Categories: ଖେଳ

ଭାରତୀୟ କ୍ରିକେଟ୍‌ ଦଳକୁ ଚେତାବନୀ

ଲର୍ଡସ,୧୯।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ତେବେ ଇଂଲଣ୍ଡ ଦଳ ଏଥିରେ ଆଦୌ ବିଚଳିତ ହେଉନାହିଁ ବୋଲି କୋଚକ୍ରିସ ସିଲଭରଉଡ କହିଛନ୍ତି। ସେ ଯୁଦ୍ଧ କରିବାକୁ ଭୟ କରନ୍ତି ନାହିଁ, ଯଦି ଟିମ ଇଣ୍ଡିଆ ତାଙ୍କୁ ନିମ୍ନ ଦେଖାଇବାକୁ ଚେଷ୍ଟା କରେ ତେବେ ସେ ଏହାର ଜବାବ ଦେବେ। ଏହା ଏକ ଭଲ ଟେଷ୍ଟ ଥିଲା, କିନ୍ତୁ ଫଳାଫଳକୁ ନେଇ ଆମେ ନିରାଶ ହୋଇଛୁ । ପଡ଼ିଆରେ କିଛି ବିତର୍କ ଥିଲା। ମୁଁ ଭାବୁଛି ଏହା ଭଲ ଅଟେ। ଖେଳାଳିମାନେ ପରସ୍ପର ସହ ସଂଘର୍ଷ କରିଥିଲେ ଏବଂ ମୁଁ ଏହାକୁ ଉପଭୋଗ କରିଥିଲି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଜସପ୍ରୀତ ବୁମ୍‌ରା ଜେମ୍ସ ଆଣ୍ଡରସନଙ୍କୁ ଏକ ବାଉନ୍ସର୍‌ ବୋଲିଂ କରିଥିଲେ। କିନ୍ତୁ ଆଣ୍ଡରସନ ଏହାକୁ ପସନ୍ଦ କରି ନ ଥିଲେ ଏବଂ ଫେରିବା ସମୟରେ ସେ ବୁମ୍‌ରାଙ୍କୁ କିଛି କହିଥିଲେ। ଏହା ପରେ ବିବାଦ ଆରମ୍ଭ ହୋଇଥିଲା। ଲର୍ଡସରେ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ହୋଇଛି। ତୃତୀୟ ଟେଷ୍ଟ ଅଗଷ୍ଟ ୨୫ରୁ ହେଡିଙ୍ଗଲିରେ ଖେଳାଯିବ।

Share