Posted inଖେଳ

ଭାରତୀୟ ଦଳକୁ ମିଳିଲା ଖୁସି ଖବର

ମୁମ୍ବାଇ,୧।୬: ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି-୨୦୨୧) ଫାଇନାଲ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟ ସିରିଜ ପାଇଁ ଜୁନ୍‌ ୨ରେ ବ୍ରିଟେନ ଗସ୍ତରେ ଯିବ। ଭାରତୀୟ ପୁରୁଷ ଦଳ ଏବଂ ମହିଳା ଦଳ ସମାନ ଚାର୍ଟାର୍ଡ ବିମାନରେ ଇଂଲଣ୍ଡ ଯିବେ। ଭାରତୀୟ ଦଳର ଏହି ଗସ୍ତ ବହୁତ ଲମ୍ବା ହେବାକୁ ଯାଉଛି। ଖେଳାଳିମାନେ ଦୀର୍ଘ ଦିନ ଧରି ପରିବାରଠାରୁ ଦୂରରେ ରହିବାକୁ ନେଇ ଚିନ୍ତିତ ଥିଲେ, କିନ୍ତୁ ଇଂଲଣ୍ଡ ଯିବା ପୂର୍ବରୁ ଭାରତୀୟ ପୁରୁଷ ଓ ମହିଳା ଦଳ ଏକ ଖୁସି ଖବର ପାଇଛନ୍ତି, ଯାହାଫଳରେ ଏବେ ସେମାନେ ପରିବାର ବିଷୟରେ ଚିନ୍ତା କରିବେ ନାହିଁ। ଭାରତୀୟ ଖେଳାଳି, କୋଚିଂ ଏବଂ ସପୋର୍ଟ ଷ୍ଟାଫଙ୍କୁ ପରିବାରକୁ ସାଥିରେ ନେବା ପାଇଁ ଅନୁମତି ଦିଆଯାଇଛି। ଭାରତୀୟ ପୁରୁଷ ଦଳ ଇଂଲଣ୍ଡରେ ପ୍ରାୟ ଚାରିମାସ ରହିବେ।
ବ୍ରିଟେନ ସରକାର ଭାରତୀୟ ପୁରୁଷ ଓ ମହିଳା ଖେଳାଳିଙ୍କ ପରିବାରକୁ ମଧ୍ୟ ଏହି ଭ୍ରମଣରେ ଯିବାକୁ ଅନୁମତି ଦେଇଛନ୍ତି। ଭାରତୀୟ ଦଳ ଏବେ ମୁମ୍ବାଇର ଏକ ହୋଟେଲରେ କ୍ୱାରାଣ୍ଟାଇନରେ ଅଛନ୍ତି। ସମସ୍ତ ଖେଳାଳି ପରିବାର ସହିତ ଏକ ଚାର୍ଟାର୍ଡ ବିମାନରେ ଯିବେ ଏବଂ ଜୁନ ୩ରେ ଲଣ୍ଡନରେ ପହଞ୍ଚିବେ। ସେଠାରୁ ଉଭୟ ଦଳ ସାଉଥମ୍ପଟନ ଯିବେ, ସେଠାରେ ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରାଣ୍ଟାଇନରେ ରହିବାକୁ ପଡିବ। ଏହା ପରେ ମହିଳା ଦଳ ବ୍ରିଷ୍ଟଲ ଅଭିମୁଖେ ଯିବେ, ଯେଉଁଠାରେ ସେମାନେ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିବେ। ଏଥି ସହିତ ପୁରୁଷ ଦଳ ସାଉଥମ୍ପଟନରେ ପ୍ରଶିକ୍ଷଣ ଆରମ୍ଭ କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri