Posted inଖେଳ

ଜାପାନ ସମ୍ରାଟ ନରୁହିଟୋ ଅଲିମ୍ପିକ୍ସ ଉଦ୍‌ଘାଟନ କରିପାରନ୍ତି

ଟୋକିଓ,୧୫।୭(ପି.ଟି.): ଜପାନ ସମ୍ରାଟ ନରୁହିଟୋ ଜୁଲାଇ ୨୩ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ। ସେ ଅଲିମ୍ପିକ୍ସ ଆରମ୍ଭ ହେଲା ବୋଲି ଘୋଷଣା କରିପାରନ୍ତି ବୋଲି ଏକ ରିପୋର୍ଟରୁ ଏ ନେଇ ସୂଚନା ମିଳିଛି। ନରୁହିଟୋ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବାର ସମ୍ଭାବନା ଥିବାରୁ ଆୟୋଜକମାନେ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରୟାସ ଜାରି ରଖିଛି।
ରାଜ ପ୍ରାସାଦରେ ସେ ବିଦେଶୀ ଗଣମାନ୍ୟ ବ୍ୟକ୍ତିଙ୍କ ସହ ସାକ୍ଷାତ କରିବେ। ତେବେ କୋଭିଡ୍‌-୧୯ କାରଣରୁ ପ୍ରାୟ ସବୁ ଇଭେଣ୍ଟ ରୁଦ୍ଧଦ୍ୱାରରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ରାଜ ପରିବାରର ସଦସ୍ୟମାନେ ଅଲିମ୍ପିକ୍ସର ଅନ୍ୟ ଇଭେଣ୍ଟରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଅନୁମାନ କରାଯାଉଛି। ୬୧ ବର୍ଷୀୟ ନରୁହିଟୋ ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସର ସମ୍ମାନସ୍ପଦ ପୃଷ୍ଠପୋଷକ ରହିଛନ୍ତି। ପୂର୍ବରୁ କୋଭିଡ୍‌-୧୯ କାରଣରୁ ଅଲିମ୍ପିକ୍‌ ଆୟୋଜନ ନେଇ ନରୁହିଟୋ ଚିନ୍ତା ପ୍ରକଟ କରିଥିଲେ। ଅଲିମ୍ପିକ୍‌ ଆୟୋଜନ ଦ୍ୱାରା କରୋନ ସଂକ୍ରମଣରେ ବୃଦ୍ଧିଘଟିବ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ। ତୃତୀୟ ସମ୍ରାଟ ଭାବେ ନରୁହିଟୋ ପୃଷ୍ଠପୋଷକର ଭୂମିକା ଗ୍ରହଣ କରିଛନ୍ତି। ଉଭୟ ଅଲିମ୍ପିକ ଓ ପାରା ଅଲିମ୍ପିକ୍‌ ପାଇଁ ସେ ପ୍ରଥମ ସମ୍ରାଟ ଭାବେ ଏହି ଭୂମିଗା ଗ୍ରହଣ କରିଛନ୍ତି। ତାଙ୍କ ବାପା ଅକିହିଟୋ ୧୯୯୮ ନାଗାନୋ ଓ୍ବିଣ୍ଟର ଅଲିମ୍ପିକ୍ସ ଓ ଜେଜେ ହିରୋହିଟୋ ୧୯୬୪ ଟୋକିଓ ଅଲମ୍ପିକ୍ସ ଓ ୧୯୭୨ ସାପ୍ପୋରୋ ଶୀତକାଳୀନ ଅଲିମ୍ପିକ୍ସ ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri