Posted inଖେଳ

ଆୟାର ପୂରା ପାଉଣା ପାଇବେ

ଚେନ୍ନାଇ, ୨।୪-ଆହତ ସମସ୍ୟା ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାର ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଖେଳିପାରିବେ ନାହିଁ। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଅବସରରେ ସେ କାନ୍ଧରେ ଆଘାତ ପାଇଥିଲେ। ଚଳିତ ମାସ ୮ ତାରିଖରେ ତାଙ୍କ କାନ୍ଧରେ ଅସ୍ତ୍ରୋପଚାର ହେବ। ତେଣୁ ସେ ଆଇପିଏଲର ଆଗାମୀ ସିଜନରୁ ଓହରି ଯାଇଛନ୍ତି। ତେବେ ସେ ନ ଖେଳିଲେ ମଧ୍ୟ ପ୍ଲେୟର୍ସ ଇନ୍‌ସୁରାନ୍ସ ସ୍କିମ୍‌ରେ ପୂରା ପାଉଣା ପାଇବେ। କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ସମସ୍ତ ଖେଳାଳିଙ୍କ ପାଇଁ ଇନ୍‌ସୁରାନ୍ସ ପଲିସି ଲାଗୁ ହେବ। ୨୦୧୧ ସିଜନ ପୂର୍ବରୁ ତତ୍‌କାଳୀନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଏନ. ଶ୍ରୀନିବାସନ ଏବଂ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆଲୋଚନା ପରେ ଏହି ସ୍କିମ୍‌ ଆରମ୍ଭ କରାଯାଇଛି। ଏହି ସ୍କିମ୍‌ ଅନୁସାରେ ଦେଶ ପକ୍ଷରୁ ଖେଳୁଥିବା ସମୟରେ ଆହତ ସମସ୍ୟା କିମ୍ବା ଦୁର୍ଘଟଣା ଯୋଗୁ ଯଦି କୌଣସି ଖେଳାଳି ଆଇପିଏଲ ପାଇଁ ଆଂଶିକ କିମ୍ବା ସମ୍ପୂର୍ଣ୍ଣଭାବେ ଉପଲବ୍ଧ ହୋଇ ପାରିବେ ନାହିଁ ତେବେ ସେହି ଅନୁସାରେ କ୍ଷତିପୂରଣ ପାଇବେ। ଉଦାହରଣ ସ୍ବରୂପ ଭାରତ ପକ୍ଷରୁ ଖେଳୁଥିବାବେଳେ ରୋହିତ ଶର୍ମା ଡାହାଣ କାନ୍ଧରେ ଆଘାତ ପାଇଛନ୍ତି। ଏବେ ସେ ଚିକିତ୍ସିତ ହେଉଛନ୍ତି ଏବଂ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ତାଙ୍କ ଆହତ ସମସ୍ୟାକୁ ଅନୁଧ୍ୟାନ କରାଯିବ। ଏହାପରେ ସେ କେବେ ଆଇପିଏଲ-୨୦୨୧କୁ ଫେରିପାରିବେ ତାହା ସ୍ପଷ୍ଟ ହେବ। ସେ ଅତିକମ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ୩ଟି ମ୍ୟାଚ ଖେଳିପାରିବେ ନାହିଁ। ଆଇପିଏଲରେ ତାଙ୍କ ମୋଟ ପାଉଣା ହେଉଛି ୧୫ କୋଟି। ତେଣୁ ସେ ଯେତୋଟି ମ୍ୟାଚରେ ଖେଳିପାରିବେ ନାହିଁ ସେହି ଅନୁସାରେ କ୍ଷତିପୂରଣ ପାଇବେ। ଯଦି କୌଣସି ଖେଳାଳି ଆଂଶିକଭାବେ ଅନୁପସ୍ଥିତ ରୁହନ୍ତି ତେବେ ସମ୍ପୃକ୍ତ ଫ୍ରାଞ୍ଚାଇଜ୍‌ ଏବଂ ବିସିସିଆଇ ମିଶି କ୍ଷତିପୂରଣ ଦେବେ। ଆୟାରଙ୍କ ଭଳି ସମ୍ପୂର୍ଣ୍ଣ ସିଜନରୁ ଆଉଟ ହୋଇଥିବା ଖେଳାଳିଙ୍କ କ୍ଷେତ୍ରରେ ବିସିସିଆଇ ସମ୍ପୂର୍ଣ୍ଣ ପାଉଣା ଦେବ। ତେବେ ଏହି ସ୍କିମ୍‌ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ନ ଥିବା ଖେଳାଳିଙ୍କ ପାଇଁ ଲାଗୁ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri