Categories: ଖେଳ

ଟି-୨୦ ବିଶ୍ୱକପ୍‌ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଭାରତୀୟ ଦଳ

ଅକଲାଣ୍ଡ,୨୮।୬: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆ ତିନିଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିବ। ମଙ୍ଗଳବାର ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସିରିଜ ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଆସନ୍ତା ବର୍ଷ ଜାନୁୟାରୀ ମାସରେ ନ୍ୟୁଜିଲାଣ୍ଡ ଭାରତ ଗସ୍ତ କରିବ। ୨୦୨୧ ଟି-୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତ କରିଥିଲା। ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ଯାଇ ୨୦୨୨ ଟି-୨୦ ବିଶ୍ୱକପ ପରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବ।
ବର୍ତ୍ତମାନ ଭାରତର ଦୁଇଟି ଦଳ ଅନ୍ତର୍ଜାତୀୟ ସିରିଜ ଖେଳୁଛନ୍ତି। ହାର୍ଦ୍ଦିକଙ୍କ ନେତୃତ୍ୱରେ ବି ଦଳ ଆଜି ଆୟାରଲାଣ୍ଡ ବିପକ୍ଷରେ ଶେଷ ମ୍ୟାଚ ଖେଳି ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ। ଏଥି ସହିତ ମୁଖ୍ୟ ଦଳ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇସାରିଛି। ଏହି ଟେଷ୍ଟ ଜୁଲାଇ ୧ରୁ ଜୁଲାଇ ୫ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ତିନୋଟି ଦିନିକିଆ ଏବଂ ତିନୋଟି ଟି -୨୦ ମ୍ୟାଚ ଖେଳାଯିବ।
ଇଂଲଣ୍ଡ ପରେ ଭାରତକୁ ୱେଷ୍ଟଇଣ୍ଡିଜ ଗସ୍ତ କରିବାକୁ ପଡିବ। ସେଠାରେ ସେମାନଙ୍କୁ ତିନୋଟି ଦିନିକିଆ ଏବଂ ପାଞ୍ଚ ଟି-୨୦ ମ୍ୟାଚ ଖେଳିବାକୁ ପଡିବ।

Share