ଖୋଲିଲା ଭିତରକନିକା, ପ୍ରଥମ ଦିନରେ ୪୭ ପର୍ଯ୍ୟଟକ

ରାଜନଗର, ୨।୮ (ଭାସ୍କର ରାଉତରାୟ): ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ମଙ୍ଗଳବାରଠାରୁ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। ଦୀର୍ଘ ୩ମାସ ପରେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଥିବାରୁ ଆଗନ୍ତୁକ ପର୍ଯ୍ୟଟକଙ୍କ ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ପ୍ରଥମ ଦିନରେ ଭିତରକନିକା ବୁଲି ଆସିଥିବା ୪୭ ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଓ ମିଠା ଖୁଆଇ ବନ କର୍ମଚାରୀମାନେ ସ୍ବାଗତ କରିଥିଲେ। ଭିତରକନିକାକୁ ପଲିଥିନ ମୁକ୍ତ କରିବାକୁ ଭିତରକନିକା ଆସିଥିବା ପର୍ଯ୍ୟଟକମାନଙ୍କୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ବୁଝାଇଥିଲେ। ଏଥିସହ ପଲିଥିନ କିପରି ଜୀବଜନ୍ତୁ ଓ ଜୈବ ବିବିଧତା ଉପରେ ପ୍ରଭାବ ପକାଉଛି, ସେ ନେଇ ସଚେତନ କରିଥିଲେ। ଏଥିସହ ପର୍ଯ୍ୟଟକମାନଙ୍କୁ କାଗଜ ବ୍ୟାଗ ଓ କପଡା ବ୍ୟାଗ ମଧ୍ୟରେ ଜାତୀୟ ଉଦ୍ୟାନ ମଧ୍ୟକୁ ସେମାନେ ଆଣିଥିବା ସାମଗ୍ରୀ ନେବା ପାଇଁ କହିବା ସହ ପ୍ରଥମ ଦିନରେ ମାଗଣାରେ କାଗଜ ବ୍ୟାଗ ବଣ୍ଟନ କରିଥିଲେ। ଭିତରକନିକା ଆସୁଥିବା ପର୍ଯ୍ୟଟକମାନଙ୍କୁ ଖୋଳା ଓ ଡାଙ୍ଗମାଳ ଏଣ୍ଟ୍ରି ପଏଣ୍ଟରେ ପଲିଥିନ ଓ ପ୍ଲାଷ୍ଟିକ ବଦଳରେ କପଡା ଓ କାଗଜ ବ୍ୟାଗ ରଖାଯାଇଛି। ଏହାର ମୂଲ୍ୟ ଦେଇ ପର୍ଯ୍ୟଟକମାନେ ଏଣ୍ଟ୍ରି ପଏଣ୍ଟରେ ପରମିଟ କାଟିବା ବେଳେ ନେଇ ପାରିବେ ବୋଲି କନିକା ରେଞ୍ଜ ଅଫିସର ମାନସ କୁମାର ଦାସ ସୂଚନା ଦେଇଛନ୍ତି। ଡାଙ୍ଗମାଳ ଏଣ୍ଟ୍ରି ପଏଣ୍ଟରେ ରେଞ୍ଜ ଅଫିସର ଦାସ, ଫରେଷ୍ଟର ପ୍ରଶାନ୍ତ କୁମାର ସିଂ, ନବୀନ କୁମାର ମଲ୍ଲିକ, ସୁନିଲ ରଞ୍ଜନ ରାଉତରାୟ, ଅନନ୍ତ କୁମାର ପାଣିଗ୍ରାହୀ, ବିନୋଦ ଚନ୍ଦ୍ର ବେହେରା, ସୋନାଲି ମଲ୍ଲିକ, ଯଶୋବନ୍ତ ବେହେରା, ବିଜୟ କୁମାର ପଣ୍ଡା, ସ୍ମୃତି ରଞ୍ଜନ ବେହେରାଙ୍କ ସମେତ ରବି ସିଂ, ଚନ୍ଦ୍ରଭାନୁ ଦାସ, ବିପିନ ବେହେରା, ରଞ୍ଜନ ବେହେରା, ଅଶୋକ କୁମାର ଦଳାଇ ପ୍ରମୁଖ ପର୍ଯ୍ୟଟକମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସେହିପରି ଗୁପ୍ତି ଏଣ୍ଟ୍ରି ପଏଣ୍ଟରେ ଏସିଏଫ ପୁନମ ହୀରା ହଁାସଦା, ରେଞ୍ଜ ଅଫିସର ଚିତ୍ତ ରଞ୍ଜନ ବେଉରା, ଫରେଷ୍ଟର ବିଭୂତି ଭୂଷଣ ତରାଇ, ତ୍ରିଦୀପ ପ୍ରଧାନ, ରଞ୍ଜିତ ରାଉତ ଇକୋ ଡେଭଲପମେଣ୍ଟ କମିଟିର ଗିରିଶ ନାୟକ, ଖଗେଶ୍ୱର ଲେଙ୍କା, ରମେଶ ମିସ୍ତ୍ରୀ ପ୍ରମୁଖ ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।
ସୂଚନାଯୋଗ୍ୟ, ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ ୧ ରୁ ଜୁଲାଇ ୩୧ ତାରିଖ ଦୀର୍ଘ ୩ ମାସ ଧରି ଭିତରକନିକା ବନ୍ଦ ରହିଥାଏ। ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ। ମଙ୍ଗଳବାର ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ଖୋଲାଯାଇଛି। ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପରିଚୟପତ୍ରକୁ ବାଧ୍ୟତା ମୂଳକ କରାଯାଇଛି। ପର୍ଯ୍ୟଟକମାନେ ଗୁପ୍ତି, ଚାନ୍ଦବାଲି, ଖୋଳା ଓ ଡାଙ୍ଗମାଳ ପ୍ରଭୃତି ୪ଟି ଏଣ୍ଟ୍ରି ପଏଣ୍ଟ ଦେଇ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ପ୍ରଥମ ଦିନରେ ସ୍ଥଳପଥରେ ଡାଙ୍ଗମାଳ ଏଣ୍ଟ୍ରି ପଏଣ୍ଟ ଦେଇ ଭିତରକନିକାକୁ ୨୨ଜଣ ପର୍ଯ୍ୟଟକ ଆସିଥିବା ବେଳେ ଖୋଳା ଏଣ୍ଟ୍ରି ପଏଣ୍ଟ ଦେଇ ଗୋଟିଏ ବୋଟରେ ୧୦ଜଣ ଓ ଗୁପ୍ତି ଏଣ୍ଟ୍ରି ପଏଣ୍ଟ ଦେଇ ଗୋଟିଏ ବୋଟରେ ୧୫ଜଣ ପର୍ଯ୍ୟଟକ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri