡ଼ିଶା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୧୯୫୬ରେ କେତେକ ପରିବର୍ତ୍ତନ କରାଯାଇଛି। ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ପ୍ରତିଷ୍ଠାନ କିମ୍ବା ବ୍ୟବସାୟିକ କେନ୍ଦ୍ରରେ କାର୍ଯ୍ୟ କରିପାରିବେ। ମାତ୍ର ନାବାଳିକାମାନଙ୍କୁ ଏହି ଅନୁମତି ଦିଆଯିବ ନାହିଁ। ତେବେ ରାତିରେ ମହିଳାମାନେ କାର୍ଯ୍ୟସ୍ଥଳୀରେ କାମ କରିବା ସମୟରେ କି ପ୍ରକାର ସତର୍କତା ଅବଲମ୍ବନ କରାଯିବ ସେନେଇ ଶନିବାର ଶ୍ରମବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି।
ବିଜ୍ଞପ୍ତିରେ ଶ୍ରମବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗ୍‌ମ ଦର୍ଶାଇଛନ୍ତି, ରାଜ୍ୟ ସରକାର ଏହା ମାଧ୍ୟମରେ ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ଲାଗୁ ହୋଇଥିବା ଧାରା-୨୩କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି; ଯାହାଦ୍ୱାରା ଘରୋଇ ପ୍ରତିଷ୍ଠାନରେ ମହିଳାମାନଙ୍କ ପାଇଁ ରାତିରେ କାମ କରିବାର ସୁଯୋଗ ସୃଷ୍ଟି ହୋଇପାରିବ। ଏହାସହିତ ‘ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌’କୁ ଆଧାର କରି ସେମାନଙ୍କ ନିରାପତ୍ତା ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇପାରିବ।
ସେ ଦର୍ଶାଇଛନ୍ତି, ରାତିରେ ମହିଳାମାନେ କାର୍ଯ୍ୟ କରିବାକୁ ଚାହିଁଲେ ତାଙ୍କର ସ୍ବୀକୃତି ଦେବାକୁ ପଡ଼ିବ। ମହିଳାମାନେ ଯେଉଁଠାରେ କାମ କରିବାକୁ ଚାହିଁବେ ସେଠାରେ ଅତି କମ୍‌ରେ ୩ ଜଣ ମହିଳା କର୍ମଚାରୀ କାର୍ଯ୍ୟ କରୁଥିବେ ଏବଂ କାର୍ଯ୍ୟସ୍ଥଳୀରେ ନାରୀ ନିଯୁକ୍ତି କର୍ତ୍ତା ରହୁଥିବେ।
ରାତିରେ ମହିଳା କର୍ମଚାରୀଙ୍କୁ ତାଙ୍କ ଘରୁ ଆଣିବା କିମ୍ବା ଛାଡ଼ିବା ପାଇଁ ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ଥିବା ଗାଡ଼ି ବ୍ୟବହାର ହେବ, ନଚେତ୍‌ କାର୍ଯ୍ୟକ୍ଷେତ୍ର ନିକଟରେ ତାଙ୍କ ପାଇଁ ରହିବାର ସ୍ବତନ୍ତ୍ର ବନ୍ଦୋବସ୍ତ କରାଯିବା ଆବଶ୍ୟକ। ରାତିରେ ଯେଉଁ ଗାଡ଼ି ମହିଳା କର୍ମଚାରୀଙ୍କୁ ନେବା ଆଣିବା କରିବ ସମ୍ପୃକ୍ତ ଯାନ ଚାଳକଙ୍କର (ଯେଉଁମାନେ ପ୍ରତିଷ୍ଠାନ ଦ୍ୱାରା ପ୍ରତ୍ୟକ୍ଷ କିମ୍ବା ଜଣେ ସେବା ପ୍ରଦାନକାରୀ ମାଧ୍ୟମରେ ନିଯୁକ୍ତ) ବ୍ୟକ୍ତିଗତ ତଥ୍ୟ ପୋଲିସ୍‌ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଯେଉଁ ଘରୋଇ ପ୍ରତିଷ୍ଠାନରେ ମହିଳା କର୍ମଚାରୀ ନିଯୁକ୍ତ ହୋଇଛନ୍ତି, ସେଠାରେ ଶୌଚାଳୟ,ପାନୀୟ ଜଳ ସୁବିଧା ସହିତ ଯଥେଷ୍ଟ ପରିମାଣର ଆଲୋକ ସୁବିଧା ସାଙ୍ଗକୁ ସମ୍ପୂର୍ଣ୍ଣ ପରିସରଟି ସିସିଟିଭି ନିୟନ୍ତ୍ରଣରେ ରହିବା ଆବଶ୍ୟକ। ଏହାସହିତ ସେମାନଙ୍କ ପାଇଁ ସମର୍ପିତ ଟେଲିଫୋନ୍‌ ନମ୍ବର, ରାଜ୍ୟ ସରକାରଙ୍କ ହେଲ୍‌ପ ଲାଇନ ନମ୍ବର-୧୮୧ ଏବଂ ଶ୍ରମ ବିଭାଗର ହେଲ୍‌ପ ଲାଇନ ନମ୍ବର-୧୮୦୦୩୪୫୬୭୦୩ ଭଲ ଭାବେ ପ୍ରଦର୍ଶିତ ହେବା ସହିତ ମହିଳା କର୍ମଚାରଙ୍କୁ ନେବା ଆଣିବା ଗାଡ଼ିରେ ମଧ୍ୟ ଲଗାଯିବା ଦରକାର। ସେହିପରି ମହିଳା କର୍ମଚାରୀଙ୍କ ଡ୍ୟୁଟି ସମୟ ଯେପରି ଲଗାତର ଭାବେ ନ ହୁଏ, ଦିନ ଓ ରାତି କାର୍ଯ୍ୟ ମଧ୍ୟରେ ଅତି କମ୍‌ରେ ୮ଘଣ୍ଟା ବ୍ୟବଧାନ ରହିବା ଆବଶ୍ୟକ।
ପ୍ରମୁଖ ସଚିବ ଅରୁମୁଗ୍‌ମ ଦର୍ଶାଇଛନ୍ତି, କାର୍ଯ୍ୟକ୍ଷେତ୍ରରେ ଯେଭଳି ମହିଳାମାନେ ଯୌନ ନିର୍ଯାତନାର ଶିକାର ନ ହୁଅନ୍ତି ତାକୁ ଦୃଷ୍ଟିରେ ରଖି ମହିଳା ଯୌନ ନିର୍ଯାତନା ଆଇନ-୨୦୧୩କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଏହାବାଦ୍‌ କାର୍ଯ୍ୟକ୍ଷେତ୍ରରେ ମହିଳା କର୍ମଚାରୀମାନେ କାମ କରିବା ପୂର୍ବରୁ ନିର୍ଦ୍ଦିଷ୍ଟ ଫର୍ମାଟରେ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ଏକ ସ୍ବୀକାରପତ୍ର ଶ୍ରମବିଭାଗ ପୋର୍ଟାଲରେ ଅପଲୋଡ୍‌ କରିବାକୁ ପଡ଼ିବ। ଯଦି କୌଣସି ପରିସ୍ଥିତିରେ ଶ୍ରମ ଆଇନର ଉଲ୍ଲଂଘନ ହେବା ଦୃଷ୍ଟିକୁ ଆସେ ତେବେ ସେ କ୍ଷେତ୍ରରେ ଅନୁଚ୍ଛେଦ-୩୫ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରମୁଖ ସଚିବ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?