ସମାଧାନ ହୋଇପାରିଲାନି କ୍ଷତିପୂରଣ ପ୍ରସଙ୍ଗ; ୧୨ରେ ପୁଣି ବସିବ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦର ୪୨ତମ ବୈଠକ ଭିଡିଓ କନ୍‌ଫରେନ୍ସ ଯୋଗେ ସୋମବାର ଅନୁଷ୍ଠିତ ହୋଇଛି। ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ନେଇ କେନ୍ଦ୍ର ରାଜ୍ୟ ବର୍ତ୍ତମାନ ମୁହଁାମୁହିଁ ସ୍ଥିତିରେ ଥିବା ବେଳେ ଏହି ବୈଠକରେ କୌଣସି ସହମତି ପ୍ରକାଶ ପାଇନାହିଁ। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୨ଟି ବିକଳ୍ପ ପୂର୍ବରୁ ପ୍ରଦାନ କରିଥିଲା ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋରୁ ୯୭ ହଜାର କୋଟି ଟଙ୍କା କିମ୍ବା ବଜାରରୁ ୨.୩୫ ଲକ୍ଷ କୋଟି ଟଙ୍କା ଉଠାଣ ନେଇ ରାଜ୍ୟଗୁଡିକୁ କୁହାଯାଇଛି। ପ୍ରଥମ ବିକଳ୍ପ ସପକ୍ଷରେ ଭାଜପା ଶାସିତ ୨୧ ରାଜ୍ୟ ରହିଛନ୍ତି। ଆଉ କିଛି ରାଜ୍ୟ କେନ୍ଦ୍ରର ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି। ସୋମବାର ବସିଥିବା ବୈଠକରେ ଏ ନେଇ କୌଣସି ସହମତି ପ୍ରକାଶ ପାଇ ନ ଥିବାରୁ ଚଳିତ ମାସ ୧୨ ତାରିଖରେ ପୁଣି ଥରେ ଜିଏସ୍‌ଟି ପରିଷଦ ବୈଠକ ବସିବ ବୋଲି ସ୍ଥିର ହୋଇଛି।
ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରାମନ କହିଛନ୍ତି, କ୍ଷତିପୂରଣ ଦେବା ଲାଗି ସଂଗ୍ରହ ହୋଇଥିବା ଟିକସ ସୋମବାର ରାତି ସୁଦ୍ଧା ରାଜ୍ୟଗୁଡିକୁ ପ୍ରଦାନ କରାଯିବ। ଚଳିତ ଆର୍ଥତ୍କ ବର୍ଷରେ ୨୦ ହଜାର କୋଟି ଟଙ୍କାର କ୍ଷତିପୂରଣ ସେସ୍‌ ଆଦାୟ କରାଯାଇଛି। ସେହିଭଳି ସମନ୍ବିତ ସାମଗ୍ରୀ ଓ ସେବା ଟିକସ(ଆଇଜିଏସ୍‌ଟି) ବାବଦ ଆଦାୟ ହୋଇଥିବା ରାଶି ମଧ୍ୟରୁ ପ୍ରାୟ ୨୪ ହଜାର କୋଟି ରାଜ୍ୟଗୁଡିକ ମଧ୍ୟ ଦିଆଯିବ। ଏହି ରାଶି ଆସନ୍ତା ସପ୍ତାହ ଶେଷ ସୁଦ୍ଧା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ସେହିଭଳି ବୈଠକରେ କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ କହିଛନ୍ତି, ଚଳିତ ଆର୍ଥତ୍କ ବର୍ଷରେ ସମ୍ପୂର୍ଣ୍ଣ କ୍ଷତିପୂରଣ ଅର୍ଥ କେନ୍ଦ୍ର ପ୍ରଦାନ କରୁ ବୋଲି ୧୦ ରାଜ୍ୟ ଦାବି ଉଠାଇଛନ୍ତି। ଆଇନ ଅନୁସାରେ କ୍ଷତିପୂରଣ ପ୍ରଦାନ କେନ୍ଦ୍ର କରିବା କଥା, ଏଣୁ କେନ୍ଦ୍ର ଋଣ କରି ରାଜ୍ୟକୁ ଏହି ରାଶି ପ୍ରଦାନ କରୁ। କ୍ଷତିପୂରଣ ପ୍ରଦାନ ନେଇ କୌଣସି ସହମତି ପ୍ରକାଶ ନ ପାଇବାରୁ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଜିଏସ୍‌ଟି ସଂଗ୍ରହ କମିଥିବାରୁ କ୍ଷତିପୂରଣ ପ୍ରଦାନ ନେଇ ସମସ୍ୟା ଉପୁଜିଛି। ଏହାକୁ ଭରଣା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୨ଟି ବିକଳ୍ପ ଦେଇଛି। ଏହି ୨ ବିକଳ୍ପ ଉପରେ ସୋମବାର ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଉଭୟ ବିକଳ୍ପରେ ରାଜ୍ୟଗୁଡିକ ଋଣ କରିବାକୁ ପଡିବ। ବିଭିନ୍ନ ମିଆଦୀରେ ଏହି ଋଣ କରିବା ଲାଗି କୁହାଯାଇଛି। ସେହିଭଳି ସେପ୍ଟେମ୍ବରରେ ୯୫,୪୮୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ଲକ୍‌ଡାଉନ ପରଠାରୁ ଏହା ସର୍ବୋଚ୍ଚ ସ୍ତର। ଲକ୍‌ଡାଉନ କଟକଣା କୋହଳ ହୋଇଥିବା ବେଳେ ଆର୍ଥତ୍କ କାର୍ଯ୍ୟକଳାପରେ ସାମାନ୍ୟ ଉନ୍ନତି ଆସିଥିବାରୁ ଟିକସ ସଂଗ୍ରହ ଉନ୍ନତ ହେଉଥିବା କୁହାଯାଇଛି। ସେପ୍ଟେମ୍ବର ମାସ ଜିଏସ୍‌ଟି ଆଦାୟ ୪% ଅଧିକ ରହିଛି। ଏହା ୨୦୧୯ ସେପ୍ଟେମ୍ବରରେ ୯୧,୯୧୬ କୋଟି ଟଙ୍କା ରହିଥିଲା। ସେହିଭଳି ଗତ ମାସର ସଂଗ୍ରହ ଏପ୍ରିଲ ତୁଳନାରେ ପ୍ରାୟ ୩ ଗୁଣ ହୋଇଥିବା ବେଳେ ଅଗଷ୍ଟ ତୁଳନାରେ ୧୦% ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri