ଦାରିଙ୍ଗବାଡିରେ ପାରଦ ତଳମୁହାଁ: ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଉଛି। ପାରଦ ତଳମୁହାଁ ହୋଇ ଶୁକ୍ରବାର ସକାଳ ୮ ଟା ସୁଦ୍ଧା ତାପମାତ୍ରା ୧୩.୦୫ ଡିଗ୍ରୀରେ ପହଞ୍ଚିଛି। ଯାହା ଜିଲାରେ ସବୁଠାରୁ ଥଣ୍ଡା ଅଞ୍ଚଳଭାବେ ଦାରିଙ୍ଗବାଡି ରହିଥିବା କୁହାଯାଇଛି।
ସେହିପରି ବିଳମ୍ବିତ ରାତ୍ରୀଠାରୁ ଘନ କୁହୁଡି ସକାଳ ୮ ଟା ପର୍ଯ୍ୟନ୍ତ ରହୁଛି । ଫଳରେ ଶୀତର ପ୍ରକୋପ ଦ୍ବିଗୁଣିତ ହେଉଛି। ତେବେ ଏହି ଶୀତର ମଜା ନେବାକୁ ପର୍ଯ୍ୟଟକ ଦାରିଙ୍ଗବାଡି ବୁଲିବାକୁ ଆସୁଥିବାବେଳେ ସ୍ଥାନୀୟ ଲୋକ ମଧ୍ୟ ଶୀତର ମଜା ନେଉଛନ୍ତି ଠାଏ ଠାଏ ନିଆଁ ଜାଳି ଲୋକ ଏକାଠି ବସୁଥିବା ଓ ଚା’ ଦୋକାନରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି।

 

Dharitri – Odisha’s No.1 Odia Daily

 

Share