ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତର ଫଟୋ ଭାଇରାଲ୍‌

ପୁରୀ, ୨୬ା୬(ଅଜିତ୍‌ ମହାନ୍ତି): କିଛି ମାସ ତଳେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା। ଏବେ ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ଭିତରବେଢ଼ା, ଆନନ୍ଦ ବଜାରର ଭିଡିଓ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମ୍‌ରେ ଭାଇରାଲ କରିଥିବା ଦେଖିବାକୁ ମିଳିଛି। ଫଟୋ ଭାଇରାଲ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରୋହିତ ଜୱାଲ। ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଦେଖିବାକୁ ମିଳୁଛି, ସେ ଶ୍ରୀମନ୍ଦିର ଭିତରବେଢାରେ ଏକ ଗୀତରେ ରିଲ୍ସ କରୁଛନ୍ତି। ଯେଉଁଥିରେ ଶ୍ରୀମନ୍ଦିର ଓ ନୀଳଚକ୍ର ଦେଖିବାକୁ ମିଳୁଛି। ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟରେ ଏହି ଭିଡିଓ ଶୁଟିଂ ହୋଇଥିବା ଜଣାପଡ଼ିଛି। ସେହିପରି ଆନନ୍ଦବଜାର ପରିସର ତଥା ସ୍ନାନମଣ୍ଡପ ଉପରେ ଠିଆହୋଇ ବଡ଼ଦାଣ୍ଡ ଏବଂ ଆନନ୍ଦବଜାର ଭିତର ଭିଡିଓ କରାଯାଇଛି, ଯେଉଁଥିରେ ସେ ଏକ ଗୀତରେ ନମସ୍କାର ମୁଦ୍ରାରେ ନୃତ୍ୟ କରୁଛନ୍ତି। ଆଉ ଗୋଟିଏ ଭିଡିଓରେ ଶ୍ରୀପତିତପାବନଙ୍କୁ ଦେଖାଇବା ସହ ବଡ଼ଦାଣ୍ଡର ଦୃଶ୍ୟ ରହିଛି। କେବଳ ଜଗନ୍ନାଥ ମନ୍ଦିର ନୁହେଁ, ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଓ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଭିତର ବେଢାର ଭିଡିଓ ମଧ୍ୟ ତାଙ୍କ ଆଇଡିରେ ରହିଛି। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ନିଜ ଆଡୁ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ ଆସନ୍ତା ୭ତାରିଖରେ ସିଂହଦ୍ୱାର ଥାନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ତେବେ ଏହି ଘଟଣା ଶ୍ରୀମନ୍ଦିର ସୁରକ୍ଷା ଓ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି।
ମାଳ ମାଳ ପୋଲିସ ଓ ସୁରକ୍ଷା କର୍ମୀ ନିୟୋଜିତ ଥାଇ କିପରି ଜଣେ ବ୍ୟକ୍ତି ମୋବାଇଲ ଫୋନ୍‌ ନେଇ ଶ୍ରୀମନ୍ଦିର ଭିତରକୁ ଗଲେ ଓ ସେଠାରେ ଭିଡିଓ ଶୁଟ୍‌ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ଶନିବାର ରାତିରେ ଗୁଣ୍ଡିଚା ମନ୍ଦିର ପରିସରରେ ଅନେକ ଭକ୍ତଙ୍କ ହାତରେ ମୋବାଇଲ ଫୋନ ଦେଖିବାକୁ ମିଳିଥିଲା। ନୀତି ବିଳମ୍ବ କାରଣରୁ ମହାପ୍ରଭୁଙ୍କ ଦର୍ଶନ ରାତି ତମାମ ଚାଲିଥିଲା। ପ୍ରବଳ ବର୍ଷା ଯୋଗୁ ପ୍ରାୟ ପୋଲିସ ପ୍ରଶାସନ ପକ୍ଷରୁ ଚେକିଂ ଢିଲା ରହିଥିଲା। ଏହାର ସୁଯୋଗ ନେଇ ଅନେକ ଭକ୍ତ ମୋଇବାଲ ଫୋନ୍‌ ସାଥିରେ ଗୁଣ୍ଡିଚା ମନ୍ଦିର ଭିତରକୁ ନେଇଥିଲେ। ଏପରିକି ମନ୍ଦିର ଭିତରେ ମୋବାଇଲ୍‌ରେ କଥା ହେଉଥିବା ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତି ଗୁଣ୍ଡିଚା ମନ୍ଦିର ପରିସରରେ ଥିବା ଘୋଡ଼ା ମୂର୍ତ୍ତିଗୁଡ଼ିକ ନିକଟରେ ଫଟୋ ଉଠାଉଥିବା ବେଳେ ମନ୍ଦିର ପରିସରରେ ନିୟୋଜିତ ଥିବା କର୍ମଚାରୀ ମାନେ ତାଗିଦା କରିଥିଲେ। ଫଳରେ ବ୍ୟକ୍ତି ଜଣଙ୍କ ସେଠାରୁ ଚାଲି ଯାଇଥିଲେ। ସେହିପରି ଭୁବନେଶ୍ୱରରୁ ଆସିଥିବା କେତେଜଣ ଯୁବକ ମୋବାଇଲ ଫୋନ୍‌ ଭିତରକୁ ନେଇ ମହାପ୍ରଭୁଙ୍କ ଫଟୋ ଉତ୍ତୋଳନ କରିଥିଲେ। ପରେ ଉକ୍ତ ଫଟୋକୁ ବାହାରେ ଆସି ଦେଖୁଥିବା ବେଳେ ଜଣେ ପୁରୀ ବାସିନ୍ଦାଙ୍କ ନଜରରେ ଏହା ପଡ଼ିିଥିଲା। ସେ ତାଙ୍କୁ ତାଗିଦ୍‌ କରିବା ସହ ମୋବାଇଲରୁ ଫଟୋ କାଟିବା ପାଇଁ କହିଥିଲେ। ସେମାନେ ମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଥିବା ଜାଣି ନ ଥିବା କହିଥିଲେ। ତେବେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ଭକ୍ତମାନେ କିପରି ମୋବାଇଲ ଫୋନ୍‌ ଧରି ମନ୍ଦିର ଭିତରକୁ ଯାଉଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri