ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତର ଫଟୋ ଭାଇରାଲ୍‌

ପୁରୀ, ୨୬ା୬(ଅଜିତ୍‌ ମହାନ୍ତି): କିଛି ମାସ ତଳେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା। ଏବେ ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ଭିତରବେଢ଼ା, ଆନନ୍ଦ ବଜାରର ଭିଡିଓ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମ୍‌ରେ ଭାଇରାଲ କରିଥିବା ଦେଖିବାକୁ ମିଳିଛି। ଫଟୋ ଭାଇରାଲ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରୋହିତ ଜୱାଲ। ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଦେଖିବାକୁ ମିଳୁଛି, ସେ ଶ୍ରୀମନ୍ଦିର ଭିତରବେଢାରେ ଏକ ଗୀତରେ ରିଲ୍ସ କରୁଛନ୍ତି। ଯେଉଁଥିରେ ଶ୍ରୀମନ୍ଦିର ଓ ନୀଳଚକ୍ର ଦେଖିବାକୁ ମିଳୁଛି। ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟରେ ଏହି ଭିଡିଓ ଶୁଟିଂ ହୋଇଥିବା ଜଣାପଡ଼ିଛି। ସେହିପରି ଆନନ୍ଦବଜାର ପରିସର ତଥା ସ୍ନାନମଣ୍ଡପ ଉପରେ ଠିଆହୋଇ ବଡ଼ଦାଣ୍ଡ ଏବଂ ଆନନ୍ଦବଜାର ଭିତର ଭିଡିଓ କରାଯାଇଛି, ଯେଉଁଥିରେ ସେ ଏକ ଗୀତରେ ନମସ୍କାର ମୁଦ୍ରାରେ ନୃତ୍ୟ କରୁଛନ୍ତି। ଆଉ ଗୋଟିଏ ଭିଡିଓରେ ଶ୍ରୀପତିତପାବନଙ୍କୁ ଦେଖାଇବା ସହ ବଡ଼ଦାଣ୍ଡର ଦୃଶ୍ୟ ରହିଛି। କେବଳ ଜଗନ୍ନାଥ ମନ୍ଦିର ନୁହେଁ, ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଓ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଭିତର ବେଢାର ଭିଡିଓ ମଧ୍ୟ ତାଙ୍କ ଆଇଡିରେ ରହିଛି। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ନିଜ ଆଡୁ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ ଆସନ୍ତା ୭ତାରିଖରେ ସିଂହଦ୍ୱାର ଥାନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ତେବେ ଏହି ଘଟଣା ଶ୍ରୀମନ୍ଦିର ସୁରକ୍ଷା ଓ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି।
ମାଳ ମାଳ ପୋଲିସ ଓ ସୁରକ୍ଷା କର୍ମୀ ନିୟୋଜିତ ଥାଇ କିପରି ଜଣେ ବ୍ୟକ୍ତି ମୋବାଇଲ ଫୋନ୍‌ ନେଇ ଶ୍ରୀମନ୍ଦିର ଭିତରକୁ ଗଲେ ଓ ସେଠାରେ ଭିଡିଓ ଶୁଟ୍‌ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ଶନିବାର ରାତିରେ ଗୁଣ୍ଡିଚା ମନ୍ଦିର ପରିସରରେ ଅନେକ ଭକ୍ତଙ୍କ ହାତରେ ମୋବାଇଲ ଫୋନ ଦେଖିବାକୁ ମିଳିଥିଲା। ନୀତି ବିଳମ୍ବ କାରଣରୁ ମହାପ୍ରଭୁଙ୍କ ଦର୍ଶନ ରାତି ତମାମ ଚାଲିଥିଲା। ପ୍ରବଳ ବର୍ଷା ଯୋଗୁ ପ୍ରାୟ ପୋଲିସ ପ୍ରଶାସନ ପକ୍ଷରୁ ଚେକିଂ ଢିଲା ରହିଥିଲା। ଏହାର ସୁଯୋଗ ନେଇ ଅନେକ ଭକ୍ତ ମୋଇବାଲ ଫୋନ୍‌ ସାଥିରେ ଗୁଣ୍ଡିଚା ମନ୍ଦିର ଭିତରକୁ ନେଇଥିଲେ। ଏପରିକି ମନ୍ଦିର ଭିତରେ ମୋବାଇଲ୍‌ରେ କଥା ହେଉଥିବା ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତି ଗୁଣ୍ଡିଚା ମନ୍ଦିର ପରିସରରେ ଥିବା ଘୋଡ଼ା ମୂର୍ତ୍ତିଗୁଡ଼ିକ ନିକଟରେ ଫଟୋ ଉଠାଉଥିବା ବେଳେ ମନ୍ଦିର ପରିସରରେ ନିୟୋଜିତ ଥିବା କର୍ମଚାରୀ ମାନେ ତାଗିଦା କରିଥିଲେ। ଫଳରେ ବ୍ୟକ୍ତି ଜଣଙ୍କ ସେଠାରୁ ଚାଲି ଯାଇଥିଲେ। ସେହିପରି ଭୁବନେଶ୍ୱରରୁ ଆସିଥିବା କେତେଜଣ ଯୁବକ ମୋବାଇଲ ଫୋନ୍‌ ଭିତରକୁ ନେଇ ମହାପ୍ରଭୁଙ୍କ ଫଟୋ ଉତ୍ତୋଳନ କରିଥିଲେ। ପରେ ଉକ୍ତ ଫଟୋକୁ ବାହାରେ ଆସି ଦେଖୁଥିବା ବେଳେ ଜଣେ ପୁରୀ ବାସିନ୍ଦାଙ୍କ ନଜରରେ ଏହା ପଡ଼ିିଥିଲା। ସେ ତାଙ୍କୁ ତାଗିଦ୍‌ କରିବା ସହ ମୋବାଇଲରୁ ଫଟୋ କାଟିବା ପାଇଁ କହିଥିଲେ। ସେମାନେ ମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଥିବା ଜାଣି ନ ଥିବା କହିଥିଲେ। ତେବେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ଭକ୍ତମାନେ କିପରି ମୋବାଇଲ ଫୋନ୍‌ ଧରି ମନ୍ଦିର ଭିତରକୁ ଯାଉଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri