ଅଣ୍ଟା ସଳଖାଉଛି ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଯୋଗୁ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ବର୍ତ୍ତମାନ ସମସ୍ୟାରେ ରହିଥିବା ମାନୁଫାକ୍‌ଚର ଏବଂ ଟ୍ରେଡର ପାର୍ବଣ ସମୟରେ ବିକ୍ରିରେ ଉନ୍ନତିକୁ ଅପେକ୍ଷା କରି ରହିଛନ୍ତି। ମାତ୍ର ବଜାରର ଚାହିଦା ଏବଂ ଲୋକଙ୍କ ଖର୍ଚ୍ଚ କରିବା ତରିକା ଉପରେ ସବୁ କିଛି ନିର୍ଭର କରୁଛି। କରୋନା ପାଇଁ ଅନେକ ଲୋକ ଚାକିରି ହରାଇଥିବା ବେଳେ ଦରମା କାଟ ଭଳି ଘଟଣା ସାମ୍ନାକୁ ଆସିଛି। ଲୋକମାନେ ବର୍ତ୍ତମାନ ଦେଖି ଚାହିଁ ଖର୍ଚ୍ଚ କରୁଛନ୍ତି। ଅତି ଜରୁରୀ ନ ହେଲେ ଖର୍ଚ୍ଚ କରିବାକୁ କେହି ଆଗଭର ହେଉନାହାନ୍ତି। ଲୋକ ଖର୍ଚ୍ଚ ନ କଲେ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବା କଷ୍ଟକର ହେବ ବୋଲି ବିଶେଷଜ୍ଞ କୁହନ୍ତି। ୨୦୧୬-୧୭ରେ ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରାୟ ୮.୨% ହାରରେ ଅଭିବୃଦ୍ଧି କରି ଆସୁଥିଲା। ମାତ୍ର ଚଳିତ ଆର୍ଥତ୍କ ବର୍ଷରେ ଭାରତ ବିଶ୍ୱର ସବୁଠାରୁ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଠାରୁ -୨୩.୯%କୁ ଜିଡିପି ହ୍ରାସ ଦେଖାଯାଇଛି।
ଦଶହରା, ଦୀପାବଳି, ଦୁର୍ଗାପୂଜା, ବଡ଼ଦିନ ଏବଂ ନୂଆବର୍ଷ ସମୟରେ ଲୋକଙ୍କର ମନୋଭାବ ସାଧାରଣତଃ ଭିନ୍ନ ରହିଥାଏ। ଏହି ସମୟରେ ସୁନା, ବାସଗୃହ, ଫ୍ୟାଶନ ସାମଗ୍ରୀ, ଇଲେକଟ୍ରୋନିକ୍ସ ଏବଂ ସ୍ମାର୍ଟଫୋନ ବିକ୍ରି ଉନ୍ନତ ହୋଇଥାଏ। ବର୍ତ୍ତମାନ କରୋନା ଟିକା ଆସିନାହିଁ। ମଲ୍‌ ଏବଂ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସାମାଜିକ ଦୂରତ୍ୱ ନିୟମ ରହିଛି। ଲୋକଙ୍କ ମନରେ ଭୟ ରହିଥିବାରୁ ଏହା କ୍ରୟ ବ୍ୟବହାର ଉପରେ ପ୍ରଭାବ ପକାଇଛି ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ମହାସଚିବ ପ୍ରଭୀନ ଖଣ୍ଡେଲଓ୍ବାଲ ମତ ପ୍ରକାଶ କରିଛନ୍ତି। ଅଗଷ୍ଟରେ ସରକାର ଭିତ୍ତିଭୂମି ବିକାଶ ଲାଗି ୧.୪୬ ଲକ୍ଷ କୋଟି ଡଲାରର ଭିତ୍ତିଭୂମି ପ୍ରକଳ୍ପକୁ ଉତ୍ସାହିତ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିଭଳି ସ୍ବାସ୍ଥ୍ୟ ଭିତ୍ତିଭୂମି ଲାଗି ପ୍ରାୟ ୨ ବିଲିୟନ ଡଲାରର ପାଣ୍ଠି ପ୍ରଦାନ କରାଯାଇଛି। ମାର୍ଚ୍ଚ ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ସରକାର ପ୍ରଦାନ କରିଛନ୍ତି।
ସରକାରଙ୍କ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ନିକଟରେ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଥିଲେ। ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ଲାଗି ସରକାରଙ୍କ ପଦକ୍ଷେପ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ବର୍ତ୍ତମାନ ଦେଶର କୃଷି କ୍ଷେତ୍ର କେବଳ ଅଭିବୃଦ୍ଧି ସ୍ଥିତିରେ ରହିଛି। ଚଳିତ ଆର୍ଥତ୍କ ବର୍ଷରେ କୃଷି ଉତ୍ପାଦନ ଉନ୍ନତ ହେବା ନେଇ ଆକଳନ କରାଯାଇଛି। କୋଇଲା, ଇନ୍ଧନ, ଗ୍ୟାସ୍‌, ଷ୍ଟିଲ୍‌ ଏବଂ ସିମେଣ୍ଟ ଭଳି କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେଉଥିବା ସରକାରଙ୍କ ମୁଖ୍ୟ ଆର୍ଥତ୍କ ପରାମର୍ଶଦାତା କେ.ଭି. ସୁବ୍ରମଣ୍ୟନ କହିଛନ୍ତି। ଚାଇନା ପ୍ରଡକ୍ଟ ବୟକଟ କରିବା ନେଇ ସାରା ଦେଶରେ କ୍ୟାମ୍ପେନ ଚାଲିଛି। ଏହାଦ୍ୱାରା ଘରୋଇ ଫାର୍ମଗୁଡିକୁ ଲାଭ ମିଳିବ ବୋଲି ଖଣ୍ଡେଲଓ୍ବାଲ କହିଛନ୍ତି। ସାରା ଦେଶରେ ୭ କୋଟି ବ୍ୟବସାୟୀ ପ୍ରାୟ ୪୦ କୋଟି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ପାର୍ବଣରେ ଉନ୍ନତ ବିକ୍ରି ନେଇ ଟ୍ରେଡର ଆଶାବାଦୀ ବସିଛନ୍ତି।
ରପ୍ତାନି ସହ ଅନ୍ୟ କ୍ଷେତ୍ର ଟ୍ରାକ୍‌କୁ ଫେରୁଛି
ସେପ୍ଟେମ୍ବର ମାସ ରପ୍ତାନିରେ ୫.୨୫% ବୃଦ୍ଧି ଘଟିଛି। ଏହି ସମୟରେ ବାଣିଜ୍ୟ ନିଅଣ୍ଟ ୨.୯୧ ବିଲିୟନ ଡଲାରକୁ ଖସିଥିବା ଜଣାପଡିଛି। ସେହିଭଳି ମାନୁଫାକଚରିଂ କାର୍ଯ୍ୟକଳାପରେ ମଧ୍ୟ ଉନ୍ନତି ଆସୁଥିବା ପରଚେଜିଂ ମ୍ୟାନେଜର୍ସ ସୂଚୀରୁ ସୂଚନା ରହିଛି। ସେପ୍ଟେମ୍ବରରେ ପେଟ୍ରୋଲ ବିକ୍ରି ଚଳିତ ବର୍ଷର ସବୁଠାରୁ ଉନ୍ନତ ସ୍ଥିତିକୁ ଫେରିଛି। ସେହିଭଳି ଡିଜେଲ ବିକ୍ରି କୋଭିଡ୍‌ ପୂର୍ବ ତୁଳନାରେ ୯୩%ରେ ରହିଛି। ଅଟୋ କମ୍ପାନୀଗୁଡିକର ସେପ୍ଟେମ୍ବର ବିକ୍ରିରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହା ପାର୍ବଣରେ ଆହୁରି ଉନ୍ନତ ହେବ ବୋଲି ଆଶା କରାଯାଉଛି। ସେପ୍ଟେମ୍ବରରେ ଜିଏସ୍‌ଟି ସଂଗ୍ରହ ଚଳିତ ଆର୍ଥତ୍କ ବର୍ଷର ସବୁଠାରୁ ଉନ୍ନତ ସ୍ଥିତିରେ ରହିଛି। ଆଗାମୀ ଦିନରେ ବଜାର ସୁଧୁରିଲେ ଏଥିରେ ଆହୁରି ଉନ୍ନତି ଆସିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri