ଉଠିଲା ଷ୍ଟାଣ୍ଡିଂ କମିଟି ନିର୍ବାଚନ ପ୍ରସଙ୍ଗ

ଭୁବନେଶ୍ୱର,୧।୬ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କର୍ପୋରେଶନ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ମୌସୁମୀ ବର୍ଷା ଆସିବା ପୂର୍ବରୁ ସମସ୍ତ ମୁଖ୍ୟ ଡ୍ରେନ ସହ ଶାଖା ଡ୍ରେନଗୁଡିକୁ ପରିଷ୍କାର କରିବା, ଜଳବନ୍ଦୀ ଅଞ୍ଚଳରେ ପମ୍ପଯୋଗେ ଜଳ ନିଷ୍କାସନ କରିବା, ଡେଙ୍ଗୁ ମୁକାବିଲା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଭୁବନେଶ୍ୱରରେ ଗୋଷ୍ଠୀ ଭିତ୍ତିକ ବର୍ଜ୍ୟ ପରିଚାଳନାକୁ ଦୃଢୀଭୁତ କରିବା, ଏହାର ଫଳ ସ୍ବରୂପ ବର୍ଜ୍ୟ ପୃଥକୀକରଣ ଏବଂ ସହରକୁ ଆବର୍ଜନା ମୁକ୍ତ ରଖିବା ପାଇଁ ପ୍ରତି ୱାର୍ଡରେ ୧୦ ଜଣ ସ୍ବଚ୍ଛ ସାଥୀ ନିଯୁକ୍ତ ହେବା ନେଇ ନିଷ୍ପତ୍ତି ହୋଇଥିଲା। ଏବେ ପ୍ରତି ୱାର୍ଡରେ ୪ ଜଣ ଲେଖାଏ ସ୍ବଚ୍ଛ ସାଥୀ ରହିଥିବାବେଳେ ଆଉ ୬ ଜଣଙ୍କୁ ନିଯୁକ୍ତ କରାଯିବ। ସେହିପରି ବର୍ଷା ଆସିବା ପୂର୍ବରୁ ଡ୍ରେନଗୁଡିକରୁ ପଙ୍କୋଦ୍ଧାର କରିବା, ୩୮ ନମ୍ବର ୱାର୍ଡରେ ଜି+୧ ଗଣେଶ ମାର୍କେଟ ନିର୍ମାଣ ହେବା, ବିଏମ୍‌ସି ଅଞ୍ଚଳରେ ଥିବା ଜଳାଶୟଗୁଡିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା। କଞ୍ଜରଭେନ୍ସି ଲେନ୍‌ଗୁଡିକରେ ପେଭର ବ୍ଲକ ରାସ୍ତା ନିର୍ମାଣ କରିବା, ବିନା ରସିଦରେ କୌଣସି ଜରିମାନା ଆଦାୟ ନ କରିବା, ବିଏମ୍‌ସିର ବିଭିନ୍ନ ଉନ୍ନୟନମୂଳକ କାମ କରିବା ପାଇଁ କର୍ମଚାରୀଙ୍କର ଅଭାବ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା, ପ୍ରତ୍ୟେକ ହୋଲଡିଂରୁ ଟିକସ ଆଦାୟ କରିବା, ୟୁନିଟ-୨ ଓ ୩ରେ ଥିବା ସରକାରୀ କ୍ୱାର୍ଟରଗୁଡିକରୁ ବାହାରୁ ଥିବା ଅଳିଆକୁ ଉଠାଇବା ଲାଗି ଆର୍‌ ଆଣ୍ଡ ବି କୁ ଲିଖିତ ଭାବେ ଜଣାଇବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ବିଏମ୍‌ସି ଅଞ୍ଚଳରେ ଥିବା ସମସ୍ତ ବିଦ୍ୟାଳୟରେ ପାଇଖାନା ନିର୍ମାଣ ହେବା ସହ ବିପଦ ସଂକୁଳ ଅବସ୍ଥାରେ ଥିବା ଶ୍ରେଣୀ ଗୃହଗୁଡିକ ତୁରନ୍ତ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା। ବୈଠକରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଭୁବନେଶ୍ୱର ଉତ୍ତର ବିଧାୟକଙ୍କ ପ୍ରତିନିଧି କୁନ୍ତିଲତା ମହାରଣା, ମଧ୍ୟ ବିଧାୟକଙ୍କ ପ୍ରତିନିଧି ମିଲନ କୁମାର ପାଇକରାୟ ଏବଂ ଏକାମ୍ର ବିଧାୟକ ତଥା ମନ୍ତ୍ରୀ (ଏସ୍‌ଏସ୍‌ଇପିଡି)ଙ୍କ ପ୍ରତିନିଧି ଦାଶରଥି ଗରାବଡୁ, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ, ସମେତ ସମସ୍ତ କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ।
୨୦ ତାରିଖ ସୁଦ୍ଧା ଷ୍ଟାଣ୍ଡିଂ କମିଟି ନିର୍ବାଚନ
ବିଏମ୍‌ସି ଇତିହାସରେ ପ୍ରଥମ କରି ଷ୍ଟାଣ୍ଡିଂ କମିଟି ବୈଠକ ନ ବସି କର୍ପୋରେଶନ ବୈଠକ ଅନୁଷ୍ଠିତ ହେଲା। ନିୟମ ଅନୁଯାୟୀ, ପ୍ରତି ମାସରେ ବିଏମ୍‌ସିର କର୍ପୋରେସନ ବୈଠକ ହେବ ଏବଂ ଏହା ପୂର୍ବରୁ ସମସ୍ତ ଷ୍ଟାଣ୍ଡିଂ କମିଟିର ବୈଠକ ସରିବ। ଏଥିରେ କମିଟି ଅଧ୍ୟକ୍ଷ ଏବଂ ସଦସ୍ୟମାନେ ଦେଇଥିବା ବିଭିନ୍ନ ପ୍ରସ୍ତାବ ଉପରେ କର୍ପୋରେଶନରେ ମୋହର ମାରିବ। ମାତ୍ର ବିଏମ୍‌ସିରେ ପ୍ରଥମ ଥର ପାଇଁ ଏହି ନିୟମରେ ବିଚ୍ୟୁତି ଘଟିଛି। ଯାହାକୁ ନେଇ କର୍ପୋରେଟରମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅପରପକ୍ଷେ ମ୍ୟୁନିସିପାଲିଟି ଆକ୍ଟ ଅନୁଯାୟୀ ଷ୍ଟାଣ୍ଡିଂ କମିଟି କାର୍ଯ୍ୟକାଳ ୧ବର୍ଷ ୩ମାସ ପର୍ଯ୍ୟନ୍ତ ରହି ପାରିବ। ତେଣୁ ଜୁନ୍‌ ୨୦ ତାରିଖ ଯାଏ ଅବଧି ରହିଥିବା ମେୟର ସଫେଇ ଦେଇଥିଲେ। ଜୁନ୍‌ ୨୦ ସୁଦ୍ଧା ଷ୍ଟାଣ୍ଡିଂ କମିଟି ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି ମେୟର କହିଥିଲେ। କମିଟିର କାର୍ଯ୍ୟକାଳ ସରିବା ପରେ ଦୁଇ ଥର ନିର୍ବାଚନ କରାଯିବା ନେଇ ବିଏମସି ବିଜ୍ଞପ୍ତି ଜାରି କରିଥିଲା। ମାତ୍ର ବିଭିନ୍ନ କାରଣବଶତଃ ଏହାକୁ ଏବେ ଅନିର୍ଦ୍ଦିଷ୍ଟ କାଳ ଯାଏ ଘୁଞ୍ଚାଇ ଦିଆଯାଇଥିବା ମେ’ ୩୦ରେ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri