Posted inଜାତୀୟ

ସେନା ହାଜତରେ ୩ ନାଗରିକଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ

ଜମ୍ମୁ/ଶ୍ରୀନଗର,୨୬ା୧୨: ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ ହେବା ପରେ ସେନା ୩ ଜଣଙ୍କୁ ଜେରା ପାଇଁ ଉଠାଇନେଇଥିଲା। ସେମାନଙ୍କର ମୃତଦେହ ମିଳିବା ପରେ ସୈନ୍ୟମାନେ ସେମାନଙ୍କୁ ଜେରା ବେଳେ ମାଡ଼ ମାରି ହତ୍ୟା କରିଥିବା ବିରୋଧୀ ଅଭିଯୋଗ କରିଥିଲେ। ନାଗରିକ ହତ୍ୟା ଅଭିଯୋଗର ତଦନ୍ତ ସେନା ପକ୍ଷରୁ ଆରମ୍ଭ ହୋଇଥିବାବେଳେ ଜଣେ ବ୍ରିଗେଡିୟର ସ୍ତରର ଅଫିସରଙ୍କୁ ଡ୍ୟୁଟିରୁ ହଟାଇଦିଆଯିବା ସହ ପୁଞ୍ଚ୍‌ରୁ ବିଦା କରିଦିଆଯାଇଛି। ଦୁଇଟି ସେନା ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ କଶ୍ମୀରରେ ଆତଙ୍କବାଦ ନିରୋଧୀ ଅଭିଯାନକୁ ଜୋର୍‌ଦାର କରାଯାଇଛି। ଜଙ୍ଗଲ ଅଞ୍ଚଳ ଡେରା କୀ ଗଲି ଏବଂ ବାଫ୍ଲିୟାଜ୍‌ରେ କୋମ୍ବିଂ ଅପରେଶନକୁ ଜୋର୍‌ଦାର କରାଯିବା ସହ ଆକାଶମାର୍ଗରୁ ନଜର ରଖାଯାଇଛି। ଏଥିସହିତ କେତେଜଣ ସେନା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁ୍‌ଷ୍ଠାନ ଗ୍ରହଣ କରାଯିବା ସହ କେତେଜଣଙ୍କୁ ବଦଳି କରାଯାଇଛି।
ସ୍ଥିତି ଅନୁଧ୍ୟାନ ପାଇଁ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଉକ୍ତ ଅଞ୍ଚଳକୁ ଯାଇଥିବାବେଳେ ଜମ୍ମୁର ନାଗ୍ରୋଟାଠାରେ ଥିବା ହ୍ବାଇଟ୍‌ ନାଇଟ୍‌ କର୍ପସ୍‌ ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ରାଜୌରୀ-ପୁଞ୍ଚ୍‌ ଜିଲାରେ କ୍ରମାଗତ ତୃତୀୟ ଦିନ ପାଇଁ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଗତ ସପ୍ତାହର ଆକ୍ରମଣ ପାଇଁ ଜୈଶ-ଇ-ମହମ୍ମଦ ସହ ସମ୍ପୃକ୍ତ ପିପୁଲ୍ସ ଆଣ୍ଟି-ଫାସିଷ୍ଟ ଫ୍ରଣ୍ଟ (ପିଏଏଫ୍‌ଏଫ୍‌) ନିଜକୁ ଦାୟୀ କରିଛି। ଆକ୍ରମଣରେ ଅତ୍ୟାଧୁନିକ ଆମେରିକା ନିର୍ମିତ ଏମ୍‌୪ କାର୍ବାଇନ୍‌ ଅସ୍ତ୍ର ବ୍ୟବହାର କରାଯାଇଥିବାର ଫଟୋ ସେମାନେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ସେନା ହାଜତରେ ୩ ନାଗରିକଙ୍କ ମୃତ୍ୟୁ ଘଟିଥିବା ପୁଞ୍ଚ୍‌ ଜିଲାର ସୁରାନକୋଟ୍‌କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଯିବାକୁ ଥିବାବେଳେ ତାଙ୍କୁ ଗୃହବନ୍ଦୀ କରାଯାଇଥିବା ପିଡିପି ସୋମବାର ଅଭିଯୋଗ କରିଛି। ମେହବୁବା ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥାନ୍ତେ ଓ ସେଠାର ସ୍ଥିତି ଅନୁଧ୍ୟାନ କରିଥାନ୍ତେ। ଏହା ପୂର୍ବରୁ ତାଙ୍କୁ ଜୋର ଜବରଦସ୍ତ ଗୃହବନ୍ଦୀ କରି ରଖାଯାଇଥିବା ପିଡିପି ଏକ୍ସ’ରେ ପୋଷ୍ଟ କରିଛି। ସରକାରଙ୍କ ଏଭଳି ପଦକ୍ଷେପକୁ ଦଳ ନିନ୍ଦା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri