ମିଳିଲେ ଏମ୍‌ଏଲ୍‌ଏ, ନ ମିଳିଲେ ଏମ୍‌ପି

ଜଗତ୍‌ସିଂହପୁର,୧ା୩(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଲୋକ ସଭା ଆସନ ପାଇଁ କେଉଁ ଦଳ କାହାକୁ ପ୍ରାର୍ଥୀ କଲେ ଜିତିବା ସମ୍ଭାବନା ଅଧିକ ତା’ ଉପରେ ତର୍ଜମା କରୁଛନ୍ତି। ଏଭଳି ସ୍ଥିତିରେ ଭାଜପା ଦୁଇ ପାଦ ଆଗକୁ ବଢ଼ିଛି। ଏହି ଦଳ ଦିନେ ଦୁଇ ଦିନ ଭିତରେ ଦେଶର ୧୦୦ଟି ଏମ୍‌ପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଯାଉଥିବା ଆଲୋଚନା ହେଉଛି। ସେଥିରୁ ଓଡ଼ିଶାର ୨୧ଟି ଏମ୍‌ପି ସିଟ୍‌ ମଧ୍ୟରୁ କେତୋଟିର ନାଁ ଘୋଷଣା କରାଯିବ ତାହାକୁ ନେଇ ସସ୍ପେନ୍ସ ବଢ଼ୁଛି। ବଡ଼ କଥା ହେଲା ଅଧିକାଂଶ ନେତା ଏମ୍‌ପି ନୁହେଁ, ବିଧାୟକ ଟିକେଟ୍‌ ପାଇଁ ଆଶାୟୀ ଥିଲେ ସୁଦ୍ଧା ଲୋକ ସଭା ପାଇଁ ଟିକେଟ ମିଳିଲେ ଅଗ୍ରାହ୍ୟ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
୨୦୧୪ ଓ ୨୦୧୯ ନିର୍ବାଚନ ଫଳାଫଳ ଅନୁଶୀଳନ କଲେ ଜଣାଯାଏ ବିଜେଡି ଭୋଟ ହାର ୫୫.୧୭ରୁ ୫୦.୪୪କୁ ଅର୍ଥାତ୍‌ ୪.୭୩ ପ୍ରତିଶତ କମିଛି। ୨୦୦୯ରେ କିନ୍ତୁ ବିଜେଡି ଏକାକୀ ପ୍ରାର୍ଥୀ ନ ଦେଇ ସିପିଆଇ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା। ସିପିଆଇ ପ୍ରାର୍ଥୀ ଜିତିଥିଲେ ସୁଦ୍ଧା ଭୋଟ ହାର ସନ୍ତୋଷଜନକ ନ ଥିଲା, ଅର୍ଥାତ୍‌ ୩୧.୪୨% ଥିଲା। ଏହି ୩ଟି ନିର୍ବାଚନରେ ଜଣେ ନେତା ପୃଥକ୍‌ ନିର୍ବାଚନରେ ପୃଥକ୍‌ ଦଳରୁ ପ୍ରାର୍ଥୀ ହେବାର ଦେଖିବାକୁ ମିଳେ। ସେ ହେଲେ ବିଭୁପ୍ରସାଦ ତରାଇ। ତରାଇ ୨୦୦୯ରେ ବିଜେଡି ସମର୍ଥନରେ ସିପିଆଇରୁ ପ୍ରାର୍ଥୀ ହୋଇ ଏମ୍‌ପି ହୋଇଥିଲେ। ୨୦୧୪ରେ କିନ୍ତୁ ସେ ଦଳ ବଦଳାଇ କଂଗ୍ରେସ ଓ ୨୦୧୯ରେ ଭାଜପାରୁ ଟିକେଟ ପାଇ କ୍ରମାଗତ ପରାଜିତ ହୋଇଥିଲେ। ସେ ଏବେ ଭାଜପା ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଥିବାବେଳେ ଆଗାମୀ ନିର୍ବାଚନରେ ପୁଣି ଭାଜପା ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ଜଣାପଡ଼ିଛି। ଏହି ଦଳର ଅନ୍ୟତମ ଟିକେଟ ଆଶାୟୀ ହେଉଛନ୍ତି ସାଗର ମହାପାତ୍ର। ଏକଦା ବରିଷ୍ଠ ନେତା ଦାମ ରାଉତଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ମହାପାତ୍ର ଦୀର୍ଘ ୧୪ ବର୍ଷ କାଳ ବିଜେଡିରେ କାମ କରିଥିଲେ। ୨୦୧୯ରେ ରାଉତ ବିଜେଡି ଛାଡି ଭାଜପା ଟିକେଟ୍‌ରେ ବାଲିକୁଦା-ଏରସମା ଆସନରେ ପ୍ରାର୍ଥୀ ହେବାରୁ ସାଗର ଦଳବଦଳ କରିଥିଲେ। ରାଉତ ପୁଣି ବିଜେଡିକୁ ଫେରି ଯାଇଥିଲେ ସୁଦ୍ଧା ମହାପାତ୍ର ଭାଜପା ଛାଡ଼ିନାହାନ୍ତି। କଟକରେ ତାଙ୍କର ଏକ ନର୍ସିଂ କଲେଜ ଓ ହସ୍ପିଟାଲ ରହିଛି। ସେ ଟିକେଟ ପାଇବେ ବୋଲି ଆଶାବାଦୀ। ମହିଳା ହିସାବରେ ଦେଖିଲେ ସ୍ମିତା ପ୍ରଧାନଙ୍କ ନାମ ଆଗରେ ଅଛି। ତାଙ୍କ ଶ୍ୱଶୁର ଜଳ ସମ୍ପଦ ବିଭାଗ ଅବସରପ୍ରାପ୍ତ ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟର ନିର୍ମଳ ଚନ୍ଦ୍ର ପ୍ରଧାନ ଏବଂ ଶାଶୁ ପୂର୍ବତନ ଏରସମା ବ୍ଲକ ଅଧ୍ୟକ୍ଷା ବାସନ୍ତି ପ୍ରଧାନ। ଏବେ ଦଳ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଅଛନ୍ତି। ୨୦୨୧ରୁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟ ଜାରି ରଖିଛନ୍ତି। ତିର୍ତ୍ତୋଲ ବିଧାନସଭା ଆସନରୁ ଦଳୀୟ ଟିକେଟ ପାଇଁ ସେ ଲବି କରୁଛନ୍ତି। ନ ମିଳିଲେ ଏମ୍‌ପି ଟିକେଟ ଖୁସିରେ ଗ୍ରହଣ କରିନେବେ ବୋଲି କହିଛନ୍ତି। ୨୦୦୯ ଓ ୨୦୧୪ରେ ଭାଜପା ଏମ୍‌ପି ପ୍ରାର୍ଥୀ ଥିବା ବାଇଧର ମଲ୍ଲିକଙ୍କ ନାଁ ଏଥର ମଧ୍ୟ ଆଲୋଚନା ପରିସରକୁ ଆସିଛି। ମଲ୍ଲିକ ୨୦୦୦ ଓ ୨୦୦୪ରେ ଭାଜପା ଟିକେଟରେ ନିମାପଡ଼ା ବିଧାୟକ ହୋଇଥିଲେ। କିନ୍ତୁ ସେ ଏଥର କାକଟପୁର ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାବାଦୀ। କାରଣ ୨୦୧୯ ନିର୍ବାଚନ ପରେ ଦଳ ତାଙ୍କୁ ଏହି ଆସନରେ ସାଙ୍ଗଠନିକ କାର୍ଯ୍ୟ ବୁଝିବା ଦାୟିତ୍ୱ ଦେଇଛି। ଯଦି ବିଧାୟକ ପ୍ରାର୍ଥୀ କରା ନ ଯାଇ ତାଙ୍କୁ ଏମ୍‌ପି ଟିକେଟ୍‌ ଦିଆଯାଏ, ତେବେ ଦଳର ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ନିଆଳି ବିଧାନସଭା ଅଞ୍ଚଳର ସୁଶାନ୍ତ ମଲ୍ଲିକଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି। ମଲ୍ଲିକ ୨୦୦୯, ୨୦୧୪ରେ ନିଆଳି ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଥିଲେ। ସେ ପୂର୍ବତନ ରାଜ୍ୟ ଏସ୍‌ସି ମୋର୍ଚ୍ଚା ସଭାପତି, ବର୍ତ୍ତମାନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ଆନ୍ଧ୍ରପ୍ରଦେଶ ଏସ୍‌ସି ମୋର୍ଚ୍ଚା ପ୍ରଭାରୀ ଅଛନ୍ତି। ସେ ଏଥର ମଧ୍ୟ ନିଆଳି ବିଧାନସଭାରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ। ନ ମିଳିଲେ ଦଳ ନିଷ୍ପତ୍ତିକୁ ଗ୍ରହଣ କରିବେ। ଦଳ ଯଦି ଏମ୍‌ପି ପ୍ରାର୍ଥୀ କରେ, ତେବେ ସେ ଲଢିବେ ବୋଲି କହିଛନ୍ତି। ସେହିପରି କାକଟପୁର ଭାଜପା ନେତା ରବି ମଲ୍ଲିକଙ୍କ ନାଁ ଏମ୍‌ପି ଆଶାୟୀଙ୍କ ତାଲିକାରେ ଥିବା କୁହାଯାଉଛି। ମଲ୍ଲିକ ୨୦୦୯ରେ ବିଜେଡି ଟିକେଟ୍‌ରେ ଲଢ଼ି କାକଟପୁର ବିଧାୟକ ହୋଇଥିଲେ। ତା’ ପରେ ଅର୍ଥାତ୍‌ ୨୦୧୯ରେ ଭାଜପାରୁ ଏହି ଆସନରୁ ପ୍ରାର୍ଥୀ ହୋଇ ହାରିଯାଇଥିଲେ। ଏଥର ସେ ବିଧାୟକ ନଚେତ ଏମ୍‌ପି ଟିକେଟ୍‌ ଯେଉଁଟା ମିଳିଲେ ଖୁସି ହେବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri