ହଟିବ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ

ଓ୍ବାଶିଂଟନ,୨୫ା୧୨:ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବୈଜ୍ଞାନିକମାନେ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ ବୃହତ୍ତମ ସ୍ପେସ୍‌ ଟେଲିସ୍କୋପ୍‌ ଜେମ୍ସ ଓ୍ବେବ୍‌କୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଶନିବାର ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୫ଟା ୫୦ରେ ୟୁରୋପୀୟ ଆରିଏନ୍‌-୫ ରକେଟ ମାଧ୍ୟମରେ ପ୍ରେରଣ କରିଛି। ଫ୍ରେଞ୍ଚ ଗୁଇନାର ଲଞ୍ଚ୍‌ ବେସରୁ ଏହି ଟେଲିସ୍କୋପ୍‌ର ଉତ୍‌କ୍ଷେପଣ କରାଯାଇଛି। ନାସା, ୟୁରୋପୀୟ ସ୍ପେସ୍‌ ଏଜେନ୍ସି ଏବଂ କାନାଡା ସ୍ପେସ୍‌ ଏଜେନ୍ସି ଦ୍ୱାରା ଜେମ୍ସ ଓ୍ବେବ୍‌ ପ୍ରସ୍ତୁତ ହୋଇଛି। ୧୯୯୦ରେ ପଠାଯାଇଥିବା ହବଲ୍‌ ଟେଲିସ୍କୋପ ଅପେକ୍ଷା ଏହା ଶହେ ଗୁଣ ଅଧିକ ଶକ୍ତିଶାଳୀ। ଏହା ମାଧ୍ୟମରେ ବ୍ରହ୍ମାଣ୍ଡର ପ୍ରାରମ୍ଭିକ ଅବସ୍ଥାରେ କିପରି ଗାଲାକ୍ସି, ସୌରମଣ୍ଡଳ ଏବଂ ଗ୍ରହଗୁଡିକ ସୃଷ୍ଟିହେଲେ ସେ ବିଷୟରେ ତଥ୍ୟ ଯୋଗାଇବ। ଏହି ଟେଲିସ୍କୋପ୍‌ ୟୁନିଭର୍ସ ସୃଷ୍ଟିର ରହସ୍ୟ ଉନ୍ମୋଚନ ସହ ଏଲିଅନମାନଙ୍କ ଉପସ୍ଥିତି ମଧ୍ୟ ଚିହ୍ନଟ କରିବ। ଏହା ମାଧ୍ୟମରେ ବୈଜ୍ଞାନିକମାନେ ବ୍ରହ୍ମାଣ୍ଡର ଅନେକ ରହସ୍ୟ ଉପରୁ ପରଦା ହଟାଇ ପାରିବେ ବୋଲି ଆଶା କରିଛନ୍ତି।

Share