Posted inଜାତୀୟ

ବିବିସି ଅଫିସରେ ଆୟକର ଟିମ୍‌

ନୂଆଦିଲ୍ଲୀ/ମୁମ୍ବାଇ,୧୫ା୨: ୨୦୦୨ ଗୁଜରାଟ ଦଙ୍ଗା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରି ଡକ୍ୟୁମେଣ୍ଟାରି ପ୍ରସାରଣ କରିଥିବା ବ୍ରିଟେନ୍‌ର ଜାତୀୟ ଟିଭି ଚ୍ୟାନେଲ ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି)କୁ ଭାରତର ଆୟକର (ଆଇଟି) ବିଭାଗ ଟାର୍ଗେଟ କରିଛି। ବିବିସିର ନୂଆଦିଲ୍ଲୀ ଓ ମୁମ୍ବାଇସ୍ଥିତ କାର୍ଯ୍ୟାଳୟରେ ମଙ୍ଗଳବାର ଆଇଟି ଟିମ୍‌ ତନାଘନା କରିଛି। ଟିକସ ଠକେଇ ଅଭିଯୋଗରେ ଚାଲିଥିବା ଏହି କାର୍ଯ୍ୟାନୁଷ୍ଠାନ ଚଢ଼ାଉ କିମ୍ବା ତଲାସି ନୁହେଁ, ବରଂ ସର୍ଭେ ବୋଲି ଆଇଟି ଅଧିକାରୀମାନେ ସଫେଇ ଦେଇଛନ୍ତି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଡକ୍ୟୁମେଣ୍ଟାରି ପ୍ରସାରଣ ଯୋଗୁ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦର୍ଶାଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।
ଜାନୁୟାରୀ ୧୭ରେ ବିବିସି ପକ୍ଷରୁ ‘ଇଣ୍ଡିଆ: ଦି ମୋଦି କ୍ୱେଶ୍ଚେନ୍‌’ ଟାଇଟଲରେ ଏକ ବୃତ୍ତଚିତ୍ର ପ୍ରସାରଣ କରାଯାଇଥିଲା। ୨୪ ତାରିଖରେ ପ୍ରସାରିତ ଡକ୍ୟୁମେଣ୍ଟାରିର ଦ୍ୱିତୀୟ ଭାଗରେ ପ୍ରଧାନମନ୍ତ୍ରୀ ମୋଦି ୨୦୧୯ରେ ପୁନଃ ନିର୍ବାଚିତ ହେବା ପରେ ତାଙ୍କ ବିବାଦୀୟ ନୀତି ଓ ଦ୍ୱିତୀୟ ପାଳିର ଟ୍ରାକ୍‌ ରେକର୍ଡକୁ ସମୀକ୍ଷା କରାଯାଇଥିଲା। ଡକ୍ୟୁମେଣ୍ଟାରି ପ୍ରସାରଣକୁ ମାସେ ନ ପୂରୁଣୁ ଆଇଟି ବିଭାଗ ସମସ୍ତଙ୍କୁ ଚକିତ କରିଦେବା ଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ମୁମ୍ବାଇସ୍ଥିତ ଆୟକର ବିଭାଗ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଅଧିକାରୀମାନେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଚଢ଼ାଉ କରିଛନ୍ତି। ସେମାନେ ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ଓ ମୁମ୍ବାଇର ସାଣ୍ଟାକ୍ରୁଜ୍‌ରେ ଥିବା ବିବିସି ଅଫିସରେ ତଲାସି କରିଛନ୍ତି। ବିବିସି ଷ୍ଟାଫ୍‌ଙ୍କୁ କାର୍ଯ୍ୟାଳୟ ପରିସରସ୍ଥିତ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ଫୋନ୍‌ ରଖିବାକୁ କୁହାଯାଇଥିଲା। ଲଣ୍ଡନ ମୁଖ୍ୟାଳୟ ଓ ଭାରତୀୟ ଅଫିସରେ ବିବିସିର ବ୍ୟବସାୟିକ କାରବାର ସମ୍ପର୍କିତ ଦସ୍ତାବିଜଗୁଡ଼ିକୁ ଅଧିକାରୀମାନେ ଅନୁଧ୍ୟାନ କରିଥିଲେ। ‘ସର୍ଭେ’ ବେଳେ ଦୁଇ ଅଫିସକୁ ସିଲ୍‌ କରି କର୍ମଚାରୀଙ୍କ ଫୋନ୍‌ ଏବଂ କାର୍ଯ୍ୟାଳୟର ଲାପ୍‌ଟପ୍‌ ଓ ଆକାଉଣ୍ଟ ଭଳି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜଗୁଡ଼ିକୁ ଜବତ କରିଥିବା ଜଣାପଡ଼ିଛି। ଚଢ଼ାଉ ବେଳେ ଉଭୟ ଅଫିସ ବାହାରେ ଦେଖଣାହାରୀ ଓ ଗଣମାଧ୍ୟମ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ କମ୍ପାନୀର ଅନ୍ୟ କୌଣସି ସ୍ଥାନ କିମ୍ବା ପ୍ରମୋଟର/ଡାଇରେକ୍ଟରଙ୍କ ବାସଭବନରେ ଏପରି ସର୍ଭେ କରାଯାଇ ନ ଥିବା ଆଇଟି ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି। ବିବିସି ପକ୍ଷରୁ ଟୁଇଟ୍‌ କରାଯାଇଛି ଯେ, ଚ୍ୟାନେଲର ଷ୍ଟାଫ୍‌ ଆଇଟି ଅଧିକାରୀମାନଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଯଥାଶୀଘ୍ର ସମ୍ଭବ ସ୍ଥିତିର ସମାଧାନ ହୋଇଯିବ। କାର୍ଯ୍ୟରତ ଖବରଦାତାମାନେ ଭୟଭୀତ ହେବା ଅନାବଶ୍ୟକ।
ୟୁଟ୍ୟୁବ୍‌ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ବିବିସି ଡକ୍ୟୁମେଣ୍ଟାରିର ପ୍ରସାରଣ ଉପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାନ୍‌ ଲଗାଯିବା ପରେ ଏହା ହେଉଛି କେନ୍ଦ୍ରର ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ। ପୂର୍ବରୁ ମୋଦିଙ୍କ ଉପରେ ଡକ୍ୟୁମେଣ୍ଟାରି ପ୍ରଦର୍ଶନ ନେଇ ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା ସମେତ ଦେଶର ବିଭିନ୍ନ ଭାଗରେ ଉଚ୍ଚଶିକ୍ଷାନୁଷ୍ଠାନ ଛାତ୍ରୀଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସଦ୍ୟ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଦଳଗୁଡ଼ିକ ଆପତ୍ତି ଉଠାଇଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଆଦାନୀ-ହିଣ୍ଡେନ୍‌ବର୍ଗ ବିବାଦ ଉପରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ପାଇଁ ଆମେ ଦାବି କରୁଥିବାବେଳେ କେନ୍ଦ୍ର ସରକାର ବିବିସିକୁ ଘେରିବାରେ ଲାଗିଛନ୍ତି। ଏହା ହେଉଛି ବିନାଶ କାଳେ ବିପରୀତ ବୁଦ୍ଧି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri