ପରିଚୟ ଖୋଜାରେ ଅଟକିଛି ତଦନ୍ତ

ଭୁବନେଶ୍ୱର,୭ା୨(ବ୍ୟୁରୋ):ରାଜଧାନୀରେ ଏକାଧିକ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ କମିଶନରେଟ ପୋଲିସ ରହସ୍ୟ ଉନ୍ମୋଚନ କରିପାରୁନାହିଁ। ଘଟଣାକୁ ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ମୃତ ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ପାଇପାରୁ ନାହିଁ। ଫଳରେ ତାହା ଆତ୍ମହତ୍ୟା ନା ହତ୍ୟା, ତାହା ସେମିତି ରହସ୍ୟ ହୋଇ ରହିଯାଉଛି। କିଛି ଚର୍ଚ୍ଚିତ ତଥା ଗୁରୁତ୍ୱପୂର୍ଣ୍ଣ ଘଟଣାରେ ପୋଲିସ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରୁଛି। ହେଲେ ପରବର୍ତ୍ତୀ ସମୟରେ ଉକ୍ତ ପୋଷ୍ଟର ଚିରିଯାଉଥିବାବେଳେ ଥାନାଧିକାରୀ ବା ତଦନ୍ତକାରୀ ଅଧିକାରୀଙ୍କ ତଦନ୍ତ ବି ସେମିତି ଫାଇଲ ତଳେ ଚାପି ହୋଇ ରହିଯାଉଛି। ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ, ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ୍‌ ରିପୋର୍ଟ ଆଦିକୁ ଆଧାର କରି ପୋଲିସ ତଦନ୍ତ କରୁଥିଲେ ମଧ୍ୟ ସଫଳ ହୋଇପାରୁ ନାହିଁ। ବିଭିନ୍ନ ପଦକ୍ଷେପ ଗ୍ରହଣ କରି ତଦନ୍ତ କରାଯାଉଥିଲେ ମଧ୍ୟ ପରିଚୟ ଖୋଜାରେ ପୋଲିସର ତଦନ୍ତ ଅଟକିଯାଉଛି। ରାଜଧାନୀରେ ବିଗତ ବର୍ଷରେ ଏଭଳି ବହୁ ଅଚିହ୍ନା ମୃତଦେହ ଜବତ ଘଟଣା ରହସ୍ୟ ହୋଇ ରହିଯାଉଥିବାରୁ ପୋଲିସର ପ୍ରକୃତ କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ୨୦୧୨ ମେ’ ୨୭ରେ ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା କାଜୁ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ତାଙ୍କୁ କେହି ତଣ୍ଟି କାଟି ହତ୍ୟା କରି ଜଙ୍ଗଲରେ ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା। ଉକ୍ତ ମହିଳାଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ପୋଲିସ ଅନୁମାନ କରିଥିଲା। ପାଖରେ ମିଳିଥିବା ଏକ ପଲିଥିନରୁ ମହିଳାଙ୍କ ଘର ଢ଼େଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳର ହୋଇଥିବା ଜଣାପଡ଼ିଥିଲା। ୨୦୨୧ ଜୁନ ୧୬ରେ ତତ୍କାଳୀନ ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ପୁରୁଣା ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ କରାଯାଇଥିଲା। ସେହି ସମୟରେ ଏହି ମାମଲାରେ ମଧ୍ୟ ପୋଷ୍ଟର ଲଗାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଉକ୍ତ ମହିଳାଙ୍କ ପରିଚୟ ମିଳିପାରି ନ ଥିବାବେଳେ ପୋଲିସ ଆଉ ମୁଣ୍ଡ ଖେଳାଉ ନାହିଁ। ୨୦୨୧ ଫେବୃୟାରୀ ୧୨ରେ ଜଟଣୀ ଥାନା ଅନ୍ତର୍ଗତ ଯାଆଁଳା ଫାଣ୍ଡି ପରିସରରେ ଥିବା ଏକ ଜବତ କାର୍‌ରୁ ଜଣେ ମହିଳାଙ୍କ କଙ୍କାଳ ଠାବ ହୋଇଥିଲା। ଏହି ଘଟଣାକୁ ନେଇ ଚର୍ଚ୍ଚା ସୃଷ୍ଟି ହେବା ପରେ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ପରେ ପରିଚୟ ଜାଣିବା ପାଇଁ ଏକ ସମ୍ଭାବ୍ୟ ପୋଷ୍ଟର ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନରେ ଲଗାଯାଇଥିଲା। ହେଲେ ଉକ୍ତ ଘଟଣାକୁ ପାଖାପାଖି ୨ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲିସ ମହିଳାଙ୍କ ପରିଚୟ ପାଇ ପାରିନାହିଁ। ସେହିପରି ଉକ୍ତବର୍ଷ ଜୁଲାଇ ୨୨ରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବରିମୁଣ୍ଡ ଜରିପାଟଣା ଗ୍ରାମ ନିକଟ କୁଆଖାଇ ନଦୀପଠାରୁ ବାଲିରେ ପୋତାଯାଇଥିବା ଜଣେ ଯୁବକଙ୍କ ମୃତଦେକୁ ପୋଲିସ ଜବତ କରିଥିଲା। ତାଙ୍କୁ କେହି ତଣ୍ଟିଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିବା ସହ ଯୁବକଙ୍କ ପୋଷ୍ଟର ଲଗାଇଥିଲା। ହେଲେ ଏପର୍ଯ୍ୟନ୍ତ ଏହି ମାମଲା ଅସମାହିତ ରହିଥିବା ବେଳେ ପୋଲିସ ମଧ୍ୟ ନଜର ହଟେଇ ଦେଇଥିବା ଜଣାପଡ଼ୁଛି।
ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଏସବୁ ମାମଲାରେ ମୃତ ବ୍ୟକ୍ତିଙ୍କର ପରିବାରରେ କେହି ରହୁ ନ ଥିବାରୁ ତାଙ୍କୁ ଖୋଜାଯାଉ ନାହିଁ। ସେହିପରି ମୃତ ବ୍ୟକ୍ତିଙ୍କୁ ଚିହ୍ନୁଥିବା ଲୋକମାନେ ମଧ୍ୟ ଖବରକାଗଜ କିମ୍ବା ଟିଭି ଦେଖୁ ନ ଥିବାରୁ ଏନେଇ ଜାଣିପାରୁନାହାନ୍ତି। ଏସବୁ ମାମଲାରେ ଆମ ପକ୍ଷରୁ ସମସ୍ତ ଜିଲା ପୋଲିସକୁ ଫଟୋ ପଠାଯିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ମୃତ ବ୍ୟକ୍ତିଙ୍କ ଫିଙ୍ଗର ପ୍ରିଣ୍ଟ୍‌ ମାଧ୍ୟମରେ ଆଧାର ଆକ୍ସେସ୍‌ କରି ପରିଚୟ ମିଳିପାରିବ। ହେଲେ ଏହା କରିବାକୁ ଆମକୁ ଅନୁମତି ଦିଆଯାଇ ନାହିଁ। ଆଧାର୍‌ ଆକ୍ସେସ୍‌ କରିବାକୁ ଅନୁମତି ମିଳିଲେ, ମୃତକଙ୍କ ପରିଚୟ ମିଳିବା ସହଜ ହୋଇପାରନ୍ତା ବୋଲି ଡିସିପି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…

କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri