Posted inଖେଳ

ଆୟାର ପୂରା ପାଉଣା ପାଇବେ

ଚେନ୍ନାଇ, ୨।୪-ଆହତ ସମସ୍ୟା ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାର ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଖେଳିପାରିବେ ନାହିଁ। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଅବସରରେ ସେ କାନ୍ଧରେ ଆଘାତ ପାଇଥିଲେ। ଚଳିତ ମାସ ୮ ତାରିଖରେ ତାଙ୍କ କାନ୍ଧରେ ଅସ୍ତ୍ରୋପଚାର ହେବ। ତେଣୁ ସେ ଆଇପିଏଲର ଆଗାମୀ ସିଜନରୁ ଓହରି ଯାଇଛନ୍ତି। ତେବେ ସେ ନ ଖେଳିଲେ ମଧ୍ୟ ପ୍ଲେୟର୍ସ ଇନ୍‌ସୁରାନ୍ସ ସ୍କିମ୍‌ରେ ପୂରା ପାଉଣା ପାଇବେ। କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ସମସ୍ତ ଖେଳାଳିଙ୍କ ପାଇଁ ଇନ୍‌ସୁରାନ୍ସ ପଲିସି ଲାଗୁ ହେବ। ୨୦୧୧ ସିଜନ ପୂର୍ବରୁ ତତ୍‌କାଳୀନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଏନ. ଶ୍ରୀନିବାସନ ଏବଂ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆଲୋଚନା ପରେ ଏହି ସ୍କିମ୍‌ ଆରମ୍ଭ କରାଯାଇଛି। ଏହି ସ୍କିମ୍‌ ଅନୁସାରେ ଦେଶ ପକ୍ଷରୁ ଖେଳୁଥିବା ସମୟରେ ଆହତ ସମସ୍ୟା କିମ୍ବା ଦୁର୍ଘଟଣା ଯୋଗୁ ଯଦି କୌଣସି ଖେଳାଳି ଆଇପିଏଲ ପାଇଁ ଆଂଶିକ କିମ୍ବା ସମ୍ପୂର୍ଣ୍ଣଭାବେ ଉପଲବ୍ଧ ହୋଇ ପାରିବେ ନାହିଁ ତେବେ ସେହି ଅନୁସାରେ କ୍ଷତିପୂରଣ ପାଇବେ। ଉଦାହରଣ ସ୍ବରୂପ ଭାରତ ପକ୍ଷରୁ ଖେଳୁଥିବାବେଳେ ରୋହିତ ଶର୍ମା ଡାହାଣ କାନ୍ଧରେ ଆଘାତ ପାଇଛନ୍ତି। ଏବେ ସେ ଚିକିତ୍ସିତ ହେଉଛନ୍ତି ଏବଂ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ତାଙ୍କ ଆହତ ସମସ୍ୟାକୁ ଅନୁଧ୍ୟାନ କରାଯିବ। ଏହାପରେ ସେ କେବେ ଆଇପିଏଲ-୨୦୨୧କୁ ଫେରିପାରିବେ ତାହା ସ୍ପଷ୍ଟ ହେବ। ସେ ଅତିକମ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ୩ଟି ମ୍ୟାଚ ଖେଳିପାରିବେ ନାହିଁ। ଆଇପିଏଲରେ ତାଙ୍କ ମୋଟ ପାଉଣା ହେଉଛି ୧୫ କୋଟି। ତେଣୁ ସେ ଯେତୋଟି ମ୍ୟାଚରେ ଖେଳିପାରିବେ ନାହିଁ ସେହି ଅନୁସାରେ କ୍ଷତିପୂରଣ ପାଇବେ। ଯଦି କୌଣସି ଖେଳାଳି ଆଂଶିକଭାବେ ଅନୁପସ୍ଥିତ ରୁହନ୍ତି ତେବେ ସମ୍ପୃକ୍ତ ଫ୍ରାଞ୍ଚାଇଜ୍‌ ଏବଂ ବିସିସିଆଇ ମିଶି କ୍ଷତିପୂରଣ ଦେବେ। ଆୟାରଙ୍କ ଭଳି ସମ୍ପୂର୍ଣ୍ଣ ସିଜନରୁ ଆଉଟ ହୋଇଥିବା ଖେଳାଳିଙ୍କ କ୍ଷେତ୍ରରେ ବିସିସିଆଇ ସମ୍ପୂର୍ଣ୍ଣ ପାଉଣା ଦେବ। ତେବେ ଏହି ସ୍କିମ୍‌ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ନ ଥିବା ଖେଳାଳିଙ୍କ ପାଇଁ ଲାଗୁ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri