Posted inଜାତୀୟ

ମାରିଜନେଙ୍କୁ କୋର୍ଟରେ ହାଜର କରାଇବ ଭାରତୀୟ ହକି ଦଳ

ବେଙ୍ଗାଲୁରୁ, ୧୮ା୯ (ପି.ଟି.): ପୂର୍ବତନ କୋଚ୍‌ ଜୋର୍ଡ ମାରିଜନେ ଏବଂ ଏକ ପବ୍ଲିସିଂ ହାଉସ୍‌ ହାର୍ପର କଲିନ୍ସ ଇଣ୍ଡିଆକୁୁ କୋର୍ଟରେ ହାଜର କରାଇବ ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାବେଳେ ଜଣେ ଯୁବ ଖେଳାଳିଙ୍କୁ ଖରାପ ଖେଳିବା ଲାଗି ମନପ୍ରୀତ ସିଂ ପ୍ରବର୍ତ୍ତାଇଥିଲେ। ଏହା ଦ୍ୱାରା ତାଙ୍କର ଜଣେ ସାଙ୍ଗ ଦଳରେ ସୁଯୋଗ ପାଇପାରିବ। ମାରିଜନେ ଏ ବିଷୟ ତାଙ୍କ ପୁସ୍ତକ ‘ ଓ୍ବିଲ୍‌ ପାଓ୍ବାର-ଦି ଇନ୍‌ସାଇଡ ଷ୍ଟୋରୀ ଅଫ୍‌ ଇନ୍‌କ୍ରେଡିବଲ ଟର୍ନ ଆରାଉଣ୍ଡ ଇନ୍‌ ଇଣ୍ଡିଆନ୍‌ ଓମେନ୍ସ ହକି’ରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଉଭୟ ମହିଳା ଓ ପୁରୁଷ ହକି ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଆଇନଗତ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି। ଏକ ମିଳିତ ବିବୃତ୍ତିରେ ମାରିିଜନେ ତାଙ୍କ ପୁସ୍ତକର ପ୍ରଚାର ପାଇଁ ଏହି ମାଧ୍ୟମ ଆପଣେଇଥିବା କହିଛନ୍ତି। ଜଣେ କୋଚ ହିସାବରେ ଖେଳାଳିମାନଙ୍କ ପ୍ରତି ଯନତ୍ଶୀଳ ହେବା ପରିବର୍ତ୍ତେ ସେ ଆମର ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର କରିବା ସହ ମିଥ୍ୟା ଅଭିଯୋଗମାନ ଆଣଛନ୍ତି। ସେ ତାଙ୍କ ପୁସ୍ତକର ବିକ୍ରି ବୃଦ୍ଧି କରିବା ଅଭିପ୍ରାୟରେ ଏପରି କରିଛନ୍ତି। ଉଭୟ ଦଳ ଆହୁରି କହିଛନ୍ତି ଯେ ଯଦି ଏଭଳି ଘଟଣା ଘଟିଥିଲା, ମାରଜନେ ହକି ଇଣ୍ଡିଆ କିମ୍ବା ତାଙ୍କ ନିଯୁକ୍ତିଦାତା ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ଦୃଷ୍ଟି ଆକର୍ଷଣ କରିପାରିଥାନ୍ତେ। ସୂଚନାଯୋଗ୍ୟ ମାରିଜନେ ୯ ମାସ ପାଇଁ ପୁରୁଷ ହକି ଦଳର କୋଚ୍‌ ଦାୟିତ୍ୱରେ ଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ତାଙ୍କ ପଦବୀରୁ ବହିଷ୍କୃତ ହୋଇଥିଲେ। ପରେ ତାଙ୍କୁ ମହିଳା ହକି ଦଳର ଦାୟିତ୍ୱ ମିଳିଥିଲା। ତାଙ୍କ ତତ୍ତ୍ୱାବଧାନରେ ମହିଳା ଦଳ ଗତ ବର୍ଷ ଐତିହାସିକ ୪ର୍ଥ ସ୍ଥାନ ଅଧିକାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୪: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri