ଅଦୃଶ୍ୟ ବନ୍ଧନ

ହି ଚାହାନ୍ତି ନାହିଁ ବନ୍ଧନ। ସମସ୍ତେ ଚାହାନ୍ତି ମୁକ୍ତ ଜୀବନ ବଞ୍ଚତ୍ବା ପାଇଁ। କିନ୍ତୁ ଦେଖିବାକୁ ଗଲେ ଜଡ଼ ହେଉ କି ଜୀବ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତେ ସବୁବେଳେ ବନ୍ଧନରେ ଥାଆନ୍ତି। ଜୀବ କ୍ଷେତ୍ରରେ ଏହି ବନ୍ଧନ ମାତୃଗର୍ଭରୁ ଆରମ୍ଭ ହୋଇଥାଏ। ମାତୃଗର୍ଭରେ ସେ କେବଳ ଗର୍ଭର ବନ୍ଧନରେ ଥିବାବେଳେ ଭୂମିଷ୍ଠ ହେବା ପରେ ଅନେକ ବନ୍ଧନରେ ବାନ୍ଧି ହୋଇଯାଏ। ଯେମିତି ମାତାପିତା, ଜେଜେବାପା, ଜେଜେମା’, ଭ୍ରାତା ଓ ଭଗିନୀଙ୍କର ସ୍ନେହର ବନ୍ଧନ, ପ୍ରକୃତିରୁ ଜଳ, ବାୟୁ ଆଦି ଗ୍ରହଣ କରିବାକୁ ବାଧ୍ୟ ହେଉଥିବାରୁ ପ୍ରକୃତିର ବନ୍ଧନ, କ୍ଷୁଧା ନିବାରଣ ନିମିତ୍ତ ମାତୃସ୍ତନ୍ୟର ବନ୍ଧନ ଏମିତି କେତେ ବନ୍ଧନରେ ତାକୁ ଛନ୍ଦିହେବାକୁ ହୁଏ। ଏସବୁ ବନ୍ଧନ ଆଖିକୁ ଦେଖାଯାଇ ନଥାଏ, କିନ୍ତୁ ଆଖିରେ ଦେଖିହେଉଥିବା ବନ୍ଧନଠାରୁ ଏଗୁଡ଼ିକ ହଜାରଗୁଣ ଶକ୍ତ ବୋଲି ଅନୁଭବ କରୁ। ଶିଶୁଟିକୁ ଦେଖିଲେ ଆମର ମନେହୁଏ, ତାର କିଛି ଚିନ୍ତା ନାହିଁ, କିଛି ବନ୍ଧନ ନାହିଁ। ସମୟ ପୂର୍ବରୁ ତା’ର ସମସ୍ତ ଆବଶ୍ୟକତା ପୂରଣ କରିଦିଆଯାଏ। ତା’ର ସମସ୍ତ କାର୍ଯ୍ୟ ଅନ୍ୟମାନେ ସ୍ନେହପୂର୍ବକ କରିଦିଅନ୍ତି। ନିର୍ବିଘ୍ନ ଏବଂ ସ୍ନେହପୂର୍ଣ୍ଣ ସେବା ତାକୁ ଅନାୟାସରେ ପ୍ରାପ୍ତହୁଏ। ତେଣୁ ସେ ବନ୍ଧନମୁକ୍ତ। କିନ୍ତୁ ବାସ୍ତବରେ ସେହି ଶିଶୁଟି ଜନ୍ମନେବା ପରଠାରୁ ଅନେକ ବନ୍ଧନରେ ଆବଦ୍ଧ ହୋଇସାରିଛି। ପ୍ରସିଦ୍ଧ ଦାର୍ଶନିକ ରୁଷୋ କହିଥିଲେ- ପ୍ରକୃତିଗତ ଦୃଷ୍ଟିରୁ ମଣିଷ ମୁକ୍ତଭାବେ ଜନ୍ମନିଏ ସିନା, ପରିବାର ତଥା ସମାଜ ଦୃଷ୍ଟିରୁ ସେ ବିଭିନ୍ନ ପ୍ରକାର ବନ୍ଧନରେ ଆବଦ୍ଧ। ସବୁଠାରୁ ବଡ଼ ବନ୍ଧନ, ଯାହା ଆମ ଶାସ୍ତ୍ରଗୁଡ଼ିକରେ ବ୍ୟାଖ୍ୟା କରାଯାଇଛି, ତାହା ହେଉଛି ମାୟାର ବନ୍ଧନ। ପ୍ରତ୍ୟେକଟି ଜୀବ ଏହି ମାୟା ବନ୍ଧନକୁ କାଟି ପରମଙ୍କ ସହିତ ଏକାକାର ହୋଇଯିବାକୁ, ମୋକ୍ଷପ୍ରାପ୍ତ କରିବାକୁ ଚାହେଁ।
ଶିଶୁଟିଏ ଭୂମିଷ୍ଠ ହେବା ମାତ୍ରେ ପରିବାର ତଥା ସମଗ୍ର ସମାଜ ତା’ଠାରୁ ଅନେକ କିଛି ଆଶା କରିବସନ୍ତି। ସେହି ସମୟଠାରୁ ତା’ ଉପରେ ପରିବାର ତଥା ସମାଜର ଅନେକ ଦାୟିତ୍ୱ ଅଜାଡ଼ି ହୋଇପଡ଼େ। ପରିବାରର ସଦସ୍ୟମାନେ ଆଶା ରଖନ୍ତି ଶିଶୁଟି ବଡ଼ ହୋଇ ସେହି ପରିବାରର ଭବିଷ୍ୟତକୁ ଉଜ୍ଜ୍ୱଳ କରିବ। ପରିବାର ପାଇଁ ସାମାଜିକ ପ୍ରତିଷ୍ଠା ଆଣିଦେବ। ବଂଶକୁ ଆଗକୁ ନେବ। ସମାଜ ଆଶା ରଖେ ଏଇ ଶିଶୁଟି ହୁଏତ ଭବିଷ୍ୟତରେ ବଡ଼ ମଣିଷଟିଏ ହୋଇ ସମସ୍ତଙ୍କୁ ଦିଗ୍‌ଦର୍ଶନ ଦେବ। ତା’ର ପରିବାର, ଗ୍ରାମ ଦେଶର ସୁନାମ ବଢ଼ାଇବ। ନବଜାତ ଶିଶୁଟିଠାରୁ ଏସବୁ ଆଶା ରଖିବା ପରିବାର କି ସମାଜ ପକ୍ଷରେ କିଛି ଅସ୍ବାଭାବିକ, ଅସମୀଚୀନ କିମ୍ବା ଅନୀତିପୂର୍ଣ୍ଣ ନୁହେଁ।
ଗୋଟିଏ ଦୃଷ୍ଟିରୁ ଦେଖିଲେ ବନ୍ଧନ ବିନା ଆମେ ସୁଖକର ଜୀବନଟିଏ ବଞ୍ଚତ୍ପାରୁନା ଏବଂ ସେଥିପାଇଁ ଆମେ ବନ୍ଧନରେ ରହିବାପାଇଁ ଆତୁର ହୋଇପଡ଼ୁ। ଜୀବନ ଆରମ୍ଭରୁ ଆମେ ବନ୍ଧନରେ ରହିବାରେ ଅଭ୍ୟସ୍ତ ହୋଇଯାଉ। କେବଳ ମଣିଷ ନୁହେଁ, ସକାଳେ ପଘାରୁ ମୁକ୍ତ ହୋଇ ଚରିବାକୁ ଯାଇଥିବା ଗାଈଟି ଦିବାଶେଷରେ ଅବା ପେଟ ପୂରିଗଲେ ନିଜ ଗୁହାଳକୁ ଫେରିଆସେ ପୁଣି ପଘାରେ ବାନ୍ଧି ହେବା ପାଇଁ। ସେମିତି ମଣିଷ ମଧ୍ୟ ନିଜ ପାଇଁ ବନ୍ଧନଟିଏ ତିଆରି କରେ ନିଜ ଚାରିପଟେ। ଘରଟିଏ ତିଆରି କରି ତା’ ଦେହରେ କବାଟ ଝରକା ଇତ୍ୟାଦି ଲଗାଇ ତାକୁ ନିବୁଜ କରେ ଏବଂ ତା’ ଭିତରେ ବନ୍ଧନରେ ରହି ସମୟ କାଟେ। ପାରିବାରିକ, ସାମାଜିକ ବନ୍ଧନରେ ନିଜକୁ ନିଜେ ବନ୍ଦୀ ରଖି ସେ ଆନନ୍ଦ ପାଏ। ବିଭିନ୍ନ ଲୋକଙ୍କ ଦାୟିତ୍ୱ ବୁଝି, ସେବା କର୍ତ୍ତବ୍ୟର ବନ୍ଧନରେ ବାନ୍ଧି ହୋଇ ଆନନ୍ଦ ପାଏ। ତାକୁ ପ୍ରକୃତ ଜୀବନ ବୋଲି ମାନିନିଏ। ସେହି ବନ୍ଧନ ଭିତରେ ଭଗବାନ୍‌ଙ୍କ ସହିତ ସାକ୍ଷାତ ହୁଏ ବୋଲି ସେ ମନେକରେ।
ଶାସ୍ତ୍ରାନୁସାରେ ଜୀବ ଏହି ପୃଥିବୀପୃଷ୍ଠରେ ବାରମ୍ବାର ଜନ୍ମଲାଭ କରେ। ନିଜର ସୁକର୍ମ ପ୍ରଭାବରେ ସେ କ୍ରମେ ସେହି ବନ୍ଧନରୁ ମୁକ୍ତ ପ୍ରାପ୍ତ ହୋଇ ଈଶ୍ୱରଙ୍କ ସହିତ ମିଳିତ ହୁଏ। ତା’ପରେ ତା’ର ଆଉ ପୁନର୍ଜନ୍ମ ହୁଏନାହିଁ। କଥାଟି କିନ୍ତୁ ଏତେ ସହଜସାଧ୍ୟ ହୋଇ ନଥାଏ। ସେଥିପାଇଁ ଅନେକ ସାଧନା ଓ ତ୍ୟାଗ କରିବାକୁ ପଡ଼େ। କିଛି ଲୋକ ତ ସାଂସାରିକ ବନ୍ଧନରୁ ମୁକ୍ତ ହୋଇ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ପାଇଁ ଜୀବନସାରା ସାଧନାରେ ବ୍ୟସ୍ତ ରହିଥା’ନ୍ତି। ସେମାନେ ମୃତ୍ୟୁପରେ ମୋକ୍ଷ ପ୍ରାପ୍ତ ହୁଅନ୍ତି କି ନାହିଁ, ପୁନର୍ଜନ୍ମ ପାଆନ୍ତି କି ନାହିଁ, ତାହା କାହାକୁ ଜଣା ନ ଥାଏ। ତେବେ ବଞ୍ଚତ୍ଥିବା ଅବସ୍ଥାରେ ବନ୍ଧନ ଯେ ଆମର ଚିର ସହଚର ତାହା ଅନସ୍ବୀକାର୍ଯ୍ୟ। ଜୀବନସାରା ବନ୍ଧନ ଆମର କାମ୍ୟ ହୋଇଥାଏ ଯେମିତି। ବନ୍ଧନ ବିନା ଘଡ଼ିଏ ଜୀବନ ବଞ୍ଚତ୍ବା ଆମ ପକ୍ଷରେ ସମ୍ଭବ ହୁଏନାହିଁ। କେହି ଆମକୁ ବାନ୍ଧିବା ଆଗରୁ ଆମେ ନିଜେ ନିଜକୁ ବନ୍ଧନରେ ଆବଦ୍ଧ କରିବା ଲାଗି ବ୍ୟସ୍ତ, ବିବ୍ରତ ହୋଇପଡ଼ୁ। ଶୈଶବରେ ମାତାପିତାଙ୍କର ସ୍ନେହର ବନ୍ଧନ ଆମର ମନକୁ ସ୍ନିଗ୍ଧ କରେ, କୈଶୋରରେ ସାଙ୍ଗସାଥୀଙ୍କର ପ୍ରେମର ବନ୍ଧନ ଆମକୁ ମୁଗ୍ଧ କରି ରଖେ। ଯୌବନରେ ପ୍ରିୟାର ପ୍ରଣୟ ଆମକୁ ମଦମତ୍ତ କରେ ଏବଂ ଶେଷରେ ପରିଣତ ବୟସରେ ଅସମର୍ଥ ଶରୀରକୁ ନେଇ ବଞ୍ଚତ୍ବା ଅପେକ୍ଷା ମୃତ୍ୟୁର ସୁଶୀତଳ ବନ୍ଧନ ଆମକୁ ସ୍ପର୍ଶ କରୁ ବୋଲି ଆମେ ସତୃଷ୍ଣ ନୟନରେ ତା’ର ଅପେକ୍ଷାରେ ରହୁ। ବେଳେବେଳେ ଏମିତି ମନେହୁଏ ଜୀବନର ଅନ୍ୟ ନାମ ହିଁ ବନ୍ଧନ।
ସାଂସାରିକ ବନ୍ଧନରୁ ମୁକ୍ତି ପାଇବା ପାଇଁ ଚିନ୍ତା କରୁଥିବା ଜଣେ ବ୍ୟକ୍ତି ଦିନେ ଦେଖିଲା ମାହୁନ୍ତଟିଏ ତା’ ହାତୀକୁ ସାଧାରଣ ଦଉଡ଼ିଟିଏରେ ବାନ୍ଧି ଗଛମୂଳେ ଶୋଇଛି। ସେ ଭାବିଲା- ”ହାତୀ ପରି ବଳଶାଳୀ ଜନ୍ତୁକୁ ଏପରି ସାମାନ୍ୟ ଦଉଡ଼ିରେ ବାନ୍ଧି ରଖାଯିବା ବିପଜ୍ଜନକ ହୋଇପାରେ। ମାହୁନ୍ତକୁ ନିଦରୁ ଉଠାଇ ସେ ତା’ର ଭାବନା ପ୍ରକାଶ କଲା। ମାହୁନ୍ତ କହିଲା, ”ଏପରି କେବେ ହେବନାହିଁ। କାରଣ ହାତୀଟି ପିଲା ଥିଲାବେଳେ ତା’ ଗୋଡ଼ରେ ଲୁହାର ଶିକୁଳି ଲଗାଯାଇ ଶକ୍ତ ଲୌହସ୍ତମ୍ଭରେ ବନ୍ଧାଯାଇଥିଲା। ସେହି ସମୟରେ ସେହି ଶିକୁଳିକୁ ଛିଡ଼ାଇବାପାଇଁ ସେ ବହୁ ଚେଷ୍ଟାକରି ବିଫଳ ହୋଇଛି। ତେଣୁ ସେ ବନ୍ଧନର ବଶ୍ୟତା ସ୍ବୀକାର କରିସାରିଛି। ଏହି ଦଉଡ଼ିଟି ଯେତେ ଦୁର୍ବଳ ହେଲେ ମଧ୍ୟ ବନ୍ଧନ ପ୍ରତି ତା’ର ବଶ୍ୟତା ତାକୁ ଏହି ଦଉଡ଼ିଟିକୁ ଛିଡ଼ାଇବାକୁ ଦେବନାହିଁ।’ ପିଲାଦିନରୁ ଅନେକ ସଂସ୍କାର ଏମିତି ଆମକୁ ବିଭିନ୍ନ ବନ୍ଧନରେ ବାନ୍ଧି ରଖିଥାଏ। ଆମେ ସେଗୁଡ଼ିକ ପ୍ରତି ବଶ୍ୟତା ସ୍ବୀକାର କରିଥାଉ। ତେଣୁ ସେଗୁଡ଼ିକୁ ଆମେ ତୁଟାଇ ପାରୁନା କି ସାଂସାରିକ ବନ୍ଧନରୁ ମୁକ୍ତି ପାଇପାରୁନା।

ଡ. ବାସୁଦେବ ମିଶ୍ର
ଦଶରଥପୁର, ଯାଜପୁର
ମୋ: ୮୯୧୭୨୭୨୭୭୩

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ସାଜିଲେ ସଇତାନ, ସାଙ୍ଗରେ ମିଶି ପାର୍ଟି କରିବାବେଳେ ମଦ ପାଉଚ ଭାଗ ବଣ୍ଟାକୁ ନେଇ…

ବଲାଙ୍ଗୀର, ୧୪।୩ (ସୁନିଲ କୁମାର ମହାନ୍ତି): ଏକା ସାଙ୍ଗରେ ମିଶି ପାର୍ଟି କରିବା ସାଙ୍ଗକୁ କାଳ ହେଲା। ବଲାଙ୍ଗୀର ସଦର ବ୍ଲକ ରିନ୍ବବଚନ ଗାଁରେ ଜଣେ ଯୁବକଙ୍କୁ…

ରାଜ୍ୟ ସଭା ନିର୍ବାଚନ ନେଇ ଆଜି ନବୀନ ନିବାସରେ ଏକାଠି ହେବେ…

ଭୁବନେଶ୍ୱର,୧୪ା୩: ରାଜ୍ୟ ସଭା ନିର୍ବାଚନ ନେଇ ବିଧାନସଭାରେ ବିଜେଡିର ମକ ପୋଲିଂ ଚାଲିଛି।  ଶନିବାର ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କର ଏକ ବଡ଼ଧରଣର ବୈଠକ ରହିଛି।…

‘ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବରେ ହାରିବା ପରେ ଏବେ ସାଲିସ କରିବାକୁ ଚାହୁଁଛି ଇରାନ’: ଟ୍ରମ୍ପ

ଓ୍ବାଶିଂଟନ,୧୪।୩: ଶନିବାର ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷର ୧୪ତମ ଦିନ। ଆମେରିକା ତେହେରାନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଏହି ମଧ୍ୟରେ,…

ଆମେରିକାକୁ ଖୋଲା ଧମକ: ଖାର୍ଗ ଉପରେ ଆକ୍ରମଣ ପରେ ତାତିଲା ଇରାନ

ତେହରାନ,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକାର ସେନା ଇରାନର ଖାର୍ଗ ଦ୍ୱୀପରେ ପ୍ରବଳ ବୋମା…

‘୧୪ ଦିନରେ ଆମେରିକାକୁ ଭିକ ମଗାଇ ଦେଲୁ’, ଖାର୍ଗ ଦ୍ୱୀପ ଧ୍ୱଂସ ହେବାକୁ ନେଇ କାହିଁକି ଏତେ କନଫିଡେଣ୍ଟରେ ରହିଛି ଇରାନ, ଜାଣନ୍ତୁ…

ତେହରାନ୍‌,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ମଧ୍ୟରେ, ଏହା ସହିତ ବୟାନବାଜି ମଧ୍ୟ ଯଥେଷ୍ଟ ତୀବ୍ର ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନର ଖାର୍ଗ…

ଯୁଦ୍ଧ ଭିତରେ କିମ୍‌ଙ୍କ ଏଣ୍ଟ୍ରି! ଭୟଙ୍କର ମିସାଇଲା ଆଟାକ୍‌, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୧୪।୩: ଗୋଟିଏ ପଟେ, ମଧ୍ୟପ୍ରାଚ୍ୟରେ ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଜଡିତ ବିବାଦ ଏକ ଭୟଙ୍କର ମୋଡ଼ ନେଇଛି। ଏହି ସମୟରେ, ଏସିଆର ଅନ୍ୟ ଏକ…

ପଥର ପ୍ୟାକିଂ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଆସୁନାହାନ୍ତି କ୍ଷେତ୍ର ପରିଦର୍ଶନ ଅଧିକାରୀ, ନିମ୍ନମାନର କାର୍ଯ୍ୟ ନେଇ…

ମହାକାଳପଡ଼ା,୧୪ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ବଡ଼ ଦାଣ୍ଡୁଆ ପଞ୍ଚାୟତ ବଗଗହଣ- ମିଲନମୋଡ଼-ତରପଦା ଗୋବରୀ ନଦୀପାର୍ଶ୍ୱ ଘେରିବନ୍ଧ ନିର୍ମାଣ କାମ ନିମ୍ନମାନର…

ଦ୍ରୁତଗତିରେ ଆସି ବ୍ୟକ୍ତିଙ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ଘଟଣାସ୍ଥଳରେ…

ଦିଗପହଣ୍ଡି,୧୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସନ୍ଥ ଅରକ୍ଷିତ ଦାସ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଡ଼ି୦୨ଏଡି-୮୯୫୭)ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri