ସମାଧାନ ହୋଇପାରିଲାନି କ୍ଷତିପୂରଣ ପ୍ରସଙ୍ଗ; ୧୨ରେ ପୁଣି ବସିବ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦର ୪୨ତମ ବୈଠକ ଭିଡିଓ କନ୍‌ଫରେନ୍ସ ଯୋଗେ ସୋମବାର ଅନୁଷ୍ଠିତ ହୋଇଛି। ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ନେଇ କେନ୍ଦ୍ର ରାଜ୍ୟ ବର୍ତ୍ତମାନ ମୁହଁାମୁହିଁ ସ୍ଥିତିରେ ଥିବା ବେଳେ ଏହି ବୈଠକରେ କୌଣସି ସହମତି ପ୍ରକାଶ ପାଇନାହିଁ। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୨ଟି ବିକଳ୍ପ ପୂର୍ବରୁ ପ୍ରଦାନ କରିଥିଲା ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋରୁ ୯୭ ହଜାର କୋଟି ଟଙ୍କା କିମ୍ବା ବଜାରରୁ ୨.୩୫ ଲକ୍ଷ କୋଟି ଟଙ୍କା ଉଠାଣ ନେଇ ରାଜ୍ୟଗୁଡିକୁ କୁହାଯାଇଛି। ପ୍ରଥମ ବିକଳ୍ପ ସପକ୍ଷରେ ଭାଜପା ଶାସିତ ୨୧ ରାଜ୍ୟ ରହିଛନ୍ତି। ଆଉ କିଛି ରାଜ୍ୟ କେନ୍ଦ୍ରର ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି। ସୋମବାର ବସିଥିବା ବୈଠକରେ ଏ ନେଇ କୌଣସି ସହମତି ପ୍ରକାଶ ପାଇ ନ ଥିବାରୁ ଚଳିତ ମାସ ୧୨ ତାରିଖରେ ପୁଣି ଥରେ ଜିଏସ୍‌ଟି ପରିଷଦ ବୈଠକ ବସିବ ବୋଲି ସ୍ଥିର ହୋଇଛି।
ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରାମନ କହିଛନ୍ତି, କ୍ଷତିପୂରଣ ଦେବା ଲାଗି ସଂଗ୍ରହ ହୋଇଥିବା ଟିକସ ସୋମବାର ରାତି ସୁଦ୍ଧା ରାଜ୍ୟଗୁଡିକୁ ପ୍ରଦାନ କରାଯିବ। ଚଳିତ ଆର୍ଥତ୍କ ବର୍ଷରେ ୨୦ ହଜାର କୋଟି ଟଙ୍କାର କ୍ଷତିପୂରଣ ସେସ୍‌ ଆଦାୟ କରାଯାଇଛି। ସେହିଭଳି ସମନ୍ବିତ ସାମଗ୍ରୀ ଓ ସେବା ଟିକସ(ଆଇଜିଏସ୍‌ଟି) ବାବଦ ଆଦାୟ ହୋଇଥିବା ରାଶି ମଧ୍ୟରୁ ପ୍ରାୟ ୨୪ ହଜାର କୋଟି ରାଜ୍ୟଗୁଡିକ ମଧ୍ୟ ଦିଆଯିବ। ଏହି ରାଶି ଆସନ୍ତା ସପ୍ତାହ ଶେଷ ସୁଦ୍ଧା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ସେହିଭଳି ବୈଠକରେ କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ କହିଛନ୍ତି, ଚଳିତ ଆର୍ଥତ୍କ ବର୍ଷରେ ସମ୍ପୂର୍ଣ୍ଣ କ୍ଷତିପୂରଣ ଅର୍ଥ କେନ୍ଦ୍ର ପ୍ରଦାନ କରୁ ବୋଲି ୧୦ ରାଜ୍ୟ ଦାବି ଉଠାଇଛନ୍ତି। ଆଇନ ଅନୁସାରେ କ୍ଷତିପୂରଣ ପ୍ରଦାନ କେନ୍ଦ୍ର କରିବା କଥା, ଏଣୁ କେନ୍ଦ୍ର ଋଣ କରି ରାଜ୍ୟକୁ ଏହି ରାଶି ପ୍ରଦାନ କରୁ। କ୍ଷତିପୂରଣ ପ୍ରଦାନ ନେଇ କୌଣସି ସହମତି ପ୍ରକାଶ ନ ପାଇବାରୁ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଜିଏସ୍‌ଟି ସଂଗ୍ରହ କମିଥିବାରୁ କ୍ଷତିପୂରଣ ପ୍ରଦାନ ନେଇ ସମସ୍ୟା ଉପୁଜିଛି। ଏହାକୁ ଭରଣା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୨ଟି ବିକଳ୍ପ ଦେଇଛି। ଏହି ୨ ବିକଳ୍ପ ଉପରେ ସୋମବାର ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଉଭୟ ବିକଳ୍ପରେ ରାଜ୍ୟଗୁଡିକ ଋଣ କରିବାକୁ ପଡିବ। ବିଭିନ୍ନ ମିଆଦୀରେ ଏହି ଋଣ କରିବା ଲାଗି କୁହାଯାଇଛି। ସେହିଭଳି ସେପ୍ଟେମ୍ବରରେ ୯୫,୪୮୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ଲକ୍‌ଡାଉନ ପରଠାରୁ ଏହା ସର୍ବୋଚ୍ଚ ସ୍ତର। ଲକ୍‌ଡାଉନ କଟକଣା କୋହଳ ହୋଇଥିବା ବେଳେ ଆର୍ଥତ୍କ କାର୍ଯ୍ୟକଳାପରେ ସାମାନ୍ୟ ଉନ୍ନତି ଆସିଥିବାରୁ ଟିକସ ସଂଗ୍ରହ ଉନ୍ନତ ହେଉଥିବା କୁହାଯାଇଛି। ସେପ୍ଟେମ୍ବର ମାସ ଜିଏସ୍‌ଟି ଆଦାୟ ୪% ଅଧିକ ରହିଛି। ଏହା ୨୦୧୯ ସେପ୍ଟେମ୍ବରରେ ୯୧,୯୧୬ କୋଟି ଟଙ୍କା ରହିଥିଲା। ସେହିଭଳି ଗତ ମାସର ସଂଗ୍ରହ ଏପ୍ରିଲ ତୁଳନାରେ ପ୍ରାୟ ୩ ଗୁଣ ହୋଇଥିବା ବେଳେ ଅଗଷ୍ଟ ତୁଳନାରେ ୧୦% ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri