ଡାଇଭର୍ସନ ଯୋଗୁ ବିଚ୍ଛିନ୍ନ ହେବ ଝୁମ୍ପୁରା-ଉଖୁଣ୍ଡା ରାସ୍ତା

ଝୁମ୍ପୁରା,୨ା୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ନିକଟରେ କାନପୁର ବୃହତ ଜଳସେଚନ ପ୍ରକଳ୍ପର ଗୋଟିଏ ପାର୍ଶ୍ୱର ମୁଖ୍ୟ କେନାଲ ଅତିକ୍ରମ କରୁଛି। ଏହି ସ୍ଥାନରେ ରାସ୍ତା ଉପରେ ପୋଲ ନିର୍ମାଣ ଲାଗି ଟେଣ୍ଡର ହୋଇଥିଲା। ମାତ୍ର ପୋଲ ନିର୍ମାଣ କେବଳ ଫାଉଣ୍ଡେଶନ ଖୋଳିବାରେ ସୀମିତ ରହିଯାଇଛି। ୨ ବର୍ଷ ବିତି ଯାଇଥିଲେ ମଧ୍ୟ କାମ ଆଗେଇ ପାରୁନାହିଁ। ଝୁମ୍ପୁରା-ଉଖୁଣ୍ଡା ରାସ୍ତାକୁ ଅତିକ୍ରମ କରୁଥିବା କେନାଲ ଖୋଳା ମଧ୍ୟ ସରିଯାଇଛି। ଗୋଟିଏ ପାର୍ଶ୍ୱରେ କେନାଲ ଗାଢ଼, ଅନ୍ୟ ପାର୍ଶ୍ୱରେ ପୋଲ ଫାଉଣ୍ଡେଶନ ଗାଢ, ମଝିରେ ଡାଇଭର୍ସନ ରାସ୍ତା ବିପଦସଙ୍କୁଳ ହୋଇପଡ଼ିଛି। ଡାଇଭର୍ସନ ରାସ୍ତା ମଧ୍ୟ ପିଚୁ କରାଯାଇ ନ ଥିବାରୁ ତାହା କାଦୁଅ ପଚ ପଚ ହୋଇଛି। ଏବେ ଏହି ଡାଇଭର୍ସନ ରାସ୍ତାର ଦୁଇ ପାର୍ଶ୍ୱରୁ ମାଟି ଧସିବା ଆରମ୍ଭ ହୋଇଛି। ଫଳରେ ଝୁମ୍ପୁରା ବ୍ଲକ ଓ ତହସିଲ କାର୍ଯ୍ୟାଳୟ ତଥା ବଜାରକୁ ସଂଯୋଗ କରୁଥିବା ଝୁମ୍ପୁରା- ଉଖୁଣ୍ଡା ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ରାସ୍ତା ସଂଯୋଗ ବିଚ୍ଛିନ୍ନ ହେଲେ ଝୁମ୍ପୁରା ବ୍ଲକର ୧୦ଟି ପଞ୍ଚାୟତର ଗ୍ରାମବାସୀ ଝୁମ୍ପୁରାକୁ ଯାତାୟାତ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେବେ। ଏନେଇ ବିଭାଗୀୟ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୋଭିଡ୍‌ର ଆଳ ଦେଖାଇ କାମ ବନ୍ଦ ଅଛି ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସଫେଇ ଦିଆଯାଉଛି।
ସୂଚନା ଅନୁଯାୟୀ, ପ୍ରଥମ ଟେଣ୍ଡରର ଏଷ୍ଟିମେଟ ଉପରେ ଫାଉଣ୍ଡେଶନ ଧସିବାରୁ ପୋଲର ଡିଜାଇନ ବଦଳାଗଲା। ଡିଜାଇନ ବଦଳିବା ପରେ ଟେଣ୍ଡର ମଧ୍ୟ ସରିଛି। ବ୍ୟୟ ଅଟକଳ ୭କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ଜଳସମ୍ପଦ ବିଭାଗ ଟଙ୍କା ମଧ୍ୟ ପ୍ଲେସମେଟ କରିସାରିଛି। ହେଲେ ପୋଲ ନିର୍ମାଣ କାମ କାହିଁକି ଅଟକିଛି ବୁଝାପଡୁନାହିଁ। ପୁଣି ଡାଇଭର୍ସନ ରାସ୍ତା ପିଚୁ କରାଯିବା ନେଇ ଏଷ୍ଟିମେଟରେ ରହିଥିଲେ ହେଁ ତାହା କରାଯାଉ ନାହିଁ। ଡାଇଭର୍ସନ ପାର୍ଶ୍ୱରେ ସୁରକ୍ଷା ଗାର୍ଡ ମଧ୍ୟ ନାହିଁ। ଏସମ୍ପର୍କରେ ପୋଲ ନିର୍ମାଣ ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗ ଯନ୍ତ୍ରୀ ଅଭିମନ୍ୟୁ ନାଏକଙ୍କୁ ପଚାରିବାରୁ ଟେଣ୍ଡରଧାରୀ ଆସିଲେ ହିଁ କାମ ଆରମ୍ଭ ହୋଇଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri