Posted inଜାତୀୟ

ସେନା ହାଜତରେ ୩ ନାଗରିକଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ

ଜମ୍ମୁ/ଶ୍ରୀନଗର,୨୬ା୧୨: ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ ହେବା ପରେ ସେନା ୩ ଜଣଙ୍କୁ ଜେରା ପାଇଁ ଉଠାଇନେଇଥିଲା। ସେମାନଙ୍କର ମୃତଦେହ ମିଳିବା ପରେ ସୈନ୍ୟମାନେ ସେମାନଙ୍କୁ ଜେରା ବେଳେ ମାଡ଼ ମାରି ହତ୍ୟା କରିଥିବା ବିରୋଧୀ ଅଭିଯୋଗ କରିଥିଲେ। ନାଗରିକ ହତ୍ୟା ଅଭିଯୋଗର ତଦନ୍ତ ସେନା ପକ୍ଷରୁ ଆରମ୍ଭ ହୋଇଥିବାବେଳେ ଜଣେ ବ୍ରିଗେଡିୟର ସ୍ତରର ଅଫିସରଙ୍କୁ ଡ୍ୟୁଟିରୁ ହଟାଇଦିଆଯିବା ସହ ପୁଞ୍ଚ୍‌ରୁ ବିଦା କରିଦିଆଯାଇଛି। ଦୁଇଟି ସେନା ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ କଶ୍ମୀରରେ ଆତଙ୍କବାଦ ନିରୋଧୀ ଅଭିଯାନକୁ ଜୋର୍‌ଦାର କରାଯାଇଛି। ଜଙ୍ଗଲ ଅଞ୍ଚଳ ଡେରା କୀ ଗଲି ଏବଂ ବାଫ୍ଲିୟାଜ୍‌ରେ କୋମ୍ବିଂ ଅପରେଶନକୁ ଜୋର୍‌ଦାର କରାଯିବା ସହ ଆକାଶମାର୍ଗରୁ ନଜର ରଖାଯାଇଛି। ଏଥିସହିତ କେତେଜଣ ସେନା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁ୍‌ଷ୍ଠାନ ଗ୍ରହଣ କରାଯିବା ସହ କେତେଜଣଙ୍କୁ ବଦଳି କରାଯାଇଛି।
ସ୍ଥିତି ଅନୁଧ୍ୟାନ ପାଇଁ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଉକ୍ତ ଅଞ୍ଚଳକୁ ଯାଇଥିବାବେଳେ ଜମ୍ମୁର ନାଗ୍ରୋଟାଠାରେ ଥିବା ହ୍ବାଇଟ୍‌ ନାଇଟ୍‌ କର୍ପସ୍‌ ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ରାଜୌରୀ-ପୁଞ୍ଚ୍‌ ଜିଲାରେ କ୍ରମାଗତ ତୃତୀୟ ଦିନ ପାଇଁ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଗତ ସପ୍ତାହର ଆକ୍ରମଣ ପାଇଁ ଜୈଶ-ଇ-ମହମ୍ମଦ ସହ ସମ୍ପୃକ୍ତ ପିପୁଲ୍ସ ଆଣ୍ଟି-ଫାସିଷ୍ଟ ଫ୍ରଣ୍ଟ (ପିଏଏଫ୍‌ଏଫ୍‌) ନିଜକୁ ଦାୟୀ କରିଛି। ଆକ୍ରମଣରେ ଅତ୍ୟାଧୁନିକ ଆମେରିକା ନିର୍ମିତ ଏମ୍‌୪ କାର୍ବାଇନ୍‌ ଅସ୍ତ୍ର ବ୍ୟବହାର କରାଯାଇଥିବାର ଫଟୋ ସେମାନେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ସେନା ହାଜତରେ ୩ ନାଗରିକଙ୍କ ମୃତ୍ୟୁ ଘଟିଥିବା ପୁଞ୍ଚ୍‌ ଜିଲାର ସୁରାନକୋଟ୍‌କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଯିବାକୁ ଥିବାବେଳେ ତାଙ୍କୁ ଗୃହବନ୍ଦୀ କରାଯାଇଥିବା ପିଡିପି ସୋମବାର ଅଭିଯୋଗ କରିଛି। ମେହବୁବା ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥାନ୍ତେ ଓ ସେଠାର ସ୍ଥିତି ଅନୁଧ୍ୟାନ କରିଥାନ୍ତେ। ଏହା ପୂର୍ବରୁ ତାଙ୍କୁ ଜୋର ଜବରଦସ୍ତ ଗୃହବନ୍ଦୀ କରି ରଖାଯାଇଥିବା ପିଡିପି ଏକ୍ସ’ରେ ପୋଷ୍ଟ କରିଛି। ସରକାରଙ୍କ ଏଭଳି ପଦକ୍ଷେପକୁ ଦଳ ନିନ୍ଦା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri