Posted inଜାତୀୟ

ଗୁଣସୂତ୍ର ଶୁଦ୍ଧତା ଯାଞ୍ଚ କରାଇବ କେନ୍ଦ୍ର

ନୂଆଦିଲ୍ଲୀ,୩ା୬:ଭାରତ ସରକାର ଦେଶବାସୀଙ୍କ ‘ଜାତିଗତ ଶୁଦ୍ଧତା’ ଉପରେ ଯାଞ୍ଚ ପାଇଁ ଡିଏନ୍‌ଏ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୧୦ କୋଟି ଟଙ୍କାର କିଟ୍ସ ଅର୍ଡର କରାଯାଇଥିବା ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଦେଶରେ ବିବାଦ ମୁଣ୍ଡ ଟେକିଛି। ବିବାଦ ସୃଷ୍ଟି ହେବା ପରେ ଏପରି କୌଣସି ଉଦ୍ଦେଶ୍ୟ ନ ଥିବା ଦର୍ଶାଇ ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି।
ୟୁରୋପ, ଉତ୍ତର ଆମେରିକା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ଅନ୍ୟ କେତେକ ଭାଗରେ ଉଗ୍ର ଜାତୀୟତାବାଦ ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ ଦକ୍ଷିଣପନ୍ଥୀମାନେ ନିଜ ଗୌରବମୟ ଇତିହାସକୁ ନେଇ ଗର୍ବ ଅନୁଭବ କରିଥାଆନ୍ତି। ବିଶେଷକରି ଉତ୍ତର ଭାରତରେ ଜାତିପ୍ରଥାର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ଉଚ୍ଚ ଜାତିର ଲୋକେ ନିଜକୁ ଆର୍ଯ୍ୟ ବିବେଚନା କରି ନିମ୍ନ ବର୍ଣ୍ଣର ଲୋକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥାଏ। ଏହି ପରିପ୍ରେକ୍ଷୀରେ ନୂଆ ବିବାଦକୁ ଇନ୍ଧନ ଦେବା ଭଳି ଏକ ପ୍ରସଙ୍ଗ ସାମ୍ନାକୁ ଆସିଛି। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡ୍‌ଭାନ୍ସ ଷ୍ଟଡିଜ୍‌ ସହକାରୀ ପ୍ରାଧ୍ୟାପକ ବସନ୍ତ ଏସ୍‌. ସିନ୍ଧେ ହିନ୍ଦୁ-ବହୁଳବାଦୀ ସିଦ୍ଧାନ୍ତର ଦୃଢ଼ ସମର୍ଥକ ରୂପେ ଜଣାଶୁଣା। ୨ ମାସ ତଳେ ପ୍ରତ୍ନତତ୍ତ୍ୱବିତ୍‌ ସିନ୍ଧେଙ୍କ ସହ ସଂସ୍କୃତି ମନ୍ତ୍ରଣାଳୟର ସଚିବ ଗୋବିନ୍ଦ ମୋହନ ଓ ଅନ୍ୟ କେତେଜଣ ବିଦ୍ୱାନ ହାଇଦ୍ରାବାଦରେ ବୈଠକ କରିଥିଲେ। ଉକ୍ତ ବୈଠକ ପରେ ୧୪୦ କୋଟି ଭାରତୀୟଙ୍କ ଜିନ୍‌ଗତ ଶୁଦ୍ଧତା ଉପରେ ଅଧ୍ୟୟନ ଲାଗି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଆନୁବଂଶିକ ଇତିହାସ ପ୍ରମାଣ କରାଯାଇପାରିବ ବୋଲି କେନ୍ଦ୍ର ସରକାର ବିବେଚନା କରୁଛନ୍ତି। ଡିଏନ୍‌ଏ-ପ୍ରୋଫାଇଲିଂ କିଟ୍ସ ଓ ଅନ୍ୟ ଉପକରଣ କିଣିବା ପାଇଁ ମନ୍ତ୍ରଣାଳୟ ୧୦ କୋଟି ଟଙ୍କା ଆବଣ୍ଟନ କରିଛି। ଆର୍ଯ୍ୟମାନେ ଅନ୍ୟ ଦେଶରୁ ଭାରତକୁ ଆସି ଏଠାକାର ମୂଳ ବାସିନ୍ଦାମାନଙ୍କୁ ବିସ୍ଥାପିତ କରିଥିବା ନେଇ ଏକ ସିଦ୍ଧାନ୍ତ ରହିଛି, ଯାହାକୁ ପ୍ରତ୍ନତତ୍ତ୍ୱବିତ୍‌ ସିନ୍ଧେ ଖଣ୍ଡନ କରିଛନ୍ତି। ସିନ୍ଧେ କହିଛନ୍ତି, ୧୦,୦୦୦ ବର୍ଷ ପୂର୍ବେ ଭାରତୀୟ ଜନସଂଖ୍ୟାର ମୂଳ ଆନୁବଂଶିକ ଢାଞ୍ଚାରେ ପରିବର୍ତ୍ତନ ଓ ଜିନ୍‌ର ମିଶ୍ରଣ ହୋଇଥିଲା। ଜନସଂଖ୍ୟାରେ ଯୋଗସୂତ୍ରର ସାନ୍ଧ୍ରତା ଓ କେଉଁ ସମୟରେ ଏହି ପ୍ରକ୍ରିୟା ଘଟୁଛି ତାହା ଉପରେ ଆନୁବଂଶିକ ପରିବର୍ତ୍ତନ ନିର୍ଭର କରିଥାଏ। ଏହା ଜାଣିବା ପରେ ଆନୁବଂଶିକ ଇତିହାସ ସମ୍ପର୍କରେ ଆମର ସମ୍ପୂର୍ଣ୍ଣ ଧାରଣା ଆସିଯିବ। ଭାରତରେ ଜାତିଗୁଡ଼ିକର ବିଶୁଦ୍ଧତାକୁ ପରଖିବା ପାଇଁ ଏହା ଏକ ଉଦ୍ୟମ ବୋଲି ସିନ୍ଧେ କହିଛନ୍ତି। ବିଦେଶରୁ ଆର୍ଯ୍ୟମାନେ ଦେଶାନ୍ତରୀ ହୋଇଆସିଥିବା ଇତିହାସକୁ କେନ୍ଦ୍ରରେ କ୍ଷମତାସୀନ ଭାଜପା ମଧ୍ୟ ଖାରଜ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri