ଅଧାରେ ଅଟକିଛି ଜଗଦଳା ଜଳସେଚନ ପ୍ରକଳ୍ପ

ଝୁମ୍ପୁରା, ୫।୭ (ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ମଲଦା ପଞ୍ଚାୟତରେ ରହିଛି ଜଗଦଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଏହାର ଉନ୍ନତୀକରଣ କାମ ଅଧାରେ ଅଟକିଛି। ଉକ୍ତ ଡ୍ୟାମ୍‌ ଉପରେ ବହୁ ଗ୍ରାମର ଚାଷୀ ନିର୍ଭର କରୁଥିଲେ ମଧ୍ୟ କାର୍ଯ୍ୟ ଅଧାପନ୍ତରିଆ ହୋଇପଡ଼ିଥିବାରୁ ଲୋକେ ହଇରାଣ ହେଉଛନ୍ତି। ଏହି ଡ୍ୟାମ୍‌ର ରିଜର୍ଭର, ଟନେଲ, ସର୍‌ପ୍ଲସ ଟନେଲ, ମୁଖ୍ୟ କେନାଲ ତତ୍‌ସହିତ ଝୁମ୍ପୁରା ବ୍ଲକ ଓ ସଦର ବ୍ଲକର ଗୋଡୁଆ ଟୋପା, ରେଙ୍ଗାଳବେଡା, ଧନୁର୍ଜୟପୁର, କୁରଡିହି, ସିଲିସୁଆଁ, କାଳିସୁଇ, କଣ୍ଡାରାପଶି ଆଦି ଗ୍ରାମଗୁଡିକର ଚାଷଜମିରେ ଶାଖା କେନାଲ ଭାବେ ବିଛାଇ ହୋଇରହିଛି।
ସମୟକ୍ରମେ ରିଜର୍ଭର ପୋତିହେଲା, ଟନେଲରେ ଲିକ, ଧ୍ୱସ୍ତ ଅବସ୍ଥାରେ କେନାଲ ଯୋଗୁ ଚାଷଜମିକୁ ପାଣି ମାଡିଲା ନାହିଁ। ଚାଷୀଙ୍କ ବାରମ୍ବାର ଅଭିଯୋଗ ପରେ ୨୦୧୮ରେ ଜଗଦଳା ଡ୍ୟାମର ରିଜର୍ଭର ପଙ୍କୋଦ୍ଧାର, ଟନେଲ ମରାମତି, ମୁଖ୍ୟ କେନାଲ ମରାମତି ଆଦି ପାଇଁ ଜିଲା ଖଣିଜ ପାଣ୍ଠିରୁ (ଡିଏମ୍‌ଏଫ୍‌) ୩ କୋଟି ୩୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟବରାଦ କରାଯାଇ କ୍ଷୁଦ୍ର ଜଳସେଚନ ବିଭାଗ ଜରିଆରେ ଟେଣ୍ଡର ଦିଆଗଲା। ସେହିପରି ବିଛାଇ ହୋଇପଡିଥିବା କେନାଲଗୁଡିକର ମରାମତି, କେନାଲ ସ୍ବାଇଫଲ ମରାମତି ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଜରିଆରେ ଆଉ ଏକ ଟେଣ୍ଡର ଦିଆଗଲା। ଜିଲା ଖଣିଜ ପାଣ୍ଠିରୁ ଦ୍ୱିତୀୟ ଟେଣ୍ଡର ପାଇଁ ୩ କୋଟି ୩୩ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟୟବରାଦ ହୋଇଥିଲା। ଡ୍ୟାମ୍‌ର ଉନ୍ନତୀକରଣ ପାଇଁ ସମୁଦାୟ ୭ କୋଟି ପାଖାପାଖି ଟଙ୍କା ବ୍ୟୟବରାଦ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଟେଣ୍ଡର ଏଷ୍ଟିିମେଟ୍‌ ଅନୁସାରେ ଡ୍ୟାମ୍‌ ରିଜର୍ଭର ପଙ୍କୋଦ୍ଧାର ହୋଇନାହିଁ କି ଟନେଲ ମରାମତି ହୋଇନାହିଁ। କେବଳ ମୁଖ୍ୟ କେନାଲର କିଛି ଅଂଶ ଯେନତେନ ମରାମତି କରାଯାଇଛି। କ୍ଷୁଦ୍ର ଜଳସେଚନ ବିଭାଗ କେବଳ ମିଟିଂ ଡକାଇ କାମ ଚଳାଇ ନେଉଛି ବୋଲି ଚାଷୀ ସୁନାରାମ ମାଝୀ, ଜାପାନ ମାଝୀ, ଆଦେଶ ମୁଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ କେନାଲ ପାଇଁ ଥିବା ସୂଚନା ଫଳକ ଏବଂ ଡ୍ୟାମ୍‌ ପାଖରେ ଥିବା ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ତା.୫।୧।୨୦୧୮ ଲେଖାଥିବା ବେଳେ, କାର୍ଯ୍ୟଶେଷ ତା.୪।୧୨।୨୦୧୮ ଲେଖାଯାଇଛି। ଉଭୟ ସୂଚନାଫଳକରେ ସମାନ ଲେଖାଯାଇଛି। କିନ୍ତୁ ଏଯାଏ କାମ ଅଧାରେ ଅଟକିଥିବା ଚାଷୀ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଡି. ପ୍ରଧାନଙ୍କୁ ପଚାରିବାରୁ ସେ କାମ ହେବ କହିଛନ୍ତି। କେନ୍ଦୁଝରସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ମାନସ ରଞ୍ଜନ ଦାସ କହିଛନ୍ତି, ରିଜର୍ଭରରେ ପାଣି ପଶିଯିବାରୁ କାମ ହୋଇପାରିନାହିଁ, କାମ ହେବ। ତେବେ ସୂଚନାଫଳକ ସମ୍ବନ୍ଧରେ କିଛି କହିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥ ନିର୍ମାଣ ଲାଗି ଆସିଲାନି ନିର୍ଦ୍ଦେଶ

ପୁରୀ ଅଫିସ,୬ା୫: ଚଳିତ ବର୍ଷ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ତିନିରଥ ଗଡ଼ିବା ନେଇ ସଂଶୟ ଦେଖାଦେଇଛି। ମଙ୍ଗଳବାର ଦିନତମାମ୍‌ର ଘଟଣା ଚିତ୍ର ସମସ୍ତଙ୍କ ମନରେ ଏଭଳି ଭାବିବାକୁ...

ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

କଟକ ଅଫିସ, ୨୨।୩ : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶର୍ମିଷ୍ଠା...

ରାଜ୍ୟରେ ପହଞ୍ଚିଲା ୧ଲକ୍ଷ କୋଭିଡ ଟିକା

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ ଗୁରୁବାରଠୁ ପୁଣିଥରେ ମାଗଣାରେ କୋଭିଡ ଟିକାକରଣ କରାଯିବ। ଏଥିପାଇଁ ମଙ୍ଗଳବାର କେନ୍ଦ୍ରରୁ ୧ଲକ୍ଷ ଡୋଜ କୋଭିସିଲଡ୍‌ ଟିକା ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକତା...

ଅନୁଦାନ କମୁଛି: କେନ୍ଦ୍ରୀୟ ଯୋଜନା ବାଟବଣା ଆଶଙ୍କା

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ହ୍ରାସପାଉଛି। ଏଥିଯୋଗୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ କରିବା ନେଇ ସମସ୍ୟା ଦେଖାଦେଇଛି। ରାଜ୍ୟ ସରକାର...

ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ

ଭୁବନେଶ୍ୱର,୫।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ମଙ୍ଗଳବାର ଜବତ କରିଛି। ଛାତ୍ରୀ ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା...

ଦୁଇ ବର୍ଷରେ ରାଜ୍ୟରେ ଦୂର ହେବ ଡାକ୍ତର ସମସ୍ୟା: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୧୪।୬(ବ୍ୟୁରୋ) : ରାଜ୍ୟରେ ଆଉ ଦେଖାଦେବ ନାହିଁ ଡାକ୍ତର ସମସ୍ୟା। ଆବଶ୍ୟକଠାରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଆଗାମୀ ଦୁଇ ବର୍ଷରେ ଓଡ଼ିଶାରେ ଆବଶ୍ୟକ ତୁଳନାରେ...

ଅନୁପ ସାଏଙ୍କୁ କରୋନା

ଝାରସୁଗୁଡ଼ା ଅଫିସ,୨୬।୮: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା। ଏନେଇ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜେଲ୍‌ ଅଧିକ୍ଷକ ଏନ୍‌.କେ. ତେହରିଆ ବୁଧବାର...

ଲଘୁଚାପ ପ୍ରଭାବ: ଏହି ସବୁ ଜିଲାରେ ପ୍ରବଳ ବର୍ଷିବ!

ଭୁବନେଶ୍ବର,୧୧।୭(ବ୍ୟୁରୋ): ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଓଡିଶା ଉପକୂଳର ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ମୌସୁମୀ ସକ୍ରିୟ ହେବା ସହ ଆହୁରି...

Advertisement
Archives

Model This Week