Posted inଜାତୀୟ

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି। ଆଗାମୀ ଦିନରେ ଭାରତ ମହାସାଗରରେ ପାଖାପାଖି ସ୍ଥାୟୀ ଗ୍ରୀଷ୍ମ ଲହର ଅନୁଭୂତ ହେବାକୁ ଯାଉଥିବା ଏକ ଅଧ୍ୟୟନରେ ପୂର୍ବାନୁମାନ କରାଯାଇଛି। ଉକ୍ତ ଅଧ୍ୟୟନରେ କୁହାଯାଇଛି ଯେ, ୨୦୨୦ରୁ ୨୧୦୦ ମଧ୍ୟରେ ଭାରତ ମହାସାଗର ଉପରିଭାଗର ତାପମାତ୍ରା ୧.୪ ଡିଗ୍ରୀରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇବ। ଫଳରେ ବିଭିନ୍ନ ଦେଶରେ ଏହାର ବିନାଶକାରୀ ପରିଣାମ ପଡ଼ିବ।
ଭାରତ ମହାସାଗର ତାପମାତ୍ରା ବୃଦ୍ଧି ଯୋଗୁ ଏକବିଂଶ ଶତାବ୍ଦୀ ଶେଷ ବେଳକୁ ବର୍ଷକୁ ୨୨୦ରୁ ୨୫୦ ଦିନ ହିଟ୍‌ଓ୍ବେଭ୍‌ ଅନୁଭୂତ ହୋଇପାରେ। ଉତ୍ତାପ ବୃଦ୍ଧି ଯୋଗୁ ସାମୁଦ୍ରିକ ବାତ୍ୟା ବଢ଼ିବା ସହ ମୌସୁମୀ ପ୍ରଭାବିତ ହେବ ଏବଂ ସମୁଦ୍ର ଜଳସ୍ତର ବଢ଼ିବ ବୋଲି ନୂତନ ଅଧ୍ୟୟନରେ କୁହାଯାଇଛି। ପୁଣେର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ ମେଟେରୋଲୋଜି (ଆଇଆଇଟିଏମ୍‌)ର ଜଳବାୟୁ ବୈଜ୍ଞାନିକ ରକ୍ସି ମାଥ୍ୟୁ କୋଲ୍‌ ଉକ୍ତ ଅଧ୍ୟୟନର ନେତୃତ୍ୱ ନେଇଥିଲେ। କେବଳ ସେତିକି ନୁହେଁ, ସାମୁଦ୍ରିକ ଗ୍ରୀଷ୍ମଲହର ଯୋଗୁ ପ୍ରବାଳଗୁଡ଼ିକ ଧଳା ହୋଇଯିବେ ଏବଂ ଆବାସ ସ୍ଥଳ କ୍ଷତିଗ୍ରସ୍ତ ହେବ। ଏହା ମତ୍ସ୍ୟ ଉତ୍ପାଦନକୁ ପ୍ରଭାବିତ କରିବ ବୋଲି ଅଧ୍ୟୟନରେ କୁହାଯାଇଛି। ଭାରତ ମହାସାଗରର ଦ୍ରୁତ ଉତ୍ତାପ ବୃଦ୍ଧି କେବଳ ଏହାର ପୃଷ୍ଠଭାଗରେ ସୀମିତ ରହିବ ନାହିଁ ୨,୦୦୦ ମିଟର ଗଭୀର ପର୍ଯ୍ୟନ୍ତ ଉତ୍ତାପ ଅନୁଭୂତ ହେବ। ଭବିଷ୍ୟତରେ ସମୁଦ୍ର ଆହରଣ କରି ଗଚ୍ଛିତ କରି ରଖୁଥିବା ବର୍ଦ୍ଧିତ ଉତ୍ତାପ ପରିମାଣ ପ୍ରତି ସେକେଣ୍ଡ, ପ୍ରତିଦିନ ଗୋଟିଏ ହିରୋସୀମା ପରମାଣୁ ବୋମା ବିସ୍ଫୋରଣର ଶକ୍ତି ସହ ସମାନ ହେବ ବୋଲି କୋଲ୍‌ କହିଛନ୍ତି। ଆରବ ସାଗର ସମେତ ଉତ୍ତରପଶ୍ଚିମ ଭାରତ ମହାସାଗରରେ ସର୍ବାଧିକ ଉତ୍ତାପ ଅନୁଭୂତ ହେବାକୁ ଥିବାବେଳେ ସୁମାତ୍ରା ଓ ଜାଭା ଉପକୂଳରେ ତାପମାତ୍ରା କମ୍‌ ରହିବ। ସମୁଦ୍ର ତାପମାତ୍ରା ବୃଦ୍ଧି ଫଳରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭୀଷଣ ଜଳବାୟୁ ଘଟଣା ବଢ଼ିପାରେ ବୋଲି ଅଧ୍ୟୟନରେ କୁହାଯାଇଛି। ୧୯୮୦ରୁ ୨୦୨୦ ମଧ୍ୟରେ ଭାରତ ମହାସାଗରର ସର୍ବାଧିକ ତାପମାତ୍ରା ବର୍ଷସାରା ୨୬ରୁ ୨୮ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ରହୁଥିଲାବେଳେ ଏକବିଂଶ ଶତାବ୍ଦୀ ଶେଷ ଭାଗକୁ ସର୍ବନିମ୍ନ ତାପମାତ୍ରା ୨୮.୩ ଡିଗ୍ରୀରୁ ୩୦.୭ ଡିଗ୍ରୀ ମଧ୍ୟରେ ରହିବ ବୋଲି କୁହାଯାଇଛି। ସମୁଦ୍ର ତାପମାତ୍ରା ବଢ଼ିଲେ, ଜଳସ୍ତର ମଧ୍ୟ ବୃଦ୍ଧି ପାଇବ ବୋଲି ଅଧ୍ୟୟନରେ ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri