ଶ୍ରୀମନ୍ଦିର ରତ୍ନଅଳଙ୍କାର ଗଣନା ହେଉନି

ପୁରୀ ଅଫିସ,୩୧।୧: ଶ୍ରୀମନ୍ଦିର ଭିତରଭଣ୍ଡାର ଚାବି ପ୍ରସଙ୍ଗ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ରତ୍ନ ଅଳଙ୍କାର ଗଣନା ନ ହେବା ନେଇ ପ୍ରଶ୍ନ ଉଠିଛି। ୨୦୧୮ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ରତ୍ନଅଳଙ୍କାର ଗଣନା ପାଇଁ ମତ ପ୍ରକାଶ ପାଇଥିଲା। ଆସନ୍ତା ଏପ୍ରିଲ ୪ରେ ଏହି ନିଷ୍ପତ୍ତିକୁ ୪ ବର୍ଷ ପୂରିବାକୁ ଯାଉଛି। ମାତ୍ର ଏପର୍ଯ୍ୟନ୍ତ ରତ୍ନ ଅଳଙ୍କାର ଗଣାଯାଇନାହିଁ। ଏଭଳି ଭାବେ ଶ୍ରୀମନ୍ଦିର ବିଧିବ୍ୟବସ୍ଥା ଓ ପରିଚାଳନା କମିଟି ନିଷ୍ପତ୍ତିକୁ ଅଣଦେଖା କରାଯାଉଥିବାରୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଚାବି ପ୍ରସଙ୍ଗ ଚର୍ଚ୍ଚାକୁ ଆସିବା ପରେ ୨୦୧୮ ଏପ୍ରିଲ ୪ରେ ଭୁବନେଶ୍ୱରସ୍ଥିତ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଚାବି ହଜିବା କଥା କହିବା ସହ ଭିତର ରତ୍ନଭଣ୍ଡାର ଚାବି ଭାଙ୍ଗିବା ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ଗଜପତି ମହାରାଜା ଦିବ୍ୟସିଂହ ଦେବ ଏପରିଚାଳନା କମିଟି ସଦସ୍ୟମାନେ ଚାବି ନ ଭାଙ୍ଗି ପ୍ରଥମେ ଖୋଜାଯିବା ସପକ୍ଷରେ ମତ ରଖିଥିଲେ। ଏହାପରେ ସର୍ବସମ୍ମତି କ୍ରମେ ଚାବି ଖୋଜିବା ନେଇ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଜିଲା କୋଷାଗାରରେ ୧୯୭୦ ପରଠାରୁ ଚାବି ଜମାଦିଆଯାଇଥିବା ନେଇ ତଥ୍ୟ ନ ଥିବା ବୈଠକରେ ପ୍ରକାଶ କରିଥିଲେ। ତେବେ ଚାବି ପ୍ରଥମେ ଖୋଜାଯାଉ, ଚାବି ନ ମିଳିଲେ ଆଗାମୀ ପରିଚାଳନା କମିଟି ବୈଠକର ଅନୁମୋଦନ କ୍ରମେ ଚାବି ଭଙ୍ଗାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଅନ୍ୟପକ୍ଷରେ ବୈଠକରେ ଶ୍ରୀମନ୍ଦିର ସ୍ବତ୍ୱଲିପି ସମ୍ପର୍କରେ ଆଲୋଚନା ହୋଇଥିଲା। ସ୍ବତ୍ୱଲିପି ଅନୁଯାୟୀ, ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରରୁ ପ୍ରତି ୩ବର୍ଷକୁ ଥରେ ଗଣତି ହେବାର ପ୍ରାବଧାନ ରହିଛି। ତେଣୁ ସମସ୍ତ ସଭ୍ୟମାନେ ପୁଣି ଥରେ ରତ୍ନଅଳଙ୍କାର ଗଣତି କରିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏହି ନିଷ୍ପତ୍ତିକୁ ଆସନ୍ତା ଏପ୍ରିଲରେ ୪ବର୍ଷ ପୂରିବ। ମାତ୍ର ଏପର୍ଯ୍ୟନ୍ତ ରତ୍ନ ଅଳଙ୍କାର ଗଣନା ନିମନ୍ତେ ପ୍ରଶାସନ ଆଗ୍ରହ ଦେଖାଉ ନାହିଁ। ସୂଚନାଯୋଗ୍ୟ, ଶେଷ ଥର ପାଇଁ ୧୯୭୮ ମେ ୧୩ରୁ ଜୁଲାଇ ୨୩ ମଧ୍ୟରେ ରତ୍ନ ଅଳଙ୍କାର ଗଣତି ହୋଇଥିବା ବେଳେ ଏହି ତାଲିକାକୁ ଏକ ପୁସ୍ତକ ଆକାରରେ ସତ୍ୟବାଦୀ ପ୍ରେସ୍‌ରେ ଛପାଯାଇଥିଲା। ଏହି ତାଲିକାର ଶହେ ନକଲ ଜିଲା ଟ୍ରେଜେରିରେ ରହିଥିବା ଜଣାପଡ଼ିଛି। ସଂପୃକ୍ତ ତାଲିକାକୁ ଆଧାର କରି ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣନା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାକୁ ୪ ବର୍ଷ ପୂରିବାକୁ ବସିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଏନେଇ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଚାବି ହଜିବା ପରେ ରାଜ୍ୟ ସରକାର ରତ୍ନ ଅଳଙ୍କାର ଗଣତି ପାଇଁ ପଦକ୍ଷେପ ନେବା ଏକ ନ୍ୟାଯ୍ୟ ଦାବି। ଏନେଇ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ କାହାରି ଏଥିପ୍ରତି ଧ୍ୟାନ ନାହିଁ। ୩ବର୍ଷରେ ଥରେ ରତ୍ନଅଳଙ୍କାର ଗଣନା ନେଇ ସ୍ବତ୍ୱଲିପିରେ ଉଲ୍ଲେଖ ଥିବାବେଳେ କାହିଁକି ତାହା କାର୍ଯ୍ୟକାରୀ ହେଉନି ସବୁଠାରୁ ବଡ଼ ପ୍ରଶ୍ନ। ସରକାର ରତ୍ନଅଳଙ୍କାର ଗଣତି ପ୍ରକ୍ରିୟା ଆରମ୍ଭ କରି ଜଗନ୍ନାଥପ୍ରେମୀଙ୍କ ମନରେ ଥିବା ଆଶଙ୍କାକୁ ଦୂର କରନ୍ତୁ। ସେହିପରି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ରତ୍ନଅଳଙ୍କାର ଚୋରି ହୋଇଥିବାରୁ ରାଜ୍ୟ ସରକାର ଜାଣିଶୁଣି ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦେଉନାହାନ୍ତି। ସରକାର ଯଦି ବାସ୍ତବରେ ଜଗନ୍ନାଥପ୍ରେମୀ ଓ ସ୍ବଚ୍ଛ ତେବେ ରତ୍ନ ଅଳଙ୍କାର ଗଣନା ଲାଗି ପଦକ୍ଷେପ ନେବା ଉଚିତ। ଅନ୍ୟପକ୍ଷରେ ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, ୨୦୧୮ ଏପ୍ରିଲ ବୈଠକରେ ରତ୍ନଅଳଙ୍କାର ଗଣନା ନେଇ ମତ ପ୍ରକାଶ ପାଇଥିଲା। ମାତ୍ର ଏହାର ପରବର୍ତ୍ତୀ ବୈଠକଗୁଡ଼ିକରେ ଆଉ ଏ ସଂକ୍ରାନ୍ତରେ କୌଣସି ଆଲୋଚନା ହୋଇନାହିଁ କିମ୍ବା କେବେ ହେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଆମପାଖରେ ନାହିଁ। ପ୍ରଶାସନ କେବଳ ଏହି ସୂଚନା ଦେଇପାରିବ। ଅପରପକ୍ଷେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri