Posted inଖେଳ

ମହିଳା ଟେନିସ୍‌ ଖେଳାଳିଙ୍କୁ ପ୍ରପୋଜ୍‌ କରିବା ପାଇଁ ଆର୍ଜେଣ୍ଟିନା ପଳାଇଥିଲେ ଏହି ଭାରତୀୟ କ୍ରିକେଟର୍‌

୮୦ ଦଶକରେ ଭାରତୀୟ କ୍ରିକେଟ୍‌ ଦଳର କୋଚ୍‌ ରବି ଶାସ୍ତ୍ରୀଙ୍କ ବହୁତ ଯୁବ ପ୍ରଶଂସକମାନେ ଥିଲେ। ସେତେବେଳେ ରବି ଶାସ୍ତ୍ରୀ ଜଣେ ହିରୋଠାରୁ କମ ନଥିଲେ। ଶାସ୍ତ୍ରୀଙ୍କ ନାମ ସେହି ସମୟରେ କିଛି ବଲିଉଡ ଅଭିନେତ୍ରୀଙ୍କ ସହ ଜଡିତ ଥିଲା। ଥରେ ଶାସ୍ତ୍ରୀ ଟେନିସ ଖେଳାଳି ଗାବ୍ରିଏଲା ସାବାଟିନିଙ୍କୁ ପ୍ରପୋଜ୍‌ କରିବା ପାଇଁ ଆର୍ଜେଣ୍ଟିନା ପଳାଇ ଥିଲେ। ସେତେେବେଳ ଗାବ୍ରିଏଲା ଟେନିସ ଜଗତରେ ରାଜ୍‌ କରୁଥିଲେ। କିନ୍ତୁ ଗ୍ରାବିଏଲା ଶାସ୍ତ୍ରୀଙ୍କ ପ୍ରସ୍ତାବକୁ ଏଡାଇ ଯାଇଥିଲେ।
ବଲିଉଡ ଅଭିନେତ୍ରୀ ଅମୃତା ସିଂଙ୍କ ସହ ରବି ଶାସ୍ତ୍ରୀଙ୍କ ସମ୍ପର୍କ କାହାକୁ ଅଛପା ନାହିଁି। ଅମୃତା ସିଂ ଏବଂ ରବି ଶାସ୍ତ୍ରୀ ଏକ ପତ୍ରିକା କଭର ପୃଷ୍ଠାରେ ଏକାଠି ନଜର ଆସିଥିଲେ। କୁହାଯାଏ ଯେ ଏହି ଫଟୋସୁଟ ସମୟରେ ଦୁହେଁ ପରସ୍ପରକୁ ହୃଦୟ ଦେଇ ବସିଥିଲେ। କେବଳ ଏତିକି ନୁହେଁ ଅମୃତା ସିଂ ମଧ୍ୟ କ୍ରିକେଟ ଷ୍ଟାଡିୟମରେ ପହଞ୍ଚିବା ଆରମ୍ଭ କରିଥିଲେ। ସେ ରବି ଶାସ୍ତ୍ରୀଙ୍କୁ ଅନେକ ଥର ଚିୟର କରୁଥିବା ଦେଖିବାକୁ ମିଳିଥିଲା। କିଛି ବର୍ଷ ପର୍ଯ୍ୟନ୍ତ ଡେଟିଂ କରିବା ପରେ ୧୯୮୬ ମସିହାରେ ଦୁହଁିଙ୍କ ମଧ୍ୟ ନିର୍ବନ୍ଧ ହୋଇଥିଲା। କିନ୍ତୁ ଏହା ସତ୍ତ୍ୱେ ଉଭୟ ବିବାହ କରିବାକୁ ସକ୍ଷମ ହୋଇନଥିଲେ। ଏହା ପରେ, ୧୯୯୦ ମସିହାରେ ରବି ଶାସ୍ତ୍ରୀ ରିତୁଙ୍କୁ ବିବାହ କରିଥିଲେ ଏବଂ ଏହାର ଗୋଟିଏ ବର୍ଷ ପରେ ଅମୃତା ସିଂ ଅଭିନେତା ସୈଫ ଅଲି ଖାନଙ୍କୁ ତାଙ୍କ ସାଥୀ କରିଥିଲେ। ଏହିପରି ଏହି ପ୍ରେମ କାହାଣୀ ଶେଷ ହେଲା। ୨୦୧୮ ମସିହାରେ, ନିମ୍‌ରତ କୌର ଏବଂ ରବି ଶାସ୍ତ୍ରୀ ଦୁଇ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ। ସେମାନେ ପ୍ରଥମେ ୨୦୧୫ରେ ଏକ ଜର୍ମାନ କାର୍‌ କମ୍ପାନୀର କାର୍‌ ଲଞ୍ଚ ସମୟରେ ସାକ୍ଷାତ ହୋଇଥିଲେ। ତେବେ ଏହି ଡେଟିଂ ଖବରକୁ ଏକ ଗୁଜବ ବୋଲି କହି ଉଭୟ ଏହାକୁ ଅସ୍ବୀକାର କରିଛନ୍ତି।
ରବି ଶାସ୍ତ୍ରୀ ଟିମ ଇଣ୍ଡିଆ ପାଇଁ ୮୦ଟି ଟେଷ୍ଟ ମ୍ୟାଚ ଏବଂ ୧୫୦ଟି ଏକଦିବସୀୟ ଖେଳିଥିଲେ। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ରବି ଶାସ୍ତ୍ରୀ ପ୍ରାୟ ୭୦୦୦ ରନ ସଂଗ୍ରହ କରିଥିଲେ ଏବଂ ତାଙ୍କ ନାମରେ ୨୮୦ ଉଇକେଟ ମଧ୍ୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri