ସୂଚନା କର୍ମୀଙ୍କ ମୋରମ ଲୁଟ୍‌ ଚର୍ଚ୍ଚା

ଯାଜପୁର,୬।୭(ହର୍ଷବର୍ଦ୍ଧନ ବେହେରା)ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟର ଲୁଟ୍‌କୁ ଦୃଢ଼ ହସ୍ତରେ ଦମନ କରିବା ଏବଂ ରାଜସ୍ବ କ୍ଷତିକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର ଏବଂ ଦର୍ପଣ ତହସିଲ ଅଞ୍ଚଳରେ ମୋରମ ଓ ମାଙ୍କଡ଼ାପଥର ଲୁଟ୍‌ ଅଣାୟତ୍ତ ହୋଇଛି। କେତେଜଣ ଅସାଧୁ ସରକାରୀ କର୍ମଚାରୀଙ୍କ ପରୋକ୍ଷ ସହାୟତାରେ ବ୍ୟବସାୟୀମାନେ ଅଣଲିଜ୍‌ ଅଞ୍ଚଳରୁ ବିପୁଳ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କରି ମାଲାମାଲ ହେଉଛନ୍ତି। ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଦର୍ପଣ ତହସିଲ ମାଣ୍ଡୁକା ପାହାଡ଼ରେ ରବିବାର ମୋରମ ଲୁଟ୍‌ ଚାଲିଥିବାବେଳେ ବିଭିନ୍ନ ଗାଡ଼ି ଜବତ ସହ ୨ ଜଣଙ୍କୁ ଗିରଫ ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ତେବେ ଏହି ଘଟଣାରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ବେଆଇନ ଲଘୁ ଖଣିଜ ଦ୍ରବ୍ୟ କାରବାର ଉପରେ ଏନ୍‌ଜିଟିଠାରୁ ଆରମ୍ଭ କରି ଲୋକାୟୁକ୍ତ ଓ ହାଇକୋର୍ଟ ପର୍ଯ୍ୟନ୍ତ ଏକାଧିକ ମାମଲା ରୁଜୁ କରି ଚର୍ଚ୍ଚାରେ ଥିବା ବେହୁରାଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି। ଏହାବାଦ୍‌ ଏହି ଖାଦାନରୁ ପ୍ରାୟ ୪୦ କୋଟି ଟଙ୍କାର ମୋରମ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହାର ସାଟେଲାଇଟ ମାପଚୁପ କରି ହିସାବ କଲେ ବାସ୍ତବତା ସାମ୍ନାକୁ ଆସି ପାରନ୍ତା ଏବଂ ଜରିମାନା ଆଦାୟ ସହଜ ହୋଇ ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ବାଲିଚନ୍ଦ୍ରପୁର ଥାନାରେ ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ରବିବାର ସନ୍ଧ୍ୟା ୬ଟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମାଣ୍ଡୁକା ମୌଜାର ମୋରମ ଖାଦାନ ଉପରେ ଚଢାଉ ହୋଇଥିଲା। ଚଢାଉରେ ମୋରମ ବୋଝେଇ ଏକ ଏକ୍ସଭେଟର ମେଶିନ ସହ ୫ଟି ହାଇୱା ଟ୍ରକ ଜବତ କରାଯାଇଥିଲା। ତେବେ ଏକ୍ସଭେଟରଟି ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ନାମରେ ଥିବା ପରେ ଜଣାପଡ଼ିଥିଲା। ଏନେଇ ବାଲିଚନ୍ଦ୍ରପୁର ଥାନାରେ ଏକ ମାମଲା(ନଂ.୨୩୬/୨୩)ରୁଜୁ ହୋଇ ସୋମବାର ସକାଳେ ସର୍ବେଶ୍ୱରଙ୍କ ଜାରକାସ୍ଥିତ ଘରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା ା ହେଲେ ସେ ଫେରାର ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମାଣ୍ଡୁକା ମୌଜାର ୩୬୧୧ ପ୍ଲଟରେ ୧୨ ଏକର ଜମିରେ ମୋରମ ଉତ୍ତୋଳନ କରିବାକୁ ଭୁବନେଶ୍ୱର ବାବୁଜୀ ନଗରର ହରପ୍ରସାଦ ଷଡ଼ଙ୍ଗୀଙ୍କୁ ତହସିଲ ପକ୍ଷରୁ ଅନୁମତି ମିଳିଛି। ଅନୁମତି ଅନୁସାରେ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ୫ ବର୍ଷ ଦୀର୍ଘମିଆଦି ଲିଜ୍‌ ଅନୁସାରେ ବର୍ଷକୁ ୧ କୋଟି ଟଙ୍କା ହିସାବରେ ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ଏରିଆ ବାହାରେ ୩୬୧୦ନଂ.ପ୍ଲଟରୁ ମୋରମ ବେଆଇନ ଭାବେ ଉତ୍ତୋଳନ ହେଉଥିବାବେଳେ ତହସିଲ ପ୍ରଶାସନ ପକ୍ଷରୁ ଚଢାଉ ହୋଇଥିଲା। ଏହି ବେଆଇନ ଏରିଆରୁ ବର୍ଷକୁ ପ୍ରାୟ ୨୦ କୋଟି ଟଙ୍କାର ମୋରମ ଉତ୍ତୋଳନ ହୋଇଥିବା ଅନୁମାନ କରାଯାଇଛି। କିନ୍ତୁ ତହସିଲ ପ୍ରଶାସନ ପୂର୍ବରୁ ଏ ସଂକ୍ରାନ୍ତରେ ଜାଣିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନ ନେବାରୁ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଥିବା ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ୨୦୨୨ ନଭେମ୍ବର ୨ରେ ଚଣ୍ଡିଖୋଲ ନୋଟାରୀରେ ଏକ ଚୁକ୍ତିପତ୍ର ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଉକ୍ତ ଚୁକ୍ତିପତ୍ରରେ ସର୍ବେଶ୍ୱର ବେହୁରା ତାଙ୍କ ହୁଣ୍ଡାଇ ଏକ୍ସଭେଟର ଲିଜ୍‌ ସୂତ୍ରରେ ବାଲିଚନ୍ଦ୍ରପୁର ଥାନାର ଅଚ୍ୟୁତବସନ୍ତ ଗ୍ରାମର ମନୋଜ କୁମାର ରାୟଙ୍କୁ ଦେଇଥିବା ଦର୍ଶାଯାଇଛି। ତେବେ ଉକ୍ତ ଏକ୍ସଭେଟର କେଉଁ କାର୍ଯ୍ୟରେ ନିୟୋଜିତ ହେଉଥିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ।
ଜଣାଶୁଣା ସୂଚନା କର୍ମୀ ବେହୁରା ତାଙ୍କ ଜମିରେ ବେଆଇନ ଭାବେ ମାଟି ପକାଉଥିବା ନେଇ ଧର୍ମଶାଳା ତହସିଲଦାର ଥାନାରେ ଅଭିଯୋଗ କରିଥିଲେ। ଏନେଇ ଧର୍ମଶାଳା ଥାନା ପକ୍ଷରୁ ବେହୁରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେ ଜାମିନ ଆସିବାର ୨ ସପ୍ତାହ ନ ପୁରୁଣୁ ପୁଣି ମୋରମ ଚାଲାଣରେ ଫସିବା ଘଟଣା ସାରା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଦର୍ପଣ ତହସିଲର ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁଙ୍କୁ ପଚାରିବାରେ ସେ କହିଛନ୍ତି, ମାଣ୍ଡୁକା ପାହାଡ଼ରେ ବେଆଇନ ଭାବେ ମୋରମ ଉତ୍ତୋଳନ ଖବର ପାଇ ସେମାନେ ସଦଳବଳେ ଚଢ଼ାଉ କରିଥିଲେ। ହେଲେ ସେତେବେଳେ କିଏ ବେଆଇନ ଉତ୍ତୋଳନ କରୁଥିଲେ ତାହା ଜଣା ପଡି ନ ଥିଲା। ଗାଡି ନମ୍ବର ଅନୁସାରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri