Categories: ଜାତୀୟ

ଆଫଗାନିସ୍ତାନରେ ହୋଇନାହିଁ ଭାରତୀୟ ବିମାନ ଦୁର୍ଘଟଣାଗ୍ରସ୍ତ, ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨୧।୧: ଆଫଗାନିସ୍ତାନର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଭାରତର ନଥିବା ସ୍ପଷ୍ଟ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ବଦଖଶାନ ପ୍ରୋଭିନ୍ସର ପାର୍ବତ୍ୟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ରୁଷିଆ ଯାଉଥିଲା ବେଳେ ପାହାଡ଼ରେ ପିଟି ହୋଇ ଖସିପଡିଥିବା କୁହାଯାଉଛି।

ଡିଜିସିଏ ପକ୍ଷରୁ କୁହାଯାଇଛି ଯେ, ଆଫଗାନିସ୍ତାନରେ ଘଟିଥିବା ଦୁର୍ଭାଗ୍ୟଜନକ ବିମାନ ଦୁର୍ଘଟଣା ନା ଭାରତୀୟ ବିମାନ ନା ଏକ ଚାର୍ଟର ବିମାନ। ଏହା ମୋରୋକୋ-ପଞ୍ଜୀକୃତ ଛୋଟ ବିମାନ ଅଟେ। ବର୍ତମାନ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ଅନ୍ୟପଟେ ଏହି ଘଟଣାରେ ଋଷ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନରେ ଥିବା ୬ ଜଣଙ୍କ ସହଋଷର ଏକ ପଞ୍ଜୀକୃତ ବିମାନ ଶନିବାର ସନ୍ଧ୍ୟାରେ ଆଫଗାନିସ୍ତାନ ଉପରେ ରାଡାର ସ୍କ୍ରିନରୁ ଅଦୃଶ୍ୟ ହୋଇଯାଇଛି। ଏହି ବିମାନଟି ଫ୍ରାନ୍ସରେ ନିର୍ମିତ ଡାସଲ୍ଟ ଫାଲକନ୍ ୧୦ ଜେଟ୍ ଥିଲା। ଏହି ବିମାନଟି ଭାରତରୁ ଉଜବେକିସ୍ତାନ ଦେଇ ମସ୍କୋ ଅଭିମୁଖେ ଯାତ୍ରା କରୁଥିବା ଏକ ଚାର୍ଟର ବିମାନ ଥିଲା ବୋଲି ରଏଟର୍ସ ରିପୋର୍ଟ କରିଛି।

Share