ସଂସଦରେ ଉଠିବ ପରୀ, ମମିତା ପ୍ରସଙ୍ଗ

ଭୁବନେଶ୍ୱର, ୨୯।୧୧(ବ୍ୟୁରୋ): ସଂସଦର ଶୀତକାଳୀନ ଅଧିବେଶନ ଚଳିତ ମାସ ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରିବା ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ମୁଖ୍ୟତଃ ୩ କୃଷି ଆଇନ ଉଚ୍ଛେଦ ବିଲ୍‌ ପାସ୍‌ ହେବାକୁ ଥିବାବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ଏଥର ସଂସଦରେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ନେଇ ମୁହଁ ଖୋଲିବାକୁ ରାଜ୍ୟର ଏମ୍‌ପିମାନେ ପ୍ରସ୍ତୁତ ହୋଇଛନ୍ତି। ଏଥର ପାର୍ଲାମେଣ୍ଟରେ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁହଁ ଖୋଲିବାକୁ ଭାଜପା ମତ ରଖିଛି। ସେହିପରି ଅପହରଣ ଓ ହତ୍ୟା ଘଟଣାରୁ ଆରମ୍ଭ କରି ମମିତା ମେହେର ହତ୍ୟା ଘଟଣା ପର୍ଯ୍ୟନ୍ତ ସମସ୍ତ ବିଷୟ ପାର୍ଲାମେଣ୍ଟରେ ଉଠିବ ବୋଲି ଭାଜପା କହିଛି। ସେହିପରି ବିଭିନ୍ନ ପଡ଼ୋଶୀ ରାଜ୍ୟ ସହ ରହିଥିବା ସୀମା ବିବାଦ ପ୍ରସଙ୍ଗରେ ମଧ୍ୟ ଦଳ ମୁହଁ ଖୋଲିବାକୁ ପ୍ରସ୍ତୁତ ହୋଇଛି। ଅନ୍ୟପଟେ ବିଜେଡି ଉଷୁନା ଚାଉଳ ସଂଗ୍ରହ, ମହିଳାଙ୍କ ପାଇଁ ସଂରକ୍ଷଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସହ ରାଜ୍ୟ ବିଧାନ ପରିଷଦ ପ୍ରସଙ୍ଗ ଉଠାଇବ ବୋଲି କହିଛି। ସେହିପରି ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଚାଲିଥିବା ସୀମା ବିବାଦ ଓ ମମିତା ମେହେର ହତ୍ୟା ଘଟଣା ଉଠାଇବ ବୋଲି କଂଗ୍ରେସ ମତ ରଖିଛି।

ଭାଜପା ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି, ଓଡ଼ିଶା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସବୁଠାରୁ ବଡ଼ ପ୍ରସଙ୍ଗ। ପରୀଠାରୁ ଆରମ୍ଭ କରି ମମିତା ମେହେର ହତ୍ୟା ପ୍ରସଙ୍ଗ କଥା ଆଲୋଚନା ହେବ। ଓଡ଼ିଶାରେ ଦେଖାଦେଉଥିବା ନାରୀ ନିର୍ଯାତନା ସବୁଠାରୁ ବଡ଼ ପ୍ରସଙ୍ଗ। ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଠିଆ କରିବା ଲାଗି ଆମେ ଏଥର ବ୍ୟାପକ ପ୍ରସ୍ତୁତି କରିଛୁ। ଏସବୁ ପ୍ରସଙ୍ଗକୁ ଲୋକ ସଭାରେ ଶାଣିତ ଭାବେ ଭାଜପା ଉପସ୍ଥାପିତ କରିବ।
କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା କହିଛନ୍ତି, ରାଜ୍ୟର ଆଇନ ଶୃଙ୍ଖଳା ସବୁଠାରୁ ବଡ଼ ପ୍ରସଙ୍ଗ। ମମିତା ମେହେର ହତ୍ୟା ଘଟଣା ଓ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମଧ୍ୟ ମନ୍ତ୍ରୀଙ୍କ ସମ୍ପୃକ୍ତି କଥା ଆସୁଛି। ଯେପର୍ଯ୍ୟନ୍ତ ସେମାନଙ୍କୁ ବରଖାସ୍ତ କରାଯିବ ନାହିଁ ଏବଂ ଏହି ଘଟଣାରେ ନିରପେକ୍ଷ ତଦନ୍ତ ହେବ ନାହିଁ ସେକଥା କଂଗ୍ରେସ ଉଠାଇବ। ସେହିପରି ଓଡ଼ିଶା-ଆନ୍ଧ୍ର ମଧ୍ୟରେ ରହିଥିବା ସୀମା ବିବାଦ ଘଟଣାରେ ଯେଉଁ ମୁଖ୍ୟ ଶାସନ ସଚିବ ସ୍ତରୀୟ କମିଟି କରାଯାଇଛି, ସେଥିରେ କେହି ଲୋକପ୍ରତିନିଧି ନାହାନ୍ତି। ଯଦି ଏହି ଘଟଣାରେ ଲୋକଙ୍କ ସ୍ବାର୍ଥ ହାନି ଘଟିବ ତେବେ ରାସ୍ତାଠାରୁ ଲୋକ ସଭା ପର୍ଯ୍ୟନ୍ତ ସବୁଠି ଆନ୍ଦୋଳନ ହେବ ବୋଲି ଉଲାକା କହିଛନ୍ତି।

ବିଜେଡି ରାଜ୍ୟ ସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଚଳିତବର୍ଷ କେନ୍ଦ୍ର ସରକାର ଏକ ଆଦେଶନାମା ଜାରି କରିଛନ୍ତି। ସେଥିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାରୁ ଆଉ ଉଷୁନା ଚାଉଳ ପ୍ରୋକ୍ୟୁର କରିବେ ନାହିଁ। ଏହାଦ୍ୱାରା ଧାନ ସଂଗ୍ରହ ଉପରେ ଏକ ନାକାରାତ୍ମକ ପ୍ରଭାବ ପଡ଼ିବାକୁ ଯାଉଛି। ଏହାଦ୍ୱାରା ସବୁଠାରୁ ଅଧିକ କ୍ଷତି ଚାଷୀମାନଙ୍କର ହିଁ ହେବ। ଏ ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି କେନ୍ଦ୍ରକୁ ଅନୁରୋଧ କରିବୁ। ଏହିପରି ଯେଉଁସବୁ ଚାଷୀ ଏବଂ ଓଡ଼ିଶା ସମ୍ବଳିତ ପ୍ରଶ୍ନ ରହିଛି ତାହା ଉପସ୍ଥାପିତ କରିବୁ ବୋଲି ପ୍ରସନ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri