Posted inଖେଳ

ମହିଳା ଟେନିସ୍‌ ଖେଳାଳିଙ୍କୁ ପ୍ରପୋଜ୍‌ କରିବା ପାଇଁ ଆର୍ଜେଣ୍ଟିନା ପଳାଇଥିଲେ ଏହି ଭାରତୀୟ କ୍ରିକେଟର୍‌

୮୦ ଦଶକରେ ଭାରତୀୟ କ୍ରିକେଟ୍‌ ଦଳର କୋଚ୍‌ ରବି ଶାସ୍ତ୍ରୀଙ୍କ ବହୁତ ଯୁବ ପ୍ରଶଂସକମାନେ ଥିଲେ। ସେତେବେଳେ ରବି ଶାସ୍ତ୍ରୀ ଜଣେ ହିରୋଠାରୁ କମ ନଥିଲେ। ଶାସ୍ତ୍ରୀଙ୍କ ନାମ ସେହି ସମୟରେ କିଛି ବଲିଉଡ ଅଭିନେତ୍ରୀଙ୍କ ସହ ଜଡିତ ଥିଲା। ଥରେ ଶାସ୍ତ୍ରୀ ଟେନିସ ଖେଳାଳି ଗାବ୍ରିଏଲା ସାବାଟିନିଙ୍କୁ ପ୍ରପୋଜ୍‌ କରିବା ପାଇଁ ଆର୍ଜେଣ୍ଟିନା ପଳାଇ ଥିଲେ। ସେତେେବେଳ ଗାବ୍ରିଏଲା ଟେନିସ ଜଗତରେ ରାଜ୍‌ କରୁଥିଲେ। କିନ୍ତୁ ଗ୍ରାବିଏଲା ଶାସ୍ତ୍ରୀଙ୍କ ପ୍ରସ୍ତାବକୁ ଏଡାଇ ଯାଇଥିଲେ।
ବଲିଉଡ ଅଭିନେତ୍ରୀ ଅମୃତା ସିଂଙ୍କ ସହ ରବି ଶାସ୍ତ୍ରୀଙ୍କ ସମ୍ପର୍କ କାହାକୁ ଅଛପା ନାହିଁି। ଅମୃତା ସିଂ ଏବଂ ରବି ଶାସ୍ତ୍ରୀ ଏକ ପତ୍ରିକା କଭର ପୃଷ୍ଠାରେ ଏକାଠି ନଜର ଆସିଥିଲେ। କୁହାଯାଏ ଯେ ଏହି ଫଟୋସୁଟ ସମୟରେ ଦୁହେଁ ପରସ୍ପରକୁ ହୃଦୟ ଦେଇ ବସିଥିଲେ। କେବଳ ଏତିକି ନୁହେଁ ଅମୃତା ସିଂ ମଧ୍ୟ କ୍ରିକେଟ ଷ୍ଟାଡିୟମରେ ପହଞ୍ଚିବା ଆରମ୍ଭ କରିଥିଲେ। ସେ ରବି ଶାସ୍ତ୍ରୀଙ୍କୁ ଅନେକ ଥର ଚିୟର କରୁଥିବା ଦେଖିବାକୁ ମିଳିଥିଲା। କିଛି ବର୍ଷ ପର୍ଯ୍ୟନ୍ତ ଡେଟିଂ କରିବା ପରେ ୧୯୮୬ ମସିହାରେ ଦୁହଁିଙ୍କ ମଧ୍ୟ ନିର୍ବନ୍ଧ ହୋଇଥିଲା। କିନ୍ତୁ ଏହା ସତ୍ତ୍ୱେ ଉଭୟ ବିବାହ କରିବାକୁ ସକ୍ଷମ ହୋଇନଥିଲେ। ଏହା ପରେ, ୧୯୯୦ ମସିହାରେ ରବି ଶାସ୍ତ୍ରୀ ରିତୁଙ୍କୁ ବିବାହ କରିଥିଲେ ଏବଂ ଏହାର ଗୋଟିଏ ବର୍ଷ ପରେ ଅମୃତା ସିଂ ଅଭିନେତା ସୈଫ ଅଲି ଖାନଙ୍କୁ ତାଙ୍କ ସାଥୀ କରିଥିଲେ। ଏହିପରି ଏହି ପ୍ରେମ କାହାଣୀ ଶେଷ ହେଲା। ୨୦୧୮ ମସିହାରେ, ନିମ୍‌ରତ କୌର ଏବଂ ରବି ଶାସ୍ତ୍ରୀ ଦୁଇ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ। ସେମାନେ ପ୍ରଥମେ ୨୦୧୫ରେ ଏକ ଜର୍ମାନ କାର୍‌ କମ୍ପାନୀର କାର୍‌ ଲଞ୍ଚ ସମୟରେ ସାକ୍ଷାତ ହୋଇଥିଲେ। ତେବେ ଏହି ଡେଟିଂ ଖବରକୁ ଏକ ଗୁଜବ ବୋଲି କହି ଉଭୟ ଏହାକୁ ଅସ୍ବୀକାର କରିଛନ୍ତି।
ରବି ଶାସ୍ତ୍ରୀ ଟିମ ଇଣ୍ଡିଆ ପାଇଁ ୮୦ଟି ଟେଷ୍ଟ ମ୍ୟାଚ ଏବଂ ୧୫୦ଟି ଏକଦିବସୀୟ ଖେଳିଥିଲେ। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ରବି ଶାସ୍ତ୍ରୀ ପ୍ରାୟ ୭୦୦୦ ରନ ସଂଗ୍ରହ କରିଥିଲେ ଏବଂ ତାଙ୍କ ନାମରେ ୨୮୦ ଉଇକେଟ ମଧ୍ୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri