ଶ୍ରୀମନ୍ଦିର ରତ୍ନଅଳଙ୍କାର ଗଣନା ହେଉନି

ପୁରୀ ଅଫିସ,୩୧।୧: ଶ୍ରୀମନ୍ଦିର ଭିତରଭଣ୍ଡାର ଚାବି ପ୍ରସଙ୍ଗ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ରତ୍ନ ଅଳଙ୍କାର ଗଣନା ନ ହେବା ନେଇ ପ୍ରଶ୍ନ ଉଠିଛି। ୨୦୧୮ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ରତ୍ନଅଳଙ୍କାର ଗଣନା ପାଇଁ ମତ ପ୍ରକାଶ ପାଇଥିଲା। ଆସନ୍ତା ଏପ୍ରିଲ ୪ରେ ଏହି ନିଷ୍ପତ୍ତିକୁ ୪ ବର୍ଷ ପୂରିବାକୁ ଯାଉଛି। ମାତ୍ର ଏପର୍ଯ୍ୟନ୍ତ ରତ୍ନ ଅଳଙ୍କାର ଗଣାଯାଇନାହିଁ। ଏଭଳି ଭାବେ ଶ୍ରୀମନ୍ଦିର ବିଧିବ୍ୟବସ୍ଥା ଓ ପରିଚାଳନା କମିଟି ନିଷ୍ପତ୍ତିକୁ ଅଣଦେଖା କରାଯାଉଥିବାରୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଚାବି ପ୍ରସଙ୍ଗ ଚର୍ଚ୍ଚାକୁ ଆସିବା ପରେ ୨୦୧୮ ଏପ୍ରିଲ ୪ରେ ଭୁବନେଶ୍ୱରସ୍ଥିତ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଚାବି ହଜିବା କଥା କହିବା ସହ ଭିତର ରତ୍ନଭଣ୍ଡାର ଚାବି ଭାଙ୍ଗିବା ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ଗଜପତି ମହାରାଜା ଦିବ୍ୟସିଂହ ଦେବ ଏପରିଚାଳନା କମିଟି ସଦସ୍ୟମାନେ ଚାବି ନ ଭାଙ୍ଗି ପ୍ରଥମେ ଖୋଜାଯିବା ସପକ୍ଷରେ ମତ ରଖିଥିଲେ। ଏହାପରେ ସର୍ବସମ୍ମତି କ୍ରମେ ଚାବି ଖୋଜିବା ନେଇ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଜିଲା କୋଷାଗାରରେ ୧୯୭୦ ପରଠାରୁ ଚାବି ଜମାଦିଆଯାଇଥିବା ନେଇ ତଥ୍ୟ ନ ଥିବା ବୈଠକରେ ପ୍ରକାଶ କରିଥିଲେ। ତେବେ ଚାବି ପ୍ରଥମେ ଖୋଜାଯାଉ, ଚାବି ନ ମିଳିଲେ ଆଗାମୀ ପରିଚାଳନା କମିଟି ବୈଠକର ଅନୁମୋଦନ କ୍ରମେ ଚାବି ଭଙ୍ଗାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଅନ୍ୟପକ୍ଷରେ ବୈଠକରେ ଶ୍ରୀମନ୍ଦିର ସ୍ବତ୍ୱଲିପି ସମ୍ପର୍କରେ ଆଲୋଚନା ହୋଇଥିଲା। ସ୍ବତ୍ୱଲିପି ଅନୁଯାୟୀ, ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରରୁ ପ୍ରତି ୩ବର୍ଷକୁ ଥରେ ଗଣତି ହେବାର ପ୍ରାବଧାନ ରହିଛି। ତେଣୁ ସମସ୍ତ ସଭ୍ୟମାନେ ପୁଣି ଥରେ ରତ୍ନଅଳଙ୍କାର ଗଣତି କରିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏହି ନିଷ୍ପତ୍ତିକୁ ଆସନ୍ତା ଏପ୍ରିଲରେ ୪ବର୍ଷ ପୂରିବ। ମାତ୍ର ଏପର୍ଯ୍ୟନ୍ତ ରତ୍ନ ଅଳଙ୍କାର ଗଣନା ନିମନ୍ତେ ପ୍ରଶାସନ ଆଗ୍ରହ ଦେଖାଉ ନାହିଁ। ସୂଚନାଯୋଗ୍ୟ, ଶେଷ ଥର ପାଇଁ ୧୯୭୮ ମେ ୧୩ରୁ ଜୁଲାଇ ୨୩ ମଧ୍ୟରେ ରତ୍ନ ଅଳଙ୍କାର ଗଣତି ହୋଇଥିବା ବେଳେ ଏହି ତାଲିକାକୁ ଏକ ପୁସ୍ତକ ଆକାରରେ ସତ୍ୟବାଦୀ ପ୍ରେସ୍‌ରେ ଛପାଯାଇଥିଲା। ଏହି ତାଲିକାର ଶହେ ନକଲ ଜିଲା ଟ୍ରେଜେରିରେ ରହିଥିବା ଜଣାପଡ଼ିଛି। ସଂପୃକ୍ତ ତାଲିକାକୁ ଆଧାର କରି ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣନା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାକୁ ୪ ବର୍ଷ ପୂରିବାକୁ ବସିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଏନେଇ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଚାବି ହଜିବା ପରେ ରାଜ୍ୟ ସରକାର ରତ୍ନ ଅଳଙ୍କାର ଗଣତି ପାଇଁ ପଦକ୍ଷେପ ନେବା ଏକ ନ୍ୟାଯ୍ୟ ଦାବି। ଏନେଇ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ କାହାରି ଏଥିପ୍ରତି ଧ୍ୟାନ ନାହିଁ। ୩ବର୍ଷରେ ଥରେ ରତ୍ନଅଳଙ୍କାର ଗଣନା ନେଇ ସ୍ବତ୍ୱଲିପିରେ ଉଲ୍ଲେଖ ଥିବାବେଳେ କାହିଁକି ତାହା କାର୍ଯ୍ୟକାରୀ ହେଉନି ସବୁଠାରୁ ବଡ଼ ପ୍ରଶ୍ନ। ସରକାର ରତ୍ନଅଳଙ୍କାର ଗଣତି ପ୍ରକ୍ରିୟା ଆରମ୍ଭ କରି ଜଗନ୍ନାଥପ୍ରେମୀଙ୍କ ମନରେ ଥିବା ଆଶଙ୍କାକୁ ଦୂର କରନ୍ତୁ। ସେହିପରି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ରତ୍ନଅଳଙ୍କାର ଚୋରି ହୋଇଥିବାରୁ ରାଜ୍ୟ ସରକାର ଜାଣିଶୁଣି ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦେଉନାହାନ୍ତି। ସରକାର ଯଦି ବାସ୍ତବରେ ଜଗନ୍ନାଥପ୍ରେମୀ ଓ ସ୍ବଚ୍ଛ ତେବେ ରତ୍ନ ଅଳଙ୍କାର ଗଣନା ଲାଗି ପଦକ୍ଷେପ ନେବା ଉଚିତ। ଅନ୍ୟପକ୍ଷରେ ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, ୨୦୧୮ ଏପ୍ରିଲ ବୈଠକରେ ରତ୍ନଅଳଙ୍କାର ଗଣନା ନେଇ ମତ ପ୍ରକାଶ ପାଇଥିଲା। ମାତ୍ର ଏହାର ପରବର୍ତ୍ତୀ ବୈଠକଗୁଡ଼ିକରେ ଆଉ ଏ ସଂକ୍ରାନ୍ତରେ କୌଣସି ଆଲୋଚନା ହୋଇନାହିଁ କିମ୍ବା କେବେ ହେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଆମପାଖରେ ନାହିଁ। ପ୍ରଶାସନ କେବଳ ଏହି ସୂଚନା ଦେଇପାରିବ। ଅପରପକ୍ଷେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?