ସୂଚନା କର୍ମୀଙ୍କ ମୋରମ ଲୁଟ୍‌ ଚର୍ଚ୍ଚା

ଯାଜପୁର,୬।୭(ହର୍ଷବର୍ଦ୍ଧନ ବେହେରା)ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟର ଲୁଟ୍‌କୁ ଦୃଢ଼ ହସ୍ତରେ ଦମନ କରିବା ଏବଂ ରାଜସ୍ବ କ୍ଷତିକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର ଏବଂ ଦର୍ପଣ ତହସିଲ ଅଞ୍ଚଳରେ ମୋରମ ଓ ମାଙ୍କଡ଼ାପଥର ଲୁଟ୍‌ ଅଣାୟତ୍ତ ହୋଇଛି। କେତେଜଣ ଅସାଧୁ ସରକାରୀ କର୍ମଚାରୀଙ୍କ ପରୋକ୍ଷ ସହାୟତାରେ ବ୍ୟବସାୟୀମାନେ ଅଣଲିଜ୍‌ ଅଞ୍ଚଳରୁ ବିପୁଳ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କରି ମାଲାମାଲ ହେଉଛନ୍ତି। ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଦର୍ପଣ ତହସିଲ ମାଣ୍ଡୁକା ପାହାଡ଼ରେ ରବିବାର ମୋରମ ଲୁଟ୍‌ ଚାଲିଥିବାବେଳେ ବିଭିନ୍ନ ଗାଡ଼ି ଜବତ ସହ ୨ ଜଣଙ୍କୁ ଗିରଫ ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ତେବେ ଏହି ଘଟଣାରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ବେଆଇନ ଲଘୁ ଖଣିଜ ଦ୍ରବ୍ୟ କାରବାର ଉପରେ ଏନ୍‌ଜିଟିଠାରୁ ଆରମ୍ଭ କରି ଲୋକାୟୁକ୍ତ ଓ ହାଇକୋର୍ଟ ପର୍ଯ୍ୟନ୍ତ ଏକାଧିକ ମାମଲା ରୁଜୁ କରି ଚର୍ଚ୍ଚାରେ ଥିବା ବେହୁରାଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି। ଏହାବାଦ୍‌ ଏହି ଖାଦାନରୁ ପ୍ରାୟ ୪୦ କୋଟି ଟଙ୍କାର ମୋରମ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହାର ସାଟେଲାଇଟ ମାପଚୁପ କରି ହିସାବ କଲେ ବାସ୍ତବତା ସାମ୍ନାକୁ ଆସି ପାରନ୍ତା ଏବଂ ଜରିମାନା ଆଦାୟ ସହଜ ହୋଇ ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ବାଲିଚନ୍ଦ୍ରପୁର ଥାନାରେ ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ରବିବାର ସନ୍ଧ୍ୟା ୬ଟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମାଣ୍ଡୁକା ମୌଜାର ମୋରମ ଖାଦାନ ଉପରେ ଚଢାଉ ହୋଇଥିଲା। ଚଢାଉରେ ମୋରମ ବୋଝେଇ ଏକ ଏକ୍ସଭେଟର ମେଶିନ ସହ ୫ଟି ହାଇୱା ଟ୍ରକ ଜବତ କରାଯାଇଥିଲା। ତେବେ ଏକ୍ସଭେଟରଟି ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ନାମରେ ଥିବା ପରେ ଜଣାପଡ଼ିଥିଲା। ଏନେଇ ବାଲିଚନ୍ଦ୍ରପୁର ଥାନାରେ ଏକ ମାମଲା(ନଂ.୨୩୬/୨୩)ରୁଜୁ ହୋଇ ସୋମବାର ସକାଳେ ସର୍ବେଶ୍ୱରଙ୍କ ଜାରକାସ୍ଥିତ ଘରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା ା ହେଲେ ସେ ଫେରାର ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମାଣ୍ଡୁକା ମୌଜାର ୩୬୧୧ ପ୍ଲଟରେ ୧୨ ଏକର ଜମିରେ ମୋରମ ଉତ୍ତୋଳନ କରିବାକୁ ଭୁବନେଶ୍ୱର ବାବୁଜୀ ନଗରର ହରପ୍ରସାଦ ଷଡ଼ଙ୍ଗୀଙ୍କୁ ତହସିଲ ପକ୍ଷରୁ ଅନୁମତି ମିଳିଛି। ଅନୁମତି ଅନୁସାରେ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ୫ ବର୍ଷ ଦୀର୍ଘମିଆଦି ଲିଜ୍‌ ଅନୁସାରେ ବର୍ଷକୁ ୧ କୋଟି ଟଙ୍କା ହିସାବରେ ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ଏରିଆ ବାହାରେ ୩୬୧୦ନଂ.ପ୍ଲଟରୁ ମୋରମ ବେଆଇନ ଭାବେ ଉତ୍ତୋଳନ ହେଉଥିବାବେଳେ ତହସିଲ ପ୍ରଶାସନ ପକ୍ଷରୁ ଚଢାଉ ହୋଇଥିଲା। ଏହି ବେଆଇନ ଏରିଆରୁ ବର୍ଷକୁ ପ୍ରାୟ ୨୦ କୋଟି ଟଙ୍କାର ମୋରମ ଉତ୍ତୋଳନ ହୋଇଥିବା ଅନୁମାନ କରାଯାଇଛି। କିନ୍ତୁ ତହସିଲ ପ୍ରଶାସନ ପୂର୍ବରୁ ଏ ସଂକ୍ରାନ୍ତରେ ଜାଣିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନ ନେବାରୁ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଥିବା ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ୨୦୨୨ ନଭେମ୍ବର ୨ରେ ଚଣ୍ଡିଖୋଲ ନୋଟାରୀରେ ଏକ ଚୁକ୍ତିପତ୍ର ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଉକ୍ତ ଚୁକ୍ତିପତ୍ରରେ ସର୍ବେଶ୍ୱର ବେହୁରା ତାଙ୍କ ହୁଣ୍ଡାଇ ଏକ୍ସଭେଟର ଲିଜ୍‌ ସୂତ୍ରରେ ବାଲିଚନ୍ଦ୍ରପୁର ଥାନାର ଅଚ୍ୟୁତବସନ୍ତ ଗ୍ରାମର ମନୋଜ କୁମାର ରାୟଙ୍କୁ ଦେଇଥିବା ଦର୍ଶାଯାଇଛି। ତେବେ ଉକ୍ତ ଏକ୍ସଭେଟର କେଉଁ କାର୍ଯ୍ୟରେ ନିୟୋଜିତ ହେଉଥିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ।
ଜଣାଶୁଣା ସୂଚନା କର୍ମୀ ବେହୁରା ତାଙ୍କ ଜମିରେ ବେଆଇନ ଭାବେ ମାଟି ପକାଉଥିବା ନେଇ ଧର୍ମଶାଳା ତହସିଲଦାର ଥାନାରେ ଅଭିଯୋଗ କରିଥିଲେ। ଏନେଇ ଧର୍ମଶାଳା ଥାନା ପକ୍ଷରୁ ବେହୁରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେ ଜାମିନ ଆସିବାର ୨ ସପ୍ତାହ ନ ପୁରୁଣୁ ପୁଣି ମୋରମ ଚାଲାଣରେ ଫସିବା ଘଟଣା ସାରା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଦର୍ପଣ ତହସିଲର ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁଙ୍କୁ ପଚାରିବାରେ ସେ କହିଛନ୍ତି, ମାଣ୍ଡୁକା ପାହାଡ଼ରେ ବେଆଇନ ଭାବେ ମୋରମ ଉତ୍ତୋଳନ ଖବର ପାଇ ସେମାନେ ସଦଳବଳେ ଚଢ଼ାଉ କରିଥିଲେ। ହେଲେ ସେତେବେଳେ କିଏ ବେଆଇନ ଉତ୍ତୋଳନ କରୁଥିଲେ ତାହା ଜଣା ପଡି ନ ଥିଲା। ଗାଡି ନମ୍ବର ଅନୁସାରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri