ମିଳିଲେ ଏମ୍‌ଏଲ୍‌ଏ, ନ ମିଳିଲେ ଏମ୍‌ପି

ଜଗତ୍‌ସିଂହପୁର,୧ା୩(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଲୋକ ସଭା ଆସନ ପାଇଁ କେଉଁ ଦଳ କାହାକୁ ପ୍ରାର୍ଥୀ କଲେ ଜିତିବା ସମ୍ଭାବନା ଅଧିକ ତା’ ଉପରେ ତର୍ଜମା କରୁଛନ୍ତି। ଏଭଳି ସ୍ଥିତିରେ ଭାଜପା ଦୁଇ ପାଦ ଆଗକୁ ବଢ଼ିଛି। ଏହି ଦଳ ଦିନେ ଦୁଇ ଦିନ ଭିତରେ ଦେଶର ୧୦୦ଟି ଏମ୍‌ପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଯାଉଥିବା ଆଲୋଚନା ହେଉଛି। ସେଥିରୁ ଓଡ଼ିଶାର ୨୧ଟି ଏମ୍‌ପି ସିଟ୍‌ ମଧ୍ୟରୁ କେତୋଟିର ନାଁ ଘୋଷଣା କରାଯିବ ତାହାକୁ ନେଇ ସସ୍ପେନ୍ସ ବଢ଼ୁଛି। ବଡ଼ କଥା ହେଲା ଅଧିକାଂଶ ନେତା ଏମ୍‌ପି ନୁହେଁ, ବିଧାୟକ ଟିକେଟ୍‌ ପାଇଁ ଆଶାୟୀ ଥିଲେ ସୁଦ୍ଧା ଲୋକ ସଭା ପାଇଁ ଟିକେଟ ମିଳିଲେ ଅଗ୍ରାହ୍ୟ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
୨୦୧୪ ଓ ୨୦୧୯ ନିର୍ବାଚନ ଫଳାଫଳ ଅନୁଶୀଳନ କଲେ ଜଣାଯାଏ ବିଜେଡି ଭୋଟ ହାର ୫୫.୧୭ରୁ ୫୦.୪୪କୁ ଅର୍ଥାତ୍‌ ୪.୭୩ ପ୍ରତିଶତ କମିଛି। ୨୦୦୯ରେ କିନ୍ତୁ ବିଜେଡି ଏକାକୀ ପ୍ରାର୍ଥୀ ନ ଦେଇ ସିପିଆଇ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା। ସିପିଆଇ ପ୍ରାର୍ଥୀ ଜିତିଥିଲେ ସୁଦ୍ଧା ଭୋଟ ହାର ସନ୍ତୋଷଜନକ ନ ଥିଲା, ଅର୍ଥାତ୍‌ ୩୧.୪୨% ଥିଲା। ଏହି ୩ଟି ନିର୍ବାଚନରେ ଜଣେ ନେତା ପୃଥକ୍‌ ନିର୍ବାଚନରେ ପୃଥକ୍‌ ଦଳରୁ ପ୍ରାର୍ଥୀ ହେବାର ଦେଖିବାକୁ ମିଳେ। ସେ ହେଲେ ବିଭୁପ୍ରସାଦ ତରାଇ। ତରାଇ ୨୦୦୯ରେ ବିଜେଡି ସମର୍ଥନରେ ସିପିଆଇରୁ ପ୍ରାର୍ଥୀ ହୋଇ ଏମ୍‌ପି ହୋଇଥିଲେ। ୨୦୧୪ରେ କିନ୍ତୁ ସେ ଦଳ ବଦଳାଇ କଂଗ୍ରେସ ଓ ୨୦୧୯ରେ ଭାଜପାରୁ ଟିକେଟ ପାଇ କ୍ରମାଗତ ପରାଜିତ ହୋଇଥିଲେ। ସେ ଏବେ ଭାଜପା ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଥିବାବେଳେ ଆଗାମୀ ନିର୍ବାଚନରେ ପୁଣି ଭାଜପା ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ଜଣାପଡ଼ିଛି। ଏହି ଦଳର ଅନ୍ୟତମ ଟିକେଟ ଆଶାୟୀ ହେଉଛନ୍ତି ସାଗର ମହାପାତ୍ର। ଏକଦା ବରିଷ୍ଠ ନେତା ଦାମ ରାଉତଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ମହାପାତ୍ର ଦୀର୍ଘ ୧୪ ବର୍ଷ କାଳ ବିଜେଡିରେ କାମ କରିଥିଲେ। ୨୦୧୯ରେ ରାଉତ ବିଜେଡି ଛାଡି ଭାଜପା ଟିକେଟ୍‌ରେ ବାଲିକୁଦା-ଏରସମା ଆସନରେ ପ୍ରାର୍ଥୀ ହେବାରୁ ସାଗର ଦଳବଦଳ କରିଥିଲେ। ରାଉତ ପୁଣି ବିଜେଡିକୁ ଫେରି ଯାଇଥିଲେ ସୁଦ୍ଧା ମହାପାତ୍ର ଭାଜପା ଛାଡ଼ିନାହାନ୍ତି। କଟକରେ ତାଙ୍କର ଏକ ନର୍ସିଂ କଲେଜ ଓ ହସ୍ପିଟାଲ ରହିଛି। ସେ ଟିକେଟ ପାଇବେ ବୋଲି ଆଶାବାଦୀ। ମହିଳା ହିସାବରେ ଦେଖିଲେ ସ୍ମିତା ପ୍ରଧାନଙ୍କ ନାମ ଆଗରେ ଅଛି। ତାଙ୍କ ଶ୍ୱଶୁର ଜଳ ସମ୍ପଦ ବିଭାଗ ଅବସରପ୍ରାପ୍ତ ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟର ନିର୍ମଳ ଚନ୍ଦ୍ର ପ୍ରଧାନ ଏବଂ ଶାଶୁ ପୂର୍ବତନ ଏରସମା ବ୍ଲକ ଅଧ୍ୟକ୍ଷା ବାସନ୍ତି ପ୍ରଧାନ। ଏବେ ଦଳ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଅଛନ୍ତି। ୨୦୨୧ରୁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟ ଜାରି ରଖିଛନ୍ତି। ତିର୍ତ୍ତୋଲ ବିଧାନସଭା ଆସନରୁ ଦଳୀୟ ଟିକେଟ ପାଇଁ ସେ ଲବି କରୁଛନ୍ତି। ନ ମିଳିଲେ ଏମ୍‌ପି ଟିକେଟ ଖୁସିରେ ଗ୍ରହଣ କରିନେବେ ବୋଲି କହିଛନ୍ତି। ୨୦୦୯ ଓ ୨୦୧୪ରେ ଭାଜପା ଏମ୍‌ପି ପ୍ରାର୍ଥୀ ଥିବା ବାଇଧର ମଲ୍ଲିକଙ୍କ ନାଁ ଏଥର ମଧ୍ୟ ଆଲୋଚନା ପରିସରକୁ ଆସିଛି। ମଲ୍ଲିକ ୨୦୦୦ ଓ ୨୦୦୪ରେ ଭାଜପା ଟିକେଟରେ ନିମାପଡ଼ା ବିଧାୟକ ହୋଇଥିଲେ। କିନ୍ତୁ ସେ ଏଥର କାକଟପୁର ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାବାଦୀ। କାରଣ ୨୦୧୯ ନିର୍ବାଚନ ପରେ ଦଳ ତାଙ୍କୁ ଏହି ଆସନରେ ସାଙ୍ଗଠନିକ କାର୍ଯ୍ୟ ବୁଝିବା ଦାୟିତ୍ୱ ଦେଇଛି। ଯଦି ବିଧାୟକ ପ୍ରାର୍ଥୀ କରା ନ ଯାଇ ତାଙ୍କୁ ଏମ୍‌ପି ଟିକେଟ୍‌ ଦିଆଯାଏ, ତେବେ ଦଳର ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ନିଆଳି ବିଧାନସଭା ଅଞ୍ଚଳର ସୁଶାନ୍ତ ମଲ୍ଲିକଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି। ମଲ୍ଲିକ ୨୦୦୯, ୨୦୧୪ରେ ନିଆଳି ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଥିଲେ। ସେ ପୂର୍ବତନ ରାଜ୍ୟ ଏସ୍‌ସି ମୋର୍ଚ୍ଚା ସଭାପତି, ବର୍ତ୍ତମାନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ଆନ୍ଧ୍ରପ୍ରଦେଶ ଏସ୍‌ସି ମୋର୍ଚ୍ଚା ପ୍ରଭାରୀ ଅଛନ୍ତି। ସେ ଏଥର ମଧ୍ୟ ନିଆଳି ବିଧାନସଭାରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ। ନ ମିଳିଲେ ଦଳ ନିଷ୍ପତ୍ତିକୁ ଗ୍ରହଣ କରିବେ। ଦଳ ଯଦି ଏମ୍‌ପି ପ୍ରାର୍ଥୀ କରେ, ତେବେ ସେ ଲଢିବେ ବୋଲି କହିଛନ୍ତି। ସେହିପରି କାକଟପୁର ଭାଜପା ନେତା ରବି ମଲ୍ଲିକଙ୍କ ନାଁ ଏମ୍‌ପି ଆଶାୟୀଙ୍କ ତାଲିକାରେ ଥିବା କୁହାଯାଉଛି। ମଲ୍ଲିକ ୨୦୦୯ରେ ବିଜେଡି ଟିକେଟ୍‌ରେ ଲଢ଼ି କାକଟପୁର ବିଧାୟକ ହୋଇଥିଲେ। ତା’ ପରେ ଅର୍ଥାତ୍‌ ୨୦୧୯ରେ ଭାଜପାରୁ ଏହି ଆସନରୁ ପ୍ରାର୍ଥୀ ହୋଇ ହାରିଯାଇଥିଲେ। ଏଥର ସେ ବିଧାୟକ ନଚେତ ଏମ୍‌ପି ଟିକେଟ୍‌ ଯେଉଁଟା ମିଳିଲେ ଖୁସି ହେବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?