ଉଠିଯିବ ଦ୍ୱୀପାଞ୍ଚଳ ଡିଭିଜନ, ଚାଷୀମୁଣ୍ଡରେ ହାତ

କେନ୍ଦ୍ରାପଡ଼ା, ୮ା୨ (ଜଗନ୍ନାଥ ଧଳ)ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଏବେ ଚାଷୀଙ୍କ ପାଇଁ ମରୀଚିକା ପାଲଟିଛି। ପ୍ରକଳ୍ପ ଅଧୀନ କେନାଲ ଉଦ୍‌ଘାଟନକୁ ପ୍ରାୟ ୨ ବର୍ଷ ହୋଇଥିଲେ ମଧ୍ୟ ଖରିଫ ଓ ରବି ଚାଷ ପାଇଁ ବୁନ୍ଦାଏ ପାଣି ଆସିନାହିଁ। ଅଦ୍ୟାବଧି କେନାଲର ଶାଖା ନାଳ ଓ ଆଉଟଲେଟ ନିର୍ମାଣ ହୋଇନାହିଁ। ଅପରପକ୍ଷରେ ଏହି ଦ୍ୱୀପାଞ୍ଚଳ ଡିଭିଜନ ଖୁବ୍‌ଶୀଘ୍ର କଟକ ବ୍ୟାରେଜ ଡିଭିଜନ ସହିତ ମିଶିବ ବୋଲି ଯୋଜନା ହେଲାଣି। କେନାଲରେ ପାଣି ଆସିବା ସ୍ବପ୍ନ ଦେଖୁଥିବା ଚାଷୀ ଏବେ ପ୍ରକଳ୍ପର ଭବିଷ୍ୟତ ପ୍ରତି ସନ୍ଦିହାନ ହୋଇ ପଡ଼ିଛନ୍ତି। ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ୨୦୨୨ ମେ ୧୮ରେ ଉଦ୍‌ଘାଟନ ହୋଇଥିଲା। ଗରଦପୁର ବ୍ଲକ କଳାବୋଦାଠାରେ ଆୟୋଜିତ ଉତ୍ସବରେ ତତ୍‌କାଳୀନ ରାଜ୍ୟ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଏହି କେନାଲରେ ଖରିଫ ଚାଷ ପାଇଁ ପାଣି ଯୋଗାଇଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ପାଟକୁରା ବିଧାୟିକାଙ୍କ ଉପସ୍ଥିତିରେ ଏହି ଉଦ୍‌ଘାଟନ ଉତ୍ସବ ହୋଇଥିବା ବେଳେ ଚାଷ ପାଇଁ ଜଳସେଚନ ସମସ୍ୟା ତୁଟିଥିବାରୁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସ୍ଥାନୀୟ ଚାଷୀ ପ୍ରଶଂସା କରିଥିଲେ। ତେବେ ଲୋକାର୍ପଣ ପରେ ମଧ୍ୟ ଅଦ୍ୟାବଧି ଏହି କେନାଲକୁ ପାଣି ଟୋପାଏ ଆସିନାହିଁ। ସ୍ଥାନୀୟ ଅଞ୍ଚଳର ୬,୪୦୪ ହେକ୍ଟର ଚାଷଜମି ପାଇଁ ଅଦ୍ୟାବଧି ବର୍ଷା ଏକମାତ୍ର ଭରସା ହୋଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ଉଦ୍‌ଘାଟନ କରାଯିବାକୁ ନେଇ ଏବେ ଆଲୋଚନାର ବିଷୟ ହୋଇଛି।
ଏ ସମ୍ପର୍କରେ କୃଷକ ନେତା ବିଧୁଭୂଷଣ ମହାପାତ୍ର, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଚାଷୀ ରଞ୍ଜନ ରାଉତ, ସୁବାସ ରାଉତ, ଅମ୍ବିକା କାନୁନ୍‌ଗୋ, ସୁଶୀଲ ସାହୁ ପ୍ରମୁଖ କହିଛନ୍ତି ଯେ, ୨୦୨୩ରେ ଖରିଫ ଚାଷ ପାଇଁ ଜୁଲାଇ ୧୫ରୁ ଜିଲାର ସମସ୍ତ କେନାଲରେ ପାଣି ଛଡ଼ାଯାଇଥିଲା। ତେବେ ଏହି ଜଳସେଚନ ପ୍ରକଳ୍ପ କେନାଲରେ ପାଣି ଆସିଲା ନାହିଁ। ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବାକୁ ଥିବା ଦ୍ୱୀପାଞ୍ଚଳର ୧୫,୩୪୨ ହେକ୍ଟର ଚାଷ ଜମି ମଧ୍ୟରୁ ୨୦୦୪ ସୁଦ୍ଧା କଟକ ଜିଲାର ନିଶ୍ଚିନ୍ତକୋଇଲି ବ୍ଲକ ଓ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକର ୮,୯୩୭ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ଜଳ ଯୋଗାଇ ଦିଆଯାଇଛି। ଏବେ ଖୋଳା ଯାଇଥିବା ୧୨ କିମି ଦୀର୍ଘ ଚିତ୍ରୋପତ୍ଳା ଦକ୍ଷିଣ ଓ ୧୦ କିମି ଦୀର୍ଘ ପାଇକା ବାମ କେନାଲ ସହିତ ପ୍ରାୟ ୫୦ କିମିର ୪୫ଟି ମାଇନର ଓ ସବ୍‌ମାଇନର କେନାଲ ଦ୍ୱାରା କେନ୍ଦ୍ରାପଡ଼ା ଜିଲାର ଗରଦପୁର ଓ ମାର୍ଶାଘାଇ ବ୍ଲକର ଅବଶିଷ୍ଟ ୬,୪୦୪ ହେକ୍ଟର ଜମି ଚଳିତ ଖରିଫ ଋତୁଠାରୁ ଜଳସେଚିତ ହୋଇପାରିବ ବୋଲି ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଦାସ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତତ୍କାଳୀନ ସମୟରେ କେନାଲ ଖୋଳା ଅଧାପନ୍ତରିଆ ହୋଇ ପଡ଼ିଥିବାବେଳେ ମନ୍ତ୍ରୀଙ୍କ ଲୋକାର୍ପଣ ଓ ଚଳିତ ଖରଫ ଋତୁରେ ଜଳ ଯୋଗାଣ ଦମ୍ଭୋକ୍ତି ଏହି ସମାରୋହରେ ଗୁଞ୍ଜରଣ ସୃଷ୍ଟି କରିଥିଲା। ଅଦ୍ୟାବଧି ଏହି କେନାଲରେ ପାଣି ନ ଆସିବାରୁ ମନ୍ତ୍ରୀଙ୍କ ତରବରିଆ ଉଦ୍‌ଘାଟନର କାରଣ ଖୋଜା ଚାଲିଥିବା ସେମାନେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଏହି କେନାଲରେ ପାଣି ଛଡ଼ାଯିବାକୁ କଟକ ନର୍ଥ ଡିଭିଜନ ସହିତ ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?