Categories: ଖେଳ

ଭାରତ-ଶ୍ରୀଲଙ୍କା ସିରିଜ କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରିତ

ନୂଆଦିଲ୍ଲୀ, ୧୦ା୭ (ପି.ଟି.)- ଶ୍ରୀଲଙ୍କା କ୍ରିକେଟ ଦଳର ଶିବିରରେ କରୋନା ପଜିଟିଭ ମାମଲା ଦେଖା ଦେବାରୁ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୬ ମ୍ୟାଚ ବିଶିଷ୍ଟ ସୀମିତ ଓଭର ସିରିଜର କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରିତ ହୋଇଛି। ଫଳରେ ଦୁଇ ଦଳ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ସିରିଜ ବର୍ତ୍ତମାନ ଜୁଲାଇ ୧୩ ପରିବର୍ତ୍ତେ ଜୁଲାଇ ୧୭ରୁ ଆରମ୍ଭ ହେବ। ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ (ୟୁକେ)ରୁ ଫେରିବା ପରେ ଶ୍ରୀଲଙ୍କା ବ୍ୟାଟିଂ କୋଚ୍‌ ଗ୍ରାଣ୍ଟ ଫ୍ଲାଓ୍ବାର ଏବଂ ଡାଟା ଆନାଲିଷ୍ଟ ଜି.ଟି. ନିରୋଶାନ କୋଭିଡ୍‌ ଟେଷ୍ଟରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଶ୍ରୀଲଙ୍କା କ୍ରିକେଟ ଦଳର କ୍ୱାରାଣ୍ଟାଇନ ସମୟକୁ ଆଉ ୩ ଦିନ ବୃଦ୍ଧି କରାଯାଇଛି। ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ପ୍ରଥମେ ତିନୋଟି ଅନ୍ତର୍ଜାତୀୟ ଦିନିକିଆ ଜୁଲାଇ ୧୩, ୧୬ ଓ ୧୮ ତାରିଖରେ ଖେଳାଯାଇଥାନ୍ତା। ସେହିପରି ତିନୋଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଜୁଲାଇ ୨୧, ୨୩ ଓ ୨୫ତାରିଖରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା।

Share