ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ ଅଷ୍ଟ ଚଣ୍ଡୀଙ୍କ ମନ୍ଦିର ସମ୍ମୁଖ ପଡ଼ିଆରେ ୯ ଫୁଟର ଦୁଇଟି ନିଆଁ ଖନ୍ଦା କରାଯାଇ ନିଆଁରେ ଭର୍ତ୍ତି କରାଯାଇଥିଲା। ଷୋଳସହସ୍ର ପୂଜାର୍ଚ୍ଚନା କରିବା ପରେ ବାଦ୍ୟରେ ପ୍ରକମ୍ପିତ ହୋଇଉଠିଥିଲା ଅଞ୍ଚଳ। ଏହି ଶକ୍ତି ପୀଠରେ ମାନସିକଧାରୀ ଭକ୍ତ ଏବଂ ବରୁଆ ଦେହରେ ଦେବୀ ସବାର ହୋଇ ନିଆଁରେ ଚାଲିଥିଲେ । ଦୀର୍ଘ ୧୬ ବର୍ଷ ହେଲା ଏହି ପୀଠରେ ପ୍ରସିଦ୍ଧ ଝାମୁଯାତ୍ରାରେ ପ୍ରାୟ ହଜାର ହଜାର ଲୋକ ସାମିଲ ହେଉଛନ୍ତି। ଅନେକ ମାନସିକଧାରୀ ବ୍ରତ ରଖିଥିବାବେଳେ ତାରିଣୀ ଅଷ୍ଟ ଚଣ୍ଡୀ ପୀଠସ୍ଥଳରେ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ଗହଳି ଲାଗିରହିଛି। ଏହି ପୀଠରେ ୪ ଦିନ ବ୍ୟାପୀ ଚୈତ୍ର ମହୋତ୍ସବର ଚତୁର୍ଥ ଦିବସରେ ହନୁମାନ ଜୟନ୍ତି ପଣା ସଂକ୍ରାନ୍ତି ମଙ୍ଗଳବାର ଆୟୋଜନ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଭାପତି କୈଳାସ କୁମୁରା ସମ୍ପାଦକ ସୁଶାନ୍ତ ମଲ୍ଲିକ, ତଥା ଦେହୁଁରି ସେବାୟତ ସୁମନ୍ତ ଭୋଇ, ରାଧେଶ୍ୟାମ ପଟ୍ଟନାୟକ ତପନ ରଣା,କୁଞ୍ଜ ରଣା, ରଂଜନ ରଣା ପ୍ରସନ୍ନ ରଣା, ମହେନ୍ଦ୍ର ପ୍ରଧାନୀ ଶେଷଦେବ ରଣା, ଲମ୍ବଧର ରଣା,ବୃହସ୍ପତି ରଣା,ହୃଦାନନ୍ଦ ମଲ୍ଲିକ, ମହିମା ରଣା, ବିକାଶ ରଣା ବିଷ୍ଣୁ ରଣା, ପିତାମ୍ବର ରଣା, ମାର୍କଣ୍ଡ ପ୍ରଧାନୀ,ମଥୁରାମ ରଣା, ନନ୍ଦକିଶୋର ରଣା ପ୍ରମୁଖ ସମେତ ବଲାଙ୍ଗୀର କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରୁ ବାର ଦେହେଲିଆ, ଭକ୍ତ ସେବାୟତ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ନିଆଁରେ ଚାଲିଥିଲେ।

Dharitri – Odisha’s No.1 Odia Daily

Share