Posted inଜାତୀୟ

ବିବିସି ଅଫିସରେ ଆୟକର ଟିମ୍‌

ନୂଆଦିଲ୍ଲୀ/ମୁମ୍ବାଇ,୧୫ା୨: ୨୦୦୨ ଗୁଜରାଟ ଦଙ୍ଗା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରି ଡକ୍ୟୁମେଣ୍ଟାରି ପ୍ରସାରଣ କରିଥିବା ବ୍ରିଟେନ୍‌ର ଜାତୀୟ ଟିଭି ଚ୍ୟାନେଲ ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି)କୁ ଭାରତର ଆୟକର (ଆଇଟି) ବିଭାଗ ଟାର୍ଗେଟ କରିଛି। ବିବିସିର ନୂଆଦିଲ୍ଲୀ ଓ ମୁମ୍ବାଇସ୍ଥିତ କାର୍ଯ୍ୟାଳୟରେ ମଙ୍ଗଳବାର ଆଇଟି ଟିମ୍‌ ତନାଘନା କରିଛି। ଟିକସ ଠକେଇ ଅଭିଯୋଗରେ ଚାଲିଥିବା ଏହି କାର୍ଯ୍ୟାନୁଷ୍ଠାନ ଚଢ଼ାଉ କିମ୍ବା ତଲାସି ନୁହେଁ, ବରଂ ସର୍ଭେ ବୋଲି ଆଇଟି ଅଧିକାରୀମାନେ ସଫେଇ ଦେଇଛନ୍ତି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଡକ୍ୟୁମେଣ୍ଟାରି ପ୍ରସାରଣ ଯୋଗୁ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦର୍ଶାଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।
ଜାନୁୟାରୀ ୧୭ରେ ବିବିସି ପକ୍ଷରୁ ‘ଇଣ୍ଡିଆ: ଦି ମୋଦି କ୍ୱେଶ୍ଚେନ୍‌’ ଟାଇଟଲରେ ଏକ ବୃତ୍ତଚିତ୍ର ପ୍ରସାରଣ କରାଯାଇଥିଲା। ୨୪ ତାରିଖରେ ପ୍ରସାରିତ ଡକ୍ୟୁମେଣ୍ଟାରିର ଦ୍ୱିତୀୟ ଭାଗରେ ପ୍ରଧାନମନ୍ତ୍ରୀ ମୋଦି ୨୦୧୯ରେ ପୁନଃ ନିର୍ବାଚିତ ହେବା ପରେ ତାଙ୍କ ବିବାଦୀୟ ନୀତି ଓ ଦ୍ୱିତୀୟ ପାଳିର ଟ୍ରାକ୍‌ ରେକର୍ଡକୁ ସମୀକ୍ଷା କରାଯାଇଥିଲା। ଡକ୍ୟୁମେଣ୍ଟାରି ପ୍ରସାରଣକୁ ମାସେ ନ ପୂରୁଣୁ ଆଇଟି ବିଭାଗ ସମସ୍ତଙ୍କୁ ଚକିତ କରିଦେବା ଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ମୁମ୍ବାଇସ୍ଥିତ ଆୟକର ବିଭାଗ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଅଧିକାରୀମାନେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଚଢ଼ାଉ କରିଛନ୍ତି। ସେମାନେ ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ଓ ମୁମ୍ବାଇର ସାଣ୍ଟାକ୍ରୁଜ୍‌ରେ ଥିବା ବିବିସି ଅଫିସରେ ତଲାସି କରିଛନ୍ତି। ବିବିସି ଷ୍ଟାଫ୍‌ଙ୍କୁ କାର୍ଯ୍ୟାଳୟ ପରିସରସ୍ଥିତ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ଫୋନ୍‌ ରଖିବାକୁ କୁହାଯାଇଥିଲା। ଲଣ୍ଡନ ମୁଖ୍ୟାଳୟ ଓ ଭାରତୀୟ ଅଫିସରେ ବିବିସିର ବ୍ୟବସାୟିକ କାରବାର ସମ୍ପର୍କିତ ଦସ୍ତାବିଜଗୁଡ଼ିକୁ ଅଧିକାରୀମାନେ ଅନୁଧ୍ୟାନ କରିଥିଲେ। ‘ସର୍ଭେ’ ବେଳେ ଦୁଇ ଅଫିସକୁ ସିଲ୍‌ କରି କର୍ମଚାରୀଙ୍କ ଫୋନ୍‌ ଏବଂ କାର୍ଯ୍ୟାଳୟର ଲାପ୍‌ଟପ୍‌ ଓ ଆକାଉଣ୍ଟ ଭଳି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜଗୁଡ଼ିକୁ ଜବତ କରିଥିବା ଜଣାପଡ଼ିଛି। ଚଢ଼ାଉ ବେଳେ ଉଭୟ ଅଫିସ ବାହାରେ ଦେଖଣାହାରୀ ଓ ଗଣମାଧ୍ୟମ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ କମ୍ପାନୀର ଅନ୍ୟ କୌଣସି ସ୍ଥାନ କିମ୍ବା ପ୍ରମୋଟର/ଡାଇରେକ୍ଟରଙ୍କ ବାସଭବନରେ ଏପରି ସର୍ଭେ କରାଯାଇ ନ ଥିବା ଆଇଟି ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି। ବିବିସି ପକ୍ଷରୁ ଟୁଇଟ୍‌ କରାଯାଇଛି ଯେ, ଚ୍ୟାନେଲର ଷ୍ଟାଫ୍‌ ଆଇଟି ଅଧିକାରୀମାନଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଯଥାଶୀଘ୍ର ସମ୍ଭବ ସ୍ଥିତିର ସମାଧାନ ହୋଇଯିବ। କାର୍ଯ୍ୟରତ ଖବରଦାତାମାନେ ଭୟଭୀତ ହେବା ଅନାବଶ୍ୟକ।
ୟୁଟ୍ୟୁବ୍‌ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ବିବିସି ଡକ୍ୟୁମେଣ୍ଟାରିର ପ୍ରସାରଣ ଉପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାନ୍‌ ଲଗାଯିବା ପରେ ଏହା ହେଉଛି କେନ୍ଦ୍ରର ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ। ପୂର୍ବରୁ ମୋଦିଙ୍କ ଉପରେ ଡକ୍ୟୁମେଣ୍ଟାରି ପ୍ରଦର୍ଶନ ନେଇ ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା ସମେତ ଦେଶର ବିଭିନ୍ନ ଭାଗରେ ଉଚ୍ଚଶିକ୍ଷାନୁଷ୍ଠାନ ଛାତ୍ରୀଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସଦ୍ୟ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଦଳଗୁଡ଼ିକ ଆପତ୍ତି ଉଠାଇଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଆଦାନୀ-ହିଣ୍ଡେନ୍‌ବର୍ଗ ବିବାଦ ଉପରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ପାଇଁ ଆମେ ଦାବି କରୁଥିବାବେଳେ କେନ୍ଦ୍ର ସରକାର ବିବିସିକୁ ଘେରିବାରେ ଲାଗିଛନ୍ତି। ଏହା ହେଉଛି ବିନାଶ କାଳେ ବିପରୀତ ବୁଦ୍ଧି।


Enter your email to get our daily news in your inbox.

All Right Reserved By Dharitri.Com

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri