Categories: ଜାତୀୟ

‘ଚାଇନାର ମୁକାବିଲା ପାଇଁ ଭାରତୀୟ ସେନା ସମର୍ଥ’

ନୂଆଦିଲ୍ଲୀ,୪ା୯(ପି.ଟି.): ଚାଇନାର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନର ଉପଯୁକ୍ତ ମୁକାବିଲା ଲାଗି ଭାରତୀୟ ସେନା ସମର୍ଥ ବୋଲି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ ଗୁରୁବାର କହିଛନ୍ତି। ପୂର୍ବ ଲଦାଖର କେତେକ ଅଞ୍ଚଳରେ ସ୍ଥିତାବସ୍ଥା ବଦଳାଇବା ପାଇଁ ବେଜିଂ ଉଦ୍ୟମ ଚଳାଇଥିବାବେଳେ ଜେନେରାଲ ରାଓ୍ବତ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଆମେରିକା-ଭାରତ ରଣକୌଶଳ ଭାଗୀଦାରି ଫୋରମ୍‌ରେ ଏକ ଆଲୋଚନାରେ ଭାଗନେଇ ସିଡିଏସ୍‌ କହିଛନ୍ତି, ପାକ୍‌ ଅଧିକୃତ କଶ୍ମୀର (ପିଓକେ)କୁ ଚାଇନା ଆର୍ଥତ୍କ ସହାୟତା ଯୋଗାଇବା ସହ ସାମରିକ ଓ କୂଟନୈତିକ ସମର୍ଥନ ଦେଇଆସିଛି। ଯଦି ପାକିସ୍ତାନ ଭାରତ ବିରୋଧରେ ଛାୟାଯୁଦ୍ଧରେ ଲିପ୍ତ ରହେ ଓ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସହାୟତା କରେ ତେବେ ବିରାଟ କ୍ଷତିର ସମ୍ମୁଖୀନ ହେବ ବୋଲି ଜେନେରାଲ ରାଓ୍ବତ ଚେତାବନୀ ଦେଇଛନ୍ତି।

Share