Posted inରାଜ୍ୟ

୭ରୁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫର୍ମ ପୂରଣ

କଟକ,୫ା୧(କାର୍ତ୍ତିକ ସାହୁ)ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ନିମନ୍ତେ ଫର୍ମ ପୂରଣ ଆସନ୍ତା ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଜରିଆରେ ହେବ। ସରକାରୀ ସ୍ବୀକୃତିପ୍ରାପ୍ତ ସମସ୍ତ ଓଡ଼ିଆ ମାଧ୍ୟମ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ୟୁଜିଏମ୍‌ଇ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ/ପ୍ରଧାନ ଶିକ୍ଷକଙ୍କୁ ଏନେଇ ବୋର୍ଡ ପକ୍ଷରୁ ଅବଗତ କରାଯାଇଛି। ଷଷ୍ଠ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ନିମନ୍ତେ ଷ୍ଟେଜ୍‌-୧ ପରୀକ୍ଷା ଏବଂ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଷ୍ଟେଜ୍‌-୨ ପରୀକ୍ଷାର ବ୍ୟବସ୍ଥା ହୋଇଛି। ପ୍ରାଥମିକ, ଉଚ୍ଚ ପ୍ରାଥମିକ, ୟୁଜିଏମ୍‌ଇ ସ୍କୁଲ ଛାତ୍ରୀଛାତ୍ରଙ୍କ ଷ୍ଟେଜ୍‌-୧ ପରୀକ୍ଷାର ଫର୍ମ ପୂରଣ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ଏବଂ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଷ୍ଟେଜ୍‌-୧ ଓ ଷ୍ଟେଜ୍‌-୨ ପରୀକ୍ଷା ଫର୍ମ ପୂରଣ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କ ଜରିଆରେ କରାଯିବ। ଅନ୍‌ଲାଇନ ଆବେଦନ ପାଇଁ ବୋର୍ଡ ଓ୍ବେବ୍‌ସାଇଟ୍‌ www.bseodisha.ac.inରେ ଲିଙ୍କ୍‌ ଆବେଦନ ସମୟସୀମା ମଧ୍ୟରେ ଉପଲବ୍ଧ ହେବ। ମେଧାବୃତ୍ତି ପରୀକ୍ଷା ନିମନ୍ତେ କୌଣସି ଦେୟ ଦାଖଲ କରିବାକୁ ପଡ଼ିବ ନାହିଁ। ଆବେଦନ କରିବାର ନିୟମାବଳୀ ଏବେ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି। ପରୀକ୍ଷାର ଧାର୍ଯ୍ୟ ତାରିଖ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜରିଆରେ ଅବଗତ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ: କଳାହାଣ୍ଡିରେ ତେଜିଲା ଚାଷୀ ଆନ୍ଦୋଳନ

କର୍ଲାମୁଣ୍ଡା:୧୩।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଚାଲିଥିବା ରେଗଡ଼ା ମଣ୍ଡିରେ ଚାଷୀ ଧାନ ବିକ୍ରି...

ଲେବୁଲ୍‌ କ୍ରସିଂରୁ ବୋଲେରୋକୁ କାବୁକଲା ଅବକାରୀ ବିଭାଗ: ମିଳିଲା ପୁଳାପୁଳା ଘଞ୍ଜେଇ

ନିରାକାରପୁର,୧୩।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ନିରାକାରପୁର ଥାନା ନାକତଳୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ...

ସାରା ଓଡ଼ିଶାରେ ଶୁଭୁଛି chi chi chi re nani chi, ରହସ୍ୟ ଜାଣି ହେବେ ତାଜୁବ!

ଭୁବନେଶ୍ୱର,୧୩।୧: ଛି ଛି ଛିରେ ନନୀ ଛି ଛି’…ଏବେ ଯେଉଁଠି ଶୁଣିବ ସେଇଠି ଶୁଭୁଛି ଏଇ ଗୀତ। ପିଲାଠୁ ବୁଢା ଯାଏ ସବୁଠି ଧନକେ ଦେଖିଲୁ...

କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ

ଭବାନୀପାଟଣା,୧୩ା୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାଠାରେ ଜିଲା ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଉପଲକ୍ଷେ ରବିବାରଠାରୁ ଆରମ୍ଭ ହୋଇଛି ପଥୋତ୍ସବ। କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା...

ସଂଗ୍ରାମୀଙ୍କୁ ୨୦ ହଜାର ପେନ୍‌ଶନ୍‌: ଆଇନ ମନ୍ତ୍ରୀ କହୁକହୁ କହିଦେଲେ ପୂର୍ବ ସରକାରର

ଭୁବନେଶ୍ୱର,୧୩।୧:ସଂଗ୍ରାମୀଙ୍କୁ ୨୦ ହଜାର ପେନ୍‌ଶନ୍‌ ନିଷ୍ପତ୍ତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ୧୯୭୫ରୁ ୧୯୭୭ ମଧ୍ୟରେ ବହୁ ଲୋକ...

ଭୁବନେଶ୍ବର ଯାଆଁଳା ଫାଣ୍ଡି ପାଖରେ ଦୁର୍ଘଟଣା; ୨ ମୃତ

ଭୁବନେଶ୍ୱର, ୧୩।୧: ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପାଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ...

ଧରାପଡ଼ିଲା ୯ କୋଟିରୁ ଊଦ୍ଧର୍‌ବ ଗଞ୍ଜେଇର ସତ :ଜର୍ମାନୀରୁ ମାଲେସିଆ ଦେଇ ଆସିଥିଲା ଭାରତ

ଭୁବନେଶ୍ୱର,୧୩।୧: ଭୁବନେଶ୍ବର ବିମାନ ବନ୍ଦରରୁ ୯ କୋଟିରୁ ଊଦ୍ଧର୍‌ବ ଗଞ୍ଜେଇ ଜବତ ମାମଲାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚୋରା ଚାଲାଣ ପଛରେ ବଡ଼...

Ayushman Bharat Scheme: ପ୍ରତି ପରିବାରକୁ ମିଳିବ ୫ଲକ୍ଷ, ମହିଳାଙ୍କୁ…ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର,୧୩।୧: ଆୟୁଷ୍ମାନ ଭାରତ ଯୋଜନା ପାଇଁ ସୋମବାର ଏମଓୟୁ ସ୍ବାକ୍ଷର ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri