ବିଗିଡ଼ିବ ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୨୦ା୧୧:କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏବେ ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ଭାବେ ଉଭା ହୋଇଛି। ମହାମାରୀ ପ୍ରଭାବରେ ଘରୋଇ ବଜାର ଚାପଗ୍ରସ୍ତ ହୋଇଥିବା ବେଳେ ଏଥିରୁ ବାହାରିବା ଲାଗି ଅଧିକ ସମୟ ଲାଗିପାରେ ବୋଲି ଅନ୍ତର୍ଜାତୀୟ ସ୍ତରର ରେଟିଂ ଏଜେନ୍ସିଗୁଡିକ ରିପୋର୍ଟ ପ୍ରକାଶ କରିଛନ୍ତି। ନଭେମ୍ବର ୧୯ରେ ୩ଟି ସଂସ୍ଥା ଯଥା-ଅକ୍ସଫୋର୍ଡ ଇକୋନୋମିକ୍ସ, ବାର୍କଲେ ଏବଂ ମୁଡିସ ଭାରତର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି)ର ଭିନ୍ନ ଭିନ୍ନ ଆକଳନ କରିଛନ୍ତି।
କରୋନା ପ୍ରକୋପ ଶେଷ ହେବା ପରେ ମଧ୍ୟ ପ୍ରମୁଖ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ସର୍ବାଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ଉପୁଜିଛି। ଏଠାକାର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଟ୍ରାକ୍‌କୁ ଫେରିବା ଲାଗି ଅଧିକ ସଂଘର୍ଷ କରିବାକୁ ପଡିବ। ଏଥିରୁ ସମ୍ପୂର୍ଣ୍ଣ ବାହାରକୁ ବାହାରିବା ଲାଗି ଭାରତକୁ ୨୦୨୫ ଯାଏ ସମୟ ଲାଗିବ ବୋଲି ଅକ୍ସଫୋର୍ଡ ଇକୋନୋମିକ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଆକଳନ କରାଯାଇଛି। ଗୁରୁବାର ଅନ୍ୟ ଏକ ରେଟିଂ ଏଜେନ୍ସି ମୁଡିସ ଏହାର ରିପୋର୍ଟରେ କହିଛି, ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୧୦.୬% ଖସିବ। ଭାରତର ବିକାଶ ହାରକୁ ନେଇ ପୂର୍ବରୁ କରିଥିବା ଆକଳନରେ ଏହା ଏବେ ପରିବର୍ତ୍ତନ କରିଛି। ଚଳିତ ଆର୍ଥତ୍କ ବର୍ଷ ଜିଡିପି ୧୧.୫% ଖସିବ ବୋଲି ମୁଡିସ ପୂର୍ବରୁ କହିଥିଲା। ଭାରତ ସରକାର ନିକଟରେ ଘୋଷଣା କରିଥିବା ପ୍ୟାକେଜ ଦୀର୍ଘମିଆଦୀ ଅଭିବୃଦ୍ଧି ଦିଗରେ ଯୋଗଦାନ ରଖିବା ନେଇ ମୁଡିସ ପ୍ରକାଶ କରିଛି। ଅପରପକ୍ଷରେ ଅନ୍ୟ ଏକ ଏଜେନ୍ସି ବାର୍କଲେ କହିଛି, ଆର୍ଥତ୍କ ବର୍ଷ ୨୦୨୧-୨୨ରେ ଭାରତର ଅଭିବୃଦ୍ଧି ହାର ୮.୫% ଛୁଇଁବ। ଏହି ଅବଧିରେ ବିକାଶ ହାର ୭% ରହିବା ନେଇ ଏହା ପୂର୍ବରୁ ଅନୁମାନ କରିଥିଲା।
ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଯେଉଁ ଅବସ୍ଥା ଦେଇ ଗତି କରୁଛି, ତାକୁ ନେଇ କୌଣସି ଏଜେନ୍ସି ଠିକ୍‌ ଭାବେ ଆକଳନ କରିପାରୁନାହାନ୍ତି। ଚଳିତ ବର୍ଷ ଜିଡିପି ଋଣାତ୍ମକ (ନେଗେଟିଭ) ରହିବ। ଏହାକୁ କେହି ଟାଳିପାରୁନାହାନ୍ତି। ଅପରପକ୍ଷରେ ଆସନ୍ତା ଆର୍ଥତ୍କ ବର୍ଷରେ ଜିଡିପି ଅଭିବୃଦ୍ଧି ଆଶାଠାରୁ ଅଧିକ ହେବ ବୋଲି କିଛି ଏଜେନ୍ସି ମତ ରଖିଛନ୍ତି। ଏଜେନ୍ସିଗୁଡିକର ଏଭଳି ଆକଳନରେ ଜିଡିପିର ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ।
ଏହି ପରିପ୍ରେକ୍ଷୀରେ ଅକ୍ସଫୋର୍ଡ ଇକୋନୋମିକ୍ସର ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆ ବିଭାଗ ମୁଖ୍ୟ ପ୍ରିୟଙ୍କା କିଶୋର କହିଛନ୍ତି, କରୋନା ପୂର୍ବରୁ ଭାରତୀୟ ବଜାରରେ ବାଲାନ୍ସ ସିଟ୍‌ ଚାପଗ୍ରସ୍ତ ହୋଇଥିଲା। ମହାମାରୀ ଏହି ସ୍ଥିତିକୁ ଆହୁରି ଗମ୍ଭୀର କରି ଦେଇଛି। ଆଗାମୀ ୫ ବର୍ଷରେ ଭାରତର ବିକାଶ ହାର ୪.୫% ସ୍ତର ରହିପାରେ। ଏହା ମହାମାରୀ ଆଗରୁ ୬.୫% ରହିଥିଲା। ଯୋଗାଣ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇଥିବା ବେଳେ ହ୍ୟୁମାନ କ୍ୟାପିଟାଲ ବା ମାନବଗତ ପୁଞ୍ଜିର ଯୋଗଦାନ କୋଭିଡ୍‌ ପୂର୍ବ ସ୍ତରରେ ରହିଛି। ମହାମାରୀ ଯୋଗୁ ବାଲାନ୍ସ ସିଟ୍‌ରେ ଚାପ ବଢିବ। ନିବେଶଧାରା ପୂର୍ବ ସ୍ଥିତିକୁ ଫେରିବା ଲାଗି ସମୟ ଲାଗିବ ବୋଲି ଅକ୍ସଫୋର୍ଡ ରିପୋର୍ଟରେ କୁହାଯାଇଛି। ସେହିଭଳି ୨୦୨୦ ପୂର୍ବରୁ ଭାରତ ବଜାରରେ ମାନ୍ଦାବସ୍ଥା ଲାଗି ରହିଥିଲା। ବ୍ୟାଙ୍କ ଏନ୍‌ପିଏ, କମ୍ପାନୀ ବାଲାନ୍ସ ଶିଟ୍‌, ଅଣବିତ୍ତ ପ୍ରତିଷ୍ଠାନଗୁଡିକର ଖରାପ ଅବସ୍ଥା ଏବଂ ବେରୋଜଗାରୀ ହାର ଉଚ୍ଚରେ ରହିଥିଲା। ଅପରପକ୍ଷରେ ଆଗାମୀ ଦିନରେ ସ୍ଥିତି ଆହୁରି ବିଗିଡିବ ଏବଂ ଅର୍ଥ ବ୍ୟବସ୍ଥାରେ ଦୀର୍ଘ ମିଆଦୀ ସମସ୍ୟା ବଢିବା ନେଇ ଏହି ରିପୋର୍ଟରେ ଆଶଙ୍କା କରାଯାଇଛି। ଫଳରେ ଅଭିବୃଦ୍ଧି କୋଭିଡ୍‌-୧୯ ପୂର୍ବ ସ୍ଥିତିକୁ ଫେରିବା ଲାଗି ଅଧିକ ସମୟ ଲାଗିବ। ଆର୍ଥତ୍କ ସ୍ଥିତି ଖରାପ ହେବା ସତ୍ତ୍ୱେ ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଭାବେ ଗଢି ତୋଳିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ରଖିଛନ୍ତି। ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିବା ଲାଗି ସରକାର ବିଭିନ୍ନ ଉପାୟ ଘୋଷଣା କରିଛନ୍ତି। ମାତ୍ର ଚାହିଦା ବଢାଇବା ଦିଗରେ ସରକାରୀ ପଦକ୍ଷେପଗୁଡିକ ସହାୟକ ହୋଇପାରିନାହିଁ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ଅର୍ଥ ବ୍ୟବସ୍ଥା ଏକ ଟେକ୍ନିକାଲ ମାନ୍ଦାବସ୍ଥା ଦେଇ ଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ପୂର୍ବରୁ ବଜାରରେ ଭିଡ଼

ପୁଣେ,୧୩।୩: ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମଣ ପୁଣି ନିୟନ୍ତ୍ରଣ ହରାଇବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ...

ଅଯୋଧ୍ୟାକୁ ଦେଖି ଯେଉଁମାନେ ଲଙ୍କା ଖାଇବା ଭଳି ହେଉଛନ୍ତି, ସେମାନଙ୍କ ପାଇଁ ମୁଁ ଔଷଧ ପ୍ରସ୍ତୁତ କରିବି: ରାମଦେବ

ଅଯୋଧ୍ୟା,୫।୮: ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ନେଇ ଅନୁଷ୍ଠିତ ହୋଇଛି ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ...

ହୋମ୍‌ ଓ୍ବାର୍କ ନ କରିବାରୁ ୫ ବର୍ଷର ଶିଶୁକନ୍ୟାକୁ ଏମିତି ଦଣ୍ଡ ଦେଲେ ମା’, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୮ା୬: ରାଜଧାନୀରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ମା’ ଯେ, ନିଜ ଜନ୍ମିତ ପିଲାକୁ ଏପରି ଦଣ୍ଡ ଦେଇପାରେ ତାହା ସହଜରେ...

ପ୍ରଧାନମନ୍ତ୍ରୀ ଆମ କଥା ନ ଶୁଣିଲେ ରେଲୱେ ଟ୍ରାକ୍‌ରେ ହେବ ଧାରଣା: କୃଷକ ନେତା

ନୂଆଦିଲ୍ଲୀ,୧୦ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୫ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ ।...

୧୭ହଜାର ଫୁଟ ଉଚ୍ଚ ଚାଇନା ସୀମାରେ ରାସ୍ତା ନିର୍ମାଣ କଲା ଭାରତ: ଭିଡ଼ିଓ କନ୍‌ଫରେନ୍ସିଂରେ ଉଦ୍‌ଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୮।୫: କରୋନା ଭାଇରସ୍‌ ସଙ୍କଟ ମଧ୍ୟରେ ପିଥୋରଗଡ଼ରୁ ଚାଇନା ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଛି ଭାରତ। ଏହି ନୂତନ ସଡ଼କକୁ ପ୍ରତିରକ୍ଷାମନ୍ତ୍ରୀ...

ଆହତ ନୀଳ ଗାଈକୁ ମାଟିରେ ପୋତିଲା ପ୍ରଶାସନ: ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୯।୯: ଦେଶରେ ବନ୍ୟପ୍ରାଣୀଙ୍କ ବିଭିନ୍ନ ପ୍ରଜାତିଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିସ୍ଥଳେ ସେମାନଙ୍କୁ ସୁରକ୍ଷା ଦେବା ବଦଳରେ ବିହାର ପ୍ରଶାସନ ଓଲଟା କାମ କରିଛି। କିଛି...

ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଲେ ୨ ବର: ଆଉ ତା’ପରେ

ଉତ୍ତର ପ୍ରଦେଶର କନୌଜରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହ ସମାରୋହରେ ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଛନ୍ତି ୨ ବର।...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ଫାରୁକ ଅବଦୁୁଲ୍ଲା

ନୂଆଦିଲ୍ଲୀ,୨୩।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା।...

Advertisement
Archives

Model This Week