Categories: ଖେଳ

ଶହୀଦଙ୍କୁ ସଲାମ କଲେ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୫।୪: ଛତିଶଗଡରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ଦେଶର ୨୨ ସାହସୀ ଯବାନ ଶହୀଦ ହୋଇଥିବାବେଳେ ଅନ୍ୟ ଅନେକ ଗୁରୁତର ଆହତ ହୋଇଛନ୍ତି। ଏତେ ସଂଖ୍ୟକ ଯବାନ ଶହୀଦ ହେବା ନେଇ ଦେଶରେ ଶୋକର ଲହରୀ ଖେଳିଯାଇଥିବା ବେଳେ ନକ୍ସଲମାନଙ୍କ ଏହି ଭୟଙ୍କର କାର୍ଯ୍ୟ ଉପରେ ଦେଶବାସୀଙ୍କ ମଧ୍ୟରେ କ୍ରୋଧ ବଢିଛି। ଏହି ସମୟରେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି, ଯୁବରାଜ ସିଂ, ରବିନ୍ଦ୍ର ଜାଡେଜା, ବୀରେନ୍ଦ୍ର ସେହ୍ବାଗ ଏହି ଆକ୍ରମଣକୁ ନିନ୍ଦା କରି ଶହୀଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ବିରାଟ କୋହଲି ଟୁଇଟ୍‌ ଯୋଗେ କହିଛନ୍ତି, ଆମ ବାହାଦୂର ଯବାନଙ୍କ ଶହୀଦ ହେବା ଖବର ଶୁଣି ମୁଁ ମର୍ମାହତ। ଶହୀଦଙ୍କ ପରିବାର ସମଦେବନା ଜଣାଉଛି।

ସେହିପରି ପୂର୍ବତନ କ୍ରିକେଟର୍‌ ଯୁବରାଜ ସିଂ କହିଛନ୍ତି, ଛତିଶଗଡରେ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥବା ଯବାନଙ୍କୁ ସମ୍ମାନ ଜଣାଉଛି। ସେମାନଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା।

ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗ କହିଛନ୍ତି, ଛତିଶଗଡର ସୁକମାରେ ନକ୍ସଲ ଆକ୍ରମଣରେ ୨୨ ସୁରକ୍ଷାକର୍ମୀଙ୍କ ଶହୀଦ ହେବା ଖବର ଶୁଣି ହୃଦୟ ଭାଙ୍ଗିଯାଇଛି। ଦେଶ ଶହୀଦ ଯବାନଙ୍କ ପ୍ରତିି ଋଣୀ। ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି।

Share