Posted inଜାତୀୟ

ମାରିଜନେଙ୍କୁ କୋର୍ଟରେ ହାଜର କରାଇବ ଭାରତୀୟ ହକି ଦଳ

ବେଙ୍ଗାଲୁରୁ, ୧୮ା୯ (ପି.ଟି.): ପୂର୍ବତନ କୋଚ୍‌ ଜୋର୍ଡ ମାରିଜନେ ଏବଂ ଏକ ପବ୍ଲିସିଂ ହାଉସ୍‌ ହାର୍ପର କଲିନ୍ସ ଇଣ୍ଡିଆକୁୁ କୋର୍ଟରେ ହାଜର କରାଇବ ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାବେଳେ ଜଣେ ଯୁବ ଖେଳାଳିଙ୍କୁ ଖରାପ ଖେଳିବା ଲାଗି ମନପ୍ରୀତ ସିଂ ପ୍ରବର୍ତ୍ତାଇଥିଲେ। ଏହା ଦ୍ୱାରା ତାଙ୍କର ଜଣେ ସାଙ୍ଗ ଦଳରେ ସୁଯୋଗ ପାଇପାରିବ। ମାରିଜନେ ଏ ବିଷୟ ତାଙ୍କ ପୁସ୍ତକ ‘ ଓ୍ବିଲ୍‌ ପାଓ୍ବାର-ଦି ଇନ୍‌ସାଇଡ ଷ୍ଟୋରୀ ଅଫ୍‌ ଇନ୍‌କ୍ରେଡିବଲ ଟର୍ନ ଆରାଉଣ୍ଡ ଇନ୍‌ ଇଣ୍ଡିଆନ୍‌ ଓମେନ୍ସ ହକି’ରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଉଭୟ ମହିଳା ଓ ପୁରୁଷ ହକି ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଆଇନଗତ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି। ଏକ ମିଳିତ ବିବୃତ୍ତିରେ ମାରିିଜନେ ତାଙ୍କ ପୁସ୍ତକର ପ୍ରଚାର ପାଇଁ ଏହି ମାଧ୍ୟମ ଆପଣେଇଥିବା କହିଛନ୍ତି। ଜଣେ କୋଚ ହିସାବରେ ଖେଳାଳିମାନଙ୍କ ପ୍ରତି ଯନତ୍ଶୀଳ ହେବା ପରିବର୍ତ୍ତେ ସେ ଆମର ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର କରିବା ସହ ମିଥ୍ୟା ଅଭିଯୋଗମାନ ଆଣଛନ୍ତି। ସେ ତାଙ୍କ ପୁସ୍ତକର ବିକ୍ରି ବୃଦ୍ଧି କରିବା ଅଭିପ୍ରାୟରେ ଏପରି କରିଛନ୍ତି। ଉଭୟ ଦଳ ଆହୁରି କହିଛନ୍ତି ଯେ ଯଦି ଏଭଳି ଘଟଣା ଘଟିଥିଲା, ମାରଜନେ ହକି ଇଣ୍ଡିଆ କିମ୍ବା ତାଙ୍କ ନିଯୁକ୍ତିଦାତା ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ଦୃଷ୍ଟି ଆକର୍ଷଣ କରିପାରିଥାନ୍ତେ। ସୂଚନାଯୋଗ୍ୟ ମାରିଜନେ ୯ ମାସ ପାଇଁ ପୁରୁଷ ହକି ଦଳର କୋଚ୍‌ ଦାୟିତ୍ୱରେ ଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ତାଙ୍କ ପଦବୀରୁ ବହିଷ୍କୃତ ହୋଇଥିଲେ। ପରେ ତାଙ୍କୁ ମହିଳା ହକି ଦଳର ଦାୟିତ୍ୱ ମିଳିଥିଲା। ତାଙ୍କ ତତ୍ତ୍ୱାବଧାନରେ ମହିଳା ଦଳ ଗତ ବର୍ଷ ଐତିହାସିକ ୪ର୍ଥ ସ୍ଥାନ ଅଧିକାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri