ପ୍ଲାଷ୍ଟିକମୁକ୍ତ ସହର ପ୍ରହସନ

ଚମ୍ପୁଆ, ୩।୩ (ଡି.ଏନ.ଏ)-ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପ୍ରଦୂଷଣ ସମସ୍ୟାକୁ ରୋକିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର କମିବା ବଦଳରେ ବଢ଼ିବାରେ ଲାଗିଛି। ଚମ୍ପୁଆ ସହରକୁ ପ୍ଲାଷ୍ଟିକମୁକ୍ତ କରି ସୁନ୍ଦର ସହର ଗଢ଼ିବାର ସ୍ବପ୍ନ ପ୍ରହସନରେ ପରିଣତ ହୋଇଛି। ଯାହାକି ସହରରେ କୁଢ଼ କୁଢ଼ ପ୍ଲାଷ୍ଟିକକୁ ଦେଖି ସ୍ପଷ୍ଟ ଜଣାପଡୁଛି।
ପ୍ରକାଶ ଯେ, ଗତବର୍ଷ ଫେବୃୟାରୀ ଓ ମାର୍ଚ୍ଚରେ ସରକାରଙ୍କ ପକ୍ଷରୁ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ ହୋଇଥିଲା। ଏହାପରେ ଚମ୍ପୁଆ ଏନ୍‌ଏସି ପକ୍ଷରୁ ବିଭିନ୍ନ ଦୋକାନ ବଜାର ସହିତ ପଲିଥିନ ବିକୁଥିବା ଦୋକାନରେ ଚଢ଼ାଉ କରାଯାଇଥିଲା। ୪୦ରୁ ୭୦ କେଜି ପର୍ଯ୍ୟନ୍ତ ପଲିଥିନ ଓ ଥର୍ମକଲ ଆଦି ଜବତ ସହ ଜରିମାନା ଆଦାୟ କରାଯାଇ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନର ପଲିଥିନ ବ୍ୟବହାର ଲାଗି ପରାମର୍ଶ ଦିଆଯାଇଥିଲା। ମାତ୍ର ଏବେ ସହରରେ ପୁଣି ପୂର୍ବ ଅବସ୍ଥା। ବହୁଳ ମାତ୍ରାରେ ପଲିଥିନ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ମାତ୍ର ୩ରୁ ୪ ଥର ଚଢ଼ାଉ କରି ସହରକୁ ପ୍ଲାଷ୍ଟିକମୁକ୍ତ କରିବାର ଡିଣ୍ଡିମ ପିଟୁଥିବା ଏହି ଏନଏସିରେ ବର୍ତ୍ତମାନ ପ୍ଲାଷ୍ଟିକ ଯୋଗୁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ କୁହାଯାଉଛି। ଦୈନଦିନ ଡଷ୍ଟବିନରେ ଶହ ଶହ ପଲିଥିନ ଓ ଥର୍ମକଲ ପଡ଼ିରହୁଥିବା ବେଳେ ପ୍ରାଣୀଙ୍କ ଆହାର ପାଲଟୁଛି। ଯାହାକି ପ୍ରାଣୀ ସମ୍ପଦକୁ ବିପଦ ମୁଖକୁ ଟାଣି ନେଉଛି। ଏପରିକି ଛୋଟରୁ ବଡ଼ ଦୋକାନ ପଲିଥିନ ମାଧ୍ୟମରେ ଖାଦ୍ୟ ପାର୍ଶଲ ଆକାରରେ ଦେଉଛନ୍ତି। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଗୌରହରି ବେହେରାଙ୍କୁ ପଚାରିବାରୁ କହିଛନ୍ତି, ନିକଟ ଭବିଷ୍ୟତରେ ଏନେଇ ଚଢ଼ାଉ କରାଯିବାର ଯୋଜନା ରହିଛି। ଖୁବ୍‌ଶିଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ପୂର୍ବକ ପଲିଥିନ ଉପରେ ରୋକ୍‌ ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri