Posted inଜାତୀୟ

ମହାକାଶରେ ଝୁଡ଼ଙ୍ଗ ଗଜାହେଲା

ନୂଆଦିଲ୍ଲୀ,୫।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶର ମାଇକ୍ରୋଗ୍ରାଭିଟି ସ୍ଥିତିରେ ମାତ୍ର ୪ ଦିନ ମଧ୍ୟରେ ଝୁଡ଼ଙ୍ଗ ମଞ୍ଜିକୁ ଗଜା କରିବାରେ ସଫଳ ହୋଇଛି। ଇସ୍ରୋର ପିଏସ୍‌ଏଲ୍‌ଭି-ସି୬୦ ପିଓଇଏମ୍‌-୪ ମିଶନ ବେଳେ ଏହି ଉଲ୍ଲେଖନୀୟ ସଫଳତା ମିଳିଛି। ଏଥିପାଇଁ କମ୍ପାକ୍ଟ ରିସର୍ଚ୍ଚ ମଡ୍ୟୁଲ ଫର୍‌ ଅର୍ବିଟାଲ ପ୍ଲାଣ୍ଟ ଷ୍ଟଡିଜ୍‌ (ସିଆର୍‌ଓପିଏସ୍‌)କୁ ବ୍ୟବହାର କରାଯାଇଥିଲା। ମହାକାଶ ସ୍ଥିତିରେ କିଭଳି ଉଦ୍ଭିଦ ବଢ଼ିପାରିବ, ସେଥିପାଇଁ ଭିଏସ୍‌ଏସ୍‌ସି ଏହି ସିଆର୍‌ଓପିଏସ୍‌ ପେଲୋଡ୍‌କୁ ବିକଶିତ କରିଛି। ମଞ୍ଜି ଅଙ୍କୁରୋଦ୍‌ଗମ ଏବଂ ମାଇକ୍ରୋଗ୍ରାଭିଟି ପରିବେଶରେ ଉଦ୍ଭିଦ ବଞ୍ଚତ୍ରହିବା ଉପରେ ଗବେଷଣା ପାଇଁ ବିକଶିତ ଏହି ପେଲୋଡ୍‌ ଏକ ସ୍ବୟଂକ୍ରିୟ ସିଷ୍ଟମ ଭଳି କାର୍ଯ୍ୟ କରିଥାଏ। ପୃଥିବୀ ବାହାରେ କୃଷି ଉପରେ ଅଧ୍ୟୟନ ନିମନ୍ତେ ଏକ ବନ୍ଦ ବାକ୍ସରେ ଠିକ୍‌ ତାପମାତ୍ରା ନିୟନ୍ତ୍ରଣରେ ୮ଟି ଝୁଡ଼ଙ୍ଗ ମଞ୍ଜି ରଖାଯାଇଥିଲା। ସିଷ୍ଟମରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ଉପକରଣ ସ୍ବରୂପ ଉଚ୍ଚ କ୍ଷମତାବିଶିଷ୍ଟ କ୍ୟାମେରା, ଅମ୍ଳଜାନ ଓ ଉଦ୍‌ଯାନ ସ୍ତର ମାପିବାକୁ ସେନ୍‌ସର, ଆର୍ଦ୍ରତା ଡିଟେକ୍ଟର, ତାପ ପର୍ଯ୍ୟବେକ୍ଷଣ ଓ ମୃତ୍ତିକା ଆର୍ଦ୍ରତା ମାପ ଉପକରଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri