ଭିତରକନିକାରେ ଡଲ୍‌ଫିନ୍‌ ସଂଖ୍ୟା ବୃଦ୍ଧି

ରାଜନଗର,୫ା୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଭିତରକନିକାରେ ଡଲ୍‌ଫିନ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ଜଳାଶୟ ଅପେକ୍ଷା ସବୁଠୁ ଅଧିକ ଓ ବିଭିନ୍ନ ପ୍ରଜାତିର ଡଲଫିନ୍‌ ଗହୀରମଥା ଓ ଭିତରକନିକାରେ ରହିଥିବା ଦେଖିବାକୁ ମିଳିଛି। ଡିସେମ୍ବର ୨୧ରୁ ୨୩ ତାରିଖ ଯାଏ ଭିତରକନିକା ଜାତୀୟ ଉଦ୍ୟାନର ନଦୀ ଓ ଗହୀରମଥାର ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା କରାଯାଇଥିଲା। ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନେତୃତ୍ୱରେ ୯ଟି ଟିମ୍‌ ଡଲ୍‌ଫିନ୍‌ଙ୍କ ଗଣନା କରିଥିଲେ। ଆଉଟର ହୁଲଇରରୁ ଚିଞ୍ଚତ୍ରି ମାଉଥ, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜରୁ ମାଈପୁରା ମାଉଥ୍‌, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍‌ ଭାୟା ନଳିତାପାଟିଆ, କାଳିଭଞ୍ଜିଡିଆ, ଜମ୍ବୁ ଖରନାସୀରୁ ହୁକିଟୋଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଁଣ ଯାଏ ୯ଟି ଟିମ୍‌ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ସମୁଦ୍ର ମଧ୍ୟରେ ୫ ଟିମ୍‌ ଓ ନଦୀ ଏବଂ କ୍ରିକ୍‌ରେ ୪ ଟିମ୍‌ ଗଣନା କରିଥିଲେ।

ସବୁଠୁ ବଡ଼କଥା ହେଲା ଡଲ୍‌ଫିନ୍‌ ଗଣନା ସମୟରେ ବଡ଼ ଡଲ୍‌ଫିନ୍‌ଙ୍କ ସହିତ ଶାବକ ଦେଖିବାକୁ ମିଳିଥିବାରୁ ଏହା ଭିତରକନିକା ଓ ଗହୀରମଥା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି। ଚଳିତବର୍ଷ ସାରା ରାଜ୍ୟରେ ୭୩୩ଟି ଡଲ୍‌ଫିନ୍‌ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ ଡଲ୍‌ଫିନ୍‌ ଅଛନ୍ତି। ଅର୍ଥାତ୍‌ ସାରା ଓଡ଼ିଶାର ୭୫ ପ୍ରତିଶତ ଡଲଫିନ୍‌ ଗହୀରମଥା ଓ ଭିତରକନିକାରେ ଚିହ୍ନଟ ହୋଇଛନ୍ତି। ଚଳିତବର୍ଷ କେବଳ ଗହୀରମଥା ରେଞ୍ଜରେ ୫୪୪ଟି ଡଲ୍‌ଫିନ ଚିହ୍ନଟ କରାଯାଇଥିବା ବେଳେ କନିକା ରେଞ୍ଜରେ ୪ ଓ ରାଜନଗର ରେଞ୍ଜରେ ୨ ଡଲ୍‌ଫିନ ଗଣନା ବେଳେ ଦେଖିବାକୁ ମିଳିଥିଲା। ଗହୀରମଥାରେ ହମ୍ପବ୍ୟାକ୍‌ର ସଉସା ପ୍ଲମ୍ବିଆ ପ୍ରଜାତିର ୨୦୮, ହମ୍ପବ୍ୟାକ୍‌ର ସଉସା ଚାଇନିଜ ପ୍ରଜାତିର ୨୮୧, ବଟଲନୋଜ ପ୍ରଜାତିର ୫୨, ସ୍ପିନର ପ୍ରଜାତିର ୩ ଡଲ୍‌ଫିନ ଗଣନା ବେଳେ ଦେଖିବାକୁ ମିଳିଛି। ସେହିପରି କନିକା ରେଞ୍ଜର ଖୋଳାରୁ କଣ୍ଟିଆଖାଇ ମଧ୍ୟରେ ୪ ଇରାୱାର୍ଡି ପ୍ରଜାତିର ଡଲ୍‌ଫିନ ଦେଖିବାକୁ ମିଳିଥିବା ବେଳେ ରାଜନଗର ରେଞ୍ଜରେ ୨ ଡଲଫିନ୍‌ ରହିଛନ୍ତି।

ଦୀର୍ଘ ବର୍ଷ ଧରି ଡଲ୍‌ଫିନ୍‌ଙ୍କ ଏନ୍ତୁଡିଶାଳ ଚିଲିକାକୁ କୁହାଯାଉଥିଲା। ସେଥିପାଇଁ କେବଳ ଚିଲିକାରେ ହିଁ ଡଲ୍‌ଫିନ୍‌ଙ୍କ ଗଣନା ହେଉଥିଲା। ୨୦୧୫ରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତିକ୍ରମେ ଭିତରକନିକା, ପୁରୀ, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ୱର ଓ ବାରିପଦାରେ ଡଲ୍‌ଫିନ୍‌ ଗଣନା କରାଯାଉଛି। ଗତବର୍ଷ ରାଜ୍ୟରେ ୭୨୬ଟି ଡଲ୍‌ଫିନ୍‌ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୪୦ଟି ଡଲଫିନ୍‌ ଚିହ୍ନଟ ହୋଇଥିଲା। ଚଳିତବର୍ଷ ରାଜ୍ୟରେ ୭୩୩ ଡଲଫିନ୍‌ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ ଡଲ୍‌ଫିନ୍‌ ଚିହ୍ନଟ ହୋଇଛନ୍ତି। ଗତବର୍ଷ ତୁଳନାରେ ରାଜ୍ୟରେ ଡଲ୍‌ଫିନ୍‌ ସଂଖ୍ୟା ୩ କମିଥିବା ବେଳେ ଭିତରକନିକା ଓ ଗହୀରମଥାରେ ଅଧିକ ୧୦ ଡଲ୍‌ଫିନ୍‌ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri